ରକ୍ତ ବୋହିଛି

ମଣିପୁରରେ ଜାତିଗତ ହିଂସା ଆରମ୍ଭ ହେବାର ୨୧ ମାସ ପରେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂ ଇସ୍ତଫା ଦେଇଛନ୍ତି। ରବିବାର ଅର୍ଥାତ୍‌ ୯ ଫେବୃଆରୀରେ ସେ ତାଙ୍କ ଇସ୍ତଫା ପତ୍ର ମଣିପୁର ରାଜ୍ୟପାଳ ଅଜୟ ଭାଲ୍ଲାଙ୍କୁ ପ୍ରଦାନ କରିଛନ୍ତି। ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାର ସମ୍ଭାବନା ଥିବାବେଳେ ତାଙ୍କ ନେତୃତ୍ୱକୁ ନେଇ ଦଳରେ ଉପୁଜିଥିବା ମତଭେଦ ଦୂରକରିବା ପାଇଁ ବୀରେନ ଇସ୍ତଫା ଦେଇଥିବା କୁହାଯାଉଛି। କିଛିଦିନ ପୂର୍ବରୁ ତାଙ୍କ ନେତୃତ୍ୱକୁ ବିରୋଧ କରି କନରାଡୋ ସାଙ୍ଗମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟି ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ସେହିଭଳି ଜାତୀୟ ସ୍ତରରେ ସହଯୋଗୀ ହୋଇଥିବା ସତ୍ତ୍ୱେ ମଣିପୁରର ଏକମାତ୍ର ଜେଡି(ୟୁ) ବିଧାୟକ ଗତ ଜାନୁଆରୀ ୨୨ରେ ରାଜ୍ୟ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଇ ଜାତୀୟ ସ୍ତରରେ ନୀତୀଶଙ୍କ ଆଗାମୀ ପଦକ୍ଷେପ ବିଷୟରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଗତ ନିର୍ବାଚନରେ ମୋଟ ୬ ବିଧାୟକ ଜେଡି(ୟୁ)ରୁ ମଣିପୁର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେଥିରୁ ୫ ବିଧାୟକଙ୍କୁ ଭାଜପା କିଣିନେବା ପରେ ଜଣେ ବିଧାୟକ ବକେୟା ରହିଥିଲେ। କେବଳ ଏତିକି ନୁହେଁ, ଭାଜପାର ପାଖାପାଖି ଅଧ ଡଜନ ବିଧାୟକ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଆସୁଥିଲେ। ଏହା ସହ ଲିକ୍‌ ହୋଇଥିବା ଏକ ଅଡିଓ ଟେପ୍‌କୁ ଆଧାର କରି ବୀରେନ ସିଂ ହିଂସାକୁ ଉସୁକାଉଥିବା ଅଭିଯୋଗ ଆଣି କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହିସବୁ କାରଣରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ମଣିପୁର ଉଚ୍ଚନ୍ୟାୟାଳୟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ୩ ମେ ୨୦୨୩ରେ ମେଇତି ଓ କୁକିଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସା ଉପରେ ବହୁ ତୁମ୍ବିତୋଫାନ ହୋଇଛି। ୨ ଜୁଲାଇ ୨୦୨୪ରେ ଲୋକ ସଭା ଅଧିବେଶନରେ ‘ମଣିପୁର ପାଇଁ ନ୍ୟାୟ’ ସ୍ବର ବିରୋଧୀ ମେଣ୍ଟ ପକ୍ଷରୁ ଶୁଣିବାକୁ ମିଳିଥିଲା। ପରେ ଜୁଲାଇ ୮ରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ଭାବେ ରାହୁଲ ଗାନ୍ଧୀ ପ୍ରଥମ ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଯାଇ ମଣିପୁରରେ ପହଞ୍ଚିଥିଲେ। ମଣିପୁର ହିଂସାକୁ ନେଇ ଦେଶ ଓ ଦେଶ ବାହାରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିବାବେଳେ ମାନବ ଅଧିକାର ଉଲ୍ଲଂଘନର ଅଭିଯୋଗ ଉଠିଥିଲା। ଏହା ସତ୍ତ୍ୱେ ୨୦୨୪ ସାଧାରଣ ନିର୍ବାଚନରେ ସେଠାରେ ଦୁଇଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯାଇଥିଲା। ଲୋକ ସଭା ନିର୍ବାଚନ ସମୟରେ ବିସ୍ଥାପିତ ଓ ସାଧାରଣ ନାଗରିକଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୨୦୧୯ରେ ମଣିପୁରର ଦୁଇଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ଓ ତାହାର ସହଯୋଗୀ ଦଳ ନାଗା ପିପୁଲ୍‌ସ ଫ୍ରଣ୍ଟ ଗୋଟିଏ ଲେଖା ଜିତିଥିବାବେଳେ ୨୦୨୪ରେ ଉଭୟ ଆସନରୁ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଫଳରେ ଭାଜପାର ପରାଜୟ ଅନ୍ୟ ଏକ ଦିଗକୁ ସୂଚିତ କରିଛି। ପୂର୍ବରୁ କୁହାଯାଉଥିଲା ହିନ୍ଦୁ ଧର୍ମାବଲମ୍ବୀ ମେଇତି ସମ୍ପ୍ରଦାୟ ସଂଖ୍ୟାବହୁଳ। ଅନ୍ୟପଟେ ଖ୍ରୀଷ୍ଟିଆନ କୁକି ସମ୍ପ୍ରଦାୟ ସେଠାରେ ସଂଖ୍ୟାଲଘୁ ଭାବେ ପରିଗଣିତ। ତଥାପି ଉଭୟ ଆସନରେ କଂଗ୍ରେସ ଜିତିବା ସୂଚନା ଦେଉଛି ଯେ, ହିନ୍ଦୁ ମେଇତିମାନେ ଭାଜପାଠାରୁ ଦୂରେଇ ଯାଇଛନ୍ତି। ତେବେ ବୀରେନ ସିଂଙ୍କ ଇସ୍ତଫାକୁ ନେଇ କୁହାଯାଉଛି, ୨୦୨୭ ପ୍ରାରମ୍ଭରେ ହେବାକୁ ଥିବା ମଣିିପୁର ବିଧାନସଭା ନିର୍ବାଚନ ଭୟ ଏବେଠାରୁ ଭାଜପାକୁ ଘାରିଲାଣି। ଏବେ ରାଜନୈତିକ ତତ୍ପରତା ପ୍ରକାଶ ପାଉଛି। ଦୀର୍ଘଦିନ ପରେ ଏନ୍‌. ବୀରେନ ସିଂଙ୍କ ଇସ୍ତଫା ଏକ ଦେଖାଣିଆ ପଦକ୍ଷେପ ଭାବେ ପରିଲକ୍ଷିତ ହେଉଛି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଧାନସଭା ନିର୍ବାଚନ ହେବାର ଦେଖି ଭାଜପା ତା’ର ରଣକୌଶଳ ପ୍ରସ୍ତୁତ କରିବାରେ ବ୍ୟସ୍ତଥିବା ବେଳେ ଗୋଟିଏ ଚିନ୍ତା ମନକୁ ଆସୁଛି। ଗତ ୨୧ ମାସର ହିଂସା ଘଟଣାବଳୀକୁ ଦେଖିବା ପରେ ଜଣାପଡ଼ୁଛି, ଭାରତର ନାଗରିକଙ୍କ ଜୀବନ ସୁରକ୍ଷା ପ୍ରତି କୌଣସି ସରକାର କିମ୍ବା ରାଜନୈତିକ ଦଳ ଚିନ୍ତିତ ନାହାନ୍ତି। କ୍ଷମତା ଲୋଭରେ କେବଳ ଅର୍ଥ ତୋସରପାତ ନୁହେଁ, ମଣିଷ ରକ୍ତ ବୁହାଇବା ପୂର୍ବରୁ କେହି ଦୁଇଥର ଚିନ୍ତା ମଧ୍ୟ କରୁନାହାନ୍ତି। ଏଭଳି ପ୍ରଚ୍ଛଦପଟରେ ଗଣତନ୍ତ୍ର ଅର୍ଥକୁ ହଜେଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri