କଳାପଥର ଉତ୍ତୋଳନ:୫ ମାମଲାରେ ପେଞ୍ଚ

ଯାଜପୁର ଅଫିସ,୨୬।୩: ଯାଜପୁର ଜିଲା ରାଜସ୍ବ ବିଭାଗର ଛତ୍ରଛାୟା ତଳେ ଚାଲିଥିବା ବେଆଇନ କଳାପଥର ଲୁଟ୍‌ ଘଟଣା ଦିନକୁଦିନ ଅଣାୟତ୍ତ ହେବାରେ ଲାଗିଛି। ତହସିଲ କୋର୍ଟରୁ ଆରମ୍ଭ କରି ଏନ୍‌ଜିଟି, ହାଇକୋର୍ଟ ଓ ଲୋକାୟୁକ୍ତଙ୍କ ନିକଟରେ ଏନେଇ ଅଭିଯୋଗ ହେଉଥିଲେ ହେଁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆଇନଗତ ନିର୍ଦ୍ଦେଶ ଆସିଲେ ଯେନତେନ ଉପାୟରେ ବେଆଇନ ଖନନକାରୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବାକୁ ପ୍ରଶାସନିକ ଅଧିକାରୀମାନେ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଡଙ୍କାରୀ ଓ ଆରୁହା ପାହାଡ଼ରୁ ବେଆଇନ କଳାପଥର ଉତ୍ତୋଳନକୁ ଉଦାହରଣ ଭାବେ ନିଆଯାଇପାରେ। ଏ ସଂକ୍ରାନ୍ତରେ ୫ଟି ମାମଲା ରୁଜୁ ହୋଇଛି। ହେଲେ ପ୍ରଶାସନିକ ପେଞ୍ଚ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଥିବା ସାଧାରଣରେ ମତପ୍ରକାଶ ପାଇଛି।
୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ଡଙ୍କାରୀ ପାହାଡ଼ରୁ କୌଣସି ପରିବେଶଗତ ଅନୁମତି ନ ଥାଇ ବହୁ କୋଟି ଟଙ୍କାର କଳାପଥର ଉତ୍ତୋଳନ କରାଯାଇଛି। ଏହି ଅଭିଯୋଗ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ମାମଲା ନଂ.୬୦୪/୨୦୧୮ ଉପରେ ୪ା୧ା୨୦୧୯ରେ ରାଜ୍ୟ ସରକାରଙ୍କୁ ଦାୟୀ କରି ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ସଂପୃକ୍ତ ଅଧିକାରୀମାନଙ୍କଠାରୁ କିମ୍ବା ବେଆଇନ ଖାଦାନ ବ୍ୟବସାୟୀଙ୍କଠାରୁ ଉପରୋକ୍ତ ଅର୍ଥ ଆଦାୟ କରିବାକୁ ନିର୍ଦ୍ଦେଶରେ ଦର୍ଶାଯାଇଥିଲା। ହେଲେ ଉପରୋକ୍ତ ଅର୍ଥ ପଇଠ କରିବା ପରିବର୍ତ୍ତେ ନିଜକୁ ଓ ବେଆଇନ ଖାଦାନ ବ୍ୟବସାୟୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଯାଜପୁର ଅତିରିକ୍ତ ଜିଲାପାଳ ଓ ଧର୍ମଶାଳା ତହସିଲଦାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ।
ଦ୍ୱିତୀୟ ଘଟଣା ହେଉଛି ଧର୍ମଶାଳା ତହସିଲ ଅଧୀନ ଆରୁହା ମୌଜାରେ ଥିବା ଏକ ସରକାରୀ ଜମି (ଖାତା ନଂ. ୭୭୯ ଅଧୀନ ପ୍ଲଟ ନଂ. ୨୮୧୦)କୁ ୧୯୯୦ରୁ ଜବରଦଖଲ କରି କଳାପଥର ଲୁଟ୍‌ ହେଉଥିବା ନେଇ ମାମଲା ରୁଜୁ ହୋଇଥିଲା। ଆରୁହା ଗ୍ରାମର ମନୋରଞ୍ଜନ ଜେନା ୨୦୧୯ ଫେବୃୟାରୀ ୨୫ରେ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଆରୁହା ଗ୍ରାମର ପ୍ରଭାକର ଜେନା ବେଆଇନ ଭାବେ କଳାପଥର ଉତ୍ତୋଳନ କରିବା ସହ ସେଠାରେ ଏକ କ୍ରଶର ସ୍ଥାପନ କରିଥିଲେ। ଇତିମଧ୍ୟରେ ଅଭିଯୁକ୍ତ ପ୍ରଭାକରଙ୍କୁ ଜେଲଯିବାକୁ ପଡ଼ିଥିଲା। ସେ ଜାମିନରେ ମୁକୁଳିଛନ୍ତି। ତେବେ ଏହି ଜାମିନ ପାଇଁ ବ୍ୟାପକ ଚଞ୍ଚକତା ହୋଇଥିବା ଜଣେ ଆଇନଜୀବୀ ପ୍ରକାଶ କରିଛନ୍ତି।
ତୃତୀୟ ଘଟଣାରେ ୨୦୧୬ରେ ଡଙ୍କାରୀ ସୈରାତ ଲିଜ୍‌ଧାରୀ ଶ୍ରୀବାସ ଜେନା ଅନୁମତିଠାରୁ ଯଥେଷ୍ଟ ଅଧିକ ପରିମାଣର ଲଘୁ ଖଣିଜ ଉତ୍ତୋଳନ କରିଥିବା ଅଭିଯୋଗରେ ୫୮ କୋଟି ୬୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଜରିମାନା ଆଦାୟ କରିବାରେ ପ୍ରଶାସନ ସକ୍ଷମ ହୋଇପାରିଲା ନାହିଁ। ବରଂ ନ୍ୟାୟିକ ବ୍ୟବସ୍ଥାରେ ମାମଲା ଛନ୍ଦି ହୋଇଗଲା। ଏନେଇ ହାଇକୋର୍ଟରେ ଆଗତ ଆଉ ଏକ ମାମଲା (ଡବ୍ଲ୍ୟୁପିସି ନଂ.୨୧୦୭୮/୨୦୨୦)ର ଆଦେଶ ଆସିବା ପରେ ବର୍ତ୍ତମାନ ଜିଲାପାଳ ତାହା ଉପରେ ପଦକ୍ଷେପ ନେବାକୁ ତତ୍ପରତା ପ୍ରକାଶ କରିଥିବା ଜଣାପଡିଛି ।
ଚତୁର୍ଥ ଘଟଣାରେ ଯାଜପୁର ଓ ଢେଙ୍କାନାଳ ସୀମାନ୍ତ ଡଙ୍କାରୀ ପାହାଡ଼ରୁ ବିପୁଳ ପରିମାଣ କଳାପଥର ଲୁଟ୍‌ ମାମଲାରେ ଧର୍ମଶାଳା ତହସିଲ ପକ୍ଷରୁ ୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ସେମାନେ ହେଲେ ଡଙ୍କାରୀ ଗ୍ରାମର ରବି ଦାସ, ଚଢ଼େଇଧରା ଗ୍ରାମର କୁନା ପୃଷ୍ଟି ଓ ଢେଙ୍କାନାଳ ଜିଲା ନାଜିଚୌକିଛକ ଗ୍ରାମର ସ୍ବରୂପାନନ୍ଦ ଦାସ। ଜେନାପୁର ଥାନାଧିକାରୀଙ୍କୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ହେଲେ କେଉଁ କାରଣରୁ ୪ ମାସ ହେଲା ଅଭିଯୁକ୍ତମାନଙ୍କୁ ମାଫ୍‌ କରାଯାଇଛି ତାହା ବୁଝା ପଡୁ ନ ଥିବା ସାଧାରଣରେ ଆଲୋଚନା ହେଉଛି।
୫ମ ଘଟଣା ଅନୁଯାୟୀ, ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣରେ ଅଧିକ ମୂଲ୍ୟବାନ୍‌ କଳାପଥର ବେଆଇନ ଭାବେ ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ହରାଇଛନ୍ତି। ଏନେଇ ଲୋକାୟୁକ୍ତଙ୍କ କୋର୍ଟରେ ୧୩୫୫/୨୦୨୦ ନମ୍ବର ମାମଲା ରୁଜୁ ହୋଇଛି। ଲୋକାୟୁକ୍ତ ନିର୍ଦ୍ଦେଶକ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ତେବେ ଏହି ଲୁଟ୍‌ ମାମଲାକୁ ମଧ୍ୟ ଦବେଇ ଦେବାକୁ ପ୍ରଶାସନିକସ୍ତରରେ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ ସର୍ବେଶ୍ୱର ବେହୁରା। ସେ କହିଛନ୍ତି, ସମସ୍ତ ଲୁଟ୍‌ ମାମଲାରେ ପ୍ରଶାସନିକ ସହଯୋଗ ରହିଆସୁଛି। ତେଣୁ କାର୍ଯ୍ୟାନୁଷ୍ଠାନ ବଦଳରେ ଓଲଟା ମାଫିଆମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଉଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗସ୍ତରରେ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ କାର୍ଯ୍ୟାନୁଷ୍ଠାନ ଲାଗି ଉଦ୍ୟମ ଜାରି ରହିଛି।ରାଜସ୍ବହାନି ଘଟଣାରେ ତହସିଲ ପ୍ରଶାସନର କୌଣସି ସହଯୋଗ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ଯୁବକଙ୍କ ଉପରେ ଅତ୍ୟାଚାର ମାମଲାରେ ବାଂଲାଦେଶରେ ୭ ଗିରଫ, ବହୁ ଚର୍ଚ୍ଚା ପରେ ଶେଷରେ ନଇଁଲେ ୟୁନୁସ ସରକାର

ଢାକା,୨୦।୧୨: ବାଂଲାଦେଶର ମୈମନସିଂ ଜିଲାରେ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ

ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗଁାରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri