କଳାପଥର ଉତ୍ତୋଳନ:୫ ମାମଲାରେ ପେଞ୍ଚ

ଯାଜପୁର ଅଫିସ,୨୬।୩: ଯାଜପୁର ଜିଲା ରାଜସ୍ବ ବିଭାଗର ଛତ୍ରଛାୟା ତଳେ ଚାଲିଥିବା ବେଆଇନ କଳାପଥର ଲୁଟ୍‌ ଘଟଣା ଦିନକୁଦିନ ଅଣାୟତ୍ତ ହେବାରେ ଲାଗିଛି। ତହସିଲ କୋର୍ଟରୁ ଆରମ୍ଭ କରି ଏନ୍‌ଜିଟି, ହାଇକୋର୍ଟ ଓ ଲୋକାୟୁକ୍ତଙ୍କ ନିକଟରେ ଏନେଇ ଅଭିଯୋଗ ହେଉଥିଲେ ହେଁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଆଇନଗତ ନିର୍ଦ୍ଦେଶ ଆସିଲେ ଯେନତେନ ଉପାୟରେ ବେଆଇନ ଖନନକାରୀଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିବାକୁ ପ୍ରଶାସନିକ ଅଧିକାରୀମାନେ ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଡଙ୍କାରୀ ଓ ଆରୁହା ପାହାଡ଼ରୁ ବେଆଇନ କଳାପଥର ଉତ୍ତୋଳନକୁ ଉଦାହରଣ ଭାବେ ନିଆଯାଇପାରେ। ଏ ସଂକ୍ରାନ୍ତରେ ୫ଟି ମାମଲା ରୁଜୁ ହୋଇଛି। ହେଲେ ପ୍ରଶାସନିକ ପେଞ୍ଚ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଥିବା ସାଧାରଣରେ ମତପ୍ରକାଶ ପାଇଛି।
୨୦୦୨ରୁ ୨୦୧୮ ପର୍ଯ୍ୟନ୍ତ ଡଙ୍କାରୀ ପାହାଡ଼ରୁ କୌଣସି ପରିବେଶଗତ ଅନୁମତି ନ ଥାଇ ବହୁ କୋଟି ଟଙ୍କାର କଳାପଥର ଉତ୍ତୋଳନ କରାଯାଇଛି। ଏହି ଅଭିଯୋଗ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ମାମଲା ନଂ.୬୦୪/୨୦୧୮ ଉପରେ ୪ା୧ା୨୦୧୯ରେ ରାଜ୍ୟ ସରକାରଙ୍କୁ ଦାୟୀ କରି ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ବାବଦକୁ ୨୫ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ସଂପୃକ୍ତ ଅଧିକାରୀମାନଙ୍କଠାରୁ କିମ୍ବା ବେଆଇନ ଖାଦାନ ବ୍ୟବସାୟୀଙ୍କଠାରୁ ଉପରୋକ୍ତ ଅର୍ଥ ଆଦାୟ କରିବାକୁ ନିର୍ଦ୍ଦେଶରେ ଦର୍ଶାଯାଇଥିଲା। ହେଲେ ଉପରୋକ୍ତ ଅର୍ଥ ପଇଠ କରିବା ପରିବର୍ତ୍ତେ ନିଜକୁ ଓ ବେଆଇନ ଖାଦାନ ବ୍ୟବସାୟୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଯାଜପୁର ଅତିରିକ୍ତ ଜିଲାପାଳ ଓ ଧର୍ମଶାଳା ତହସିଲଦାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ।
ଦ୍ୱିତୀୟ ଘଟଣା ହେଉଛି ଧର୍ମଶାଳା ତହସିଲ ଅଧୀନ ଆରୁହା ମୌଜାରେ ଥିବା ଏକ ସରକାରୀ ଜମି (ଖାତା ନଂ. ୭୭୯ ଅଧୀନ ପ୍ଲଟ ନଂ. ୨୮୧୦)କୁ ୧୯୯୦ରୁ ଜବରଦଖଲ କରି କଳାପଥର ଲୁଟ୍‌ ହେଉଥିବା ନେଇ ମାମଲା ରୁଜୁ ହୋଇଥିଲା। ଆରୁହା ଗ୍ରାମର ମନୋରଞ୍ଜନ ଜେନା ୨୦୧୯ ଫେବୃୟାରୀ ୨୫ରେ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଆରୁହା ଗ୍ରାମର ପ୍ରଭାକର ଜେନା ବେଆଇନ ଭାବେ କଳାପଥର ଉତ୍ତୋଳନ କରିବା ସହ ସେଠାରେ ଏକ କ୍ରଶର ସ୍ଥାପନ କରିଥିଲେ। ଇତିମଧ୍ୟରେ ଅଭିଯୁକ୍ତ ପ୍ରଭାକରଙ୍କୁ ଜେଲଯିବାକୁ ପଡ଼ିଥିଲା। ସେ ଜାମିନରେ ମୁକୁଳିଛନ୍ତି। ତେବେ ଏହି ଜାମିନ ପାଇଁ ବ୍ୟାପକ ଚଞ୍ଚକତା ହୋଇଥିବା ଜଣେ ଆଇନଜୀବୀ ପ୍ରକାଶ କରିଛନ୍ତି।
ତୃତୀୟ ଘଟଣାରେ ୨୦୧୬ରେ ଡଙ୍କାରୀ ସୈରାତ ଲିଜ୍‌ଧାରୀ ଶ୍ରୀବାସ ଜେନା ଅନୁମତିଠାରୁ ଯଥେଷ୍ଟ ଅଧିକ ପରିମାଣର ଲଘୁ ଖଣିଜ ଉତ୍ତୋଳନ କରିଥିବା ଅଭିଯୋଗରେ ୫୮ କୋଟି ୬୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଜରିମାନା ଆଦାୟ କରିବାରେ ପ୍ରଶାସନ ସକ୍ଷମ ହୋଇପାରିଲା ନାହିଁ। ବରଂ ନ୍ୟାୟିକ ବ୍ୟବସ୍ଥାରେ ମାମଲା ଛନ୍ଦି ହୋଇଗଲା। ଏନେଇ ହାଇକୋର୍ଟରେ ଆଗତ ଆଉ ଏକ ମାମଲା (ଡବ୍ଲ୍ୟୁପିସି ନଂ.୨୧୦୭୮/୨୦୨୦)ର ଆଦେଶ ଆସିବା ପରେ ବର୍ତ୍ତମାନ ଜିଲାପାଳ ତାହା ଉପରେ ପଦକ୍ଷେପ ନେବାକୁ ତତ୍ପରତା ପ୍ରକାଶ କରିଥିବା ଜଣାପଡିଛି ।
ଚତୁର୍ଥ ଘଟଣାରେ ଯାଜପୁର ଓ ଢେଙ୍କାନାଳ ସୀମାନ୍ତ ଡଙ୍କାରୀ ପାହାଡ଼ରୁ ବିପୁଳ ପରିମାଣ କଳାପଥର ଲୁଟ୍‌ ମାମଲାରେ ଧର୍ମଶାଳା ତହସିଲ ପକ୍ଷରୁ ୩ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ସେମାନେ ହେଲେ ଡଙ୍କାରୀ ଗ୍ରାମର ରବି ଦାସ, ଚଢ଼େଇଧରା ଗ୍ରାମର କୁନା ପୃଷ୍ଟି ଓ ଢେଙ୍କାନାଳ ଜିଲା ନାଜିଚୌକିଛକ ଗ୍ରାମର ସ୍ବରୂପାନନ୍ଦ ଦାସ। ଜେନାପୁର ଥାନାଧିକାରୀଙ୍କୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ହେଲେ କେଉଁ କାରଣରୁ ୪ ମାସ ହେଲା ଅଭିଯୁକ୍ତମାନଙ୍କୁ ମାଫ୍‌ କରାଯାଇଛି ତାହା ବୁଝା ପଡୁ ନ ଥିବା ସାଧାରଣରେ ଆଲୋଚନା ହେଉଛି।
୫ମ ଘଟଣା ଅନୁଯାୟୀ, ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣରେ ଅଧିକ ମୂଲ୍ୟବାନ୍‌ କଳାପଥର ବେଆଇନ ଭାବେ ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ହରାଇଛନ୍ତି। ଏନେଇ ଲୋକାୟୁକ୍ତଙ୍କ କୋର୍ଟରେ ୧୩୫୫/୨୦୨୦ ନମ୍ବର ମାମଲା ରୁଜୁ ହୋଇଛି। ଲୋକାୟୁକ୍ତ ନିର୍ଦ୍ଦେଶକ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ତେବେ ଏହି ଲୁଟ୍‌ ମାମଲାକୁ ମଧ୍ୟ ଦବେଇ ଦେବାକୁ ପ୍ରଶାସନିକସ୍ତରରେ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ଆବେଦନକାରୀ ସର୍ବେଶ୍ୱର ବେହୁରା। ସେ କହିଛନ୍ତି, ସମସ୍ତ ଲୁଟ୍‌ ମାମଲାରେ ପ୍ରଶାସନିକ ସହଯୋଗ ରହିଆସୁଛି। ତେଣୁ କାର୍ଯ୍ୟାନୁଷ୍ଠାନ ବଦଳରେ ଓଲଟା ମାଫିଆମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଉଛି।
ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭାଗସ୍ତରରେ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ କାର୍ଯ୍ୟାନୁଷ୍ଠାନ ଲାଗି ଉଦ୍ୟମ ଜାରି ରହିଛି।ରାଜସ୍ବହାନି ଘଟଣାରେ ତହସିଲ ପ୍ରଶାସନର କୌଣସି ସହଯୋଗ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri