କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା ହୋଇଥିଲା।ଏହାର ପ୍ରଭାବରେ ବ୍ଲକର ମଧୁବନ ଗ୍ରାମପଞ୍ଚାୟତ ପୁରଟୁଗୁଡାରେ ସଞ୍ଜୀବ ନାରେଙ୍ଗକାଙ୍କ ଘରର ଟିଣ ଛାତ ସମ୍ପୂର୍ଣ୍ଣ ଉଡିଯାଇଛି। ଖବରପାଇ ବିଡ଼ିଓ ସୁଚିସ୍ମିତା ବେହେରାଙ୍କ ନିଦ୍ଦେଶକ୍ରମେ ଅତିରିକ୍ତ ବିଡ଼ିଓ ସୌଭାଗ୍ୟ ରଞ୍ଜନ କର ଏବଂ ମଧୁବନ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଙ୍ଗଳବାର ପୁରଟୁଗୁଡା ଗ୍ରାମକୁ ଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଥିଲେ। ଅତିରିକ୍ତ ବିଡ଼ିଓଙ୍କ କହିବାନୁଯାୟୀ କ୍ଷୟକ୍ଷତିର ଏକ ରିପୋର୍ଟ ବିଡ଼ିଓଙ୍କୁ ପ୍ରଦାନ କରାଯିବ ଏବଂ ଆବାସ ଯୋଜନାରେ ସାମିଲ କରିବା ନେଇ ପଦକ୍ଷେପ ନିଆଯିବ। ସେହିପରି ତହସିଲଦାର ଏ.ସ୍ନେହଲତାଙ୍କ ନିର୍ଦ୍ଦେଶକ୍ରମେ ଢେପାଗୁଡା ରାଜସ୍ବ ନିରୀକ୍ଷକ ବିଶ୍ୱନାଥ ସନ୍ତୋଷ କୁମାର ଏବଂ ଅତିରିକ୍ତ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି।

Dharitri – Odisha’s No.1 Odia Daily

Share