ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି

ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ ସୋମବାର ବ୍ଲକ ବିଜେଡି ପକ୍ଷରୁ ପଞ୍ଚୟତ ସମିତି ସମ୍ମୁଖରେ ଧାରଣା ଦିଆଯାିଛି। ବ୍ଲକ ବିଜେଡି ସଭାପତି ଜୋତି ପ୍ରକାଶ ସ୍ବାଇଁଙ୍କ ନେତୃତ୍ୱରେ ଏହି ଧାରଣା ହୋଇଛି। ଧାରଣାରେ ଜିଲାପରିଷଦ ସଦସ୍ୟ ବିପ୍ଳବ କାପ, ଜସ୍ମିତା ସେଠି, ସରପଞ୍ଚ ଜୟଦେବ ରାଉତ, ବିନୋଦ ସାମଲ ପ୍ରମୁଖ ଯୋଗ ଦେଇ ସ୍ଥାନୀୟ ସ୍ବାଧୀନ ବିଧାୟକ ସାରଦା ପ୍ରଧାନ, ବ୍ଲକ ବଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟୀକରି କଟୁ ସମାଲୋଚନା କରିଥିଲେ।
ସରକାରଙ୍କ ପ୍ରଗତିର ବାଧକ ସାଜିଛନ୍ତି ବ୍ଲକ ବାବୁ। ଆମ ଓଡ଼ିିଶା ନବୀନ ଓଡ଼ିଶା ଯୋଜନାରେ ଆସିଥିବା ଆଠ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଫେରେଇଦେବା ଓ଼ ପଞ୍ଚାୟତରେ ପଡିରହିଥିବା ଅର୍ଥ ବିନିଯୋଗରେ ପ୍ରଶାସନ ବାଧକ ସାଜିଥିବା ଅଭିଯୋଗ କରି ଲୋକପ୍ରତିନିଧିମନେ ପ୍ରଶାସନ ବିରୋଧୀ ନାରା ଦେଇଥିଲେ। କାଯ୍ୟକ୍ରମକୁ ବ୍ଲକ ଅଧକ୍ଷା ରୋଜି ସେଠି ସଂଯୋଜନା କରିଥିଲେ।
Dharitri – Odisha’s No.1 Odia Daily