ଭାରତକୁ କାଳ ରୁଷୀୟ ତୈଳ: ଟ୍ରମ୍ପ କରୁଛନ୍ତି ବଡ଼ ଷଡଯନ୍ତ୍ର

ଓ୍ବାଶିଂଟନ,୨୫ା୬:ଆମେରିକା ସିନେଟ୍‌ରେ ଏକ ନୂଆ ବିଲ୍‌ ଅଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସାଙ୍କ୍‌ଶନିଂ ରୁଷିଆ ଆକ୍ଟ, ୨୦୨୫ ନାମକ ଏହି ବିଧେୟକ ଭାରତ ଏବଂ ଚାଇନା ଭଳି ଦେଶର ଆମେରିକା ସହ ବାଣିଜ୍ୟକୁ ବଦଳାଇଦେଇପାରେ। ସିନେଟର ଲିଣ୍ଡ୍‌ସେ ଗ୍ରାହାମ୍‌ ଆଣିଥିବା ଏହି ବିଲ୍‌କୁ ‘ଅର୍ଥନୀତିର ବଙ୍କର ବଷ୍ଟର’ ବୋଲି କହିଛନ୍ତି। ଏହା ରୁଷିଆ ସମେତ ଏହାଠାରୁ ଇନ୍ଧନ କିଣି ଏହାର ଅର୍ଥନୀତିକୁ ସହାୟତା କରୁଥିବା ଦେଶଗୁଡ଼ିକ ଉପରେ ଶକ୍ତ ପ୍ରହାର ହେବ।
ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇଥିବା ରୁଷିଆକୁ ଦଣ୍ଡିତ କରିବା ବିଲ୍‌ର ମୁଖ୍ୟ ଚିନ୍ତାଧାରା। କିନ୍ତୁ ଏହା ସେତିକିରେ ଅଟକି ନାହିଁ। ରୁଷିଆରୁ ତୈଳ ଓ ୟୁରାନିୟମ୍‌ କିଣୁଥିବା ଦେଶଗୁଡ଼ିକୁ ମଧ୍ୟ ଏଥିରେ ଟାର୍ଗେଟ କରାଯାଇଛି। ବିଲ୍‌ ଗୃହୀତ ହେଲେ ଆମେରିକା ରାଷ୍ଟ୍ରପତି ଏଭଳି ଦେଶଗୁଡ଼ିକରୁ ଆସୁଥିବା ସାମଗ୍ରୀ ଓ ସେବା ଉପରେ ୫୦୦ ପ୍ରତିଶତ ଟାରିଫ୍‌ ଲଗାଇବାକୁ କ୍ଷମତା ପାଇବେ। ବିଲ୍‌ ଅନୁଯାୟୀ, ଯେଉଁ ଦେଶଗୁଡ଼ିକ ଜାଣିଶୁଣି ରୁଷିଆ ସହ ୟୁରାନିୟମ ଓ ପେଟ୍ରୋଲିୟମ୍‌ ସାମଗ୍ରୀ କାରବାରରେ ସମ୍ପୃକ୍ତ ରହିଛନ୍ତି, ସେହି ଦେଶଗୁଡ଼ିକରୁ ଆମେରିକା ଆମଦାନୀ କରୁଥିବା ସମସ୍ତ ସାମଗ୍ରୀ ଓ ସେବା ଉପରେ ଶୁଳ୍କ ପରିମାଣକୁ ଏହାର ରାଷ୍ଟ୍ରପତି ୫୦୦ ପ୍ରତିଶତକୁ ବଢ଼ାଇବେ, ଯାହାକି ସ୍ବାଭାବିକଠାରୁ ୫ ଗୁଣ ଅଧିକ। ଏହା ବ୍ୟତୀତ ରୁଷିଆର ନେତା, ବ୍ୟାଙ୍କ ଏବଂ ସାମରିକ ଠିକାଦାରମାନଙ୍କ ଉପରେ କଟକଣା ଲାଗୁ କରାଯିବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି। ରୁଷିଆ ଯଦି ଯୁଦ୍ଧ ବଢ଼ାଇଚାଲେ ଏବଂ ଶାନ୍ତି ଉଦ୍ୟମରେ ପ୍ରତିବନ୍ଧକ ସୃଷ୍ଟି କରେ ତେବେ କଠୋର ଭାବେ ଦଣ୍ଡିତ କରାଯିବ। ସିନେଟର ଗ୍ରାହାମ କହିଛନ୍ତି, ରୁଷିଆ ସାଙ୍କ୍‌ଶନ ବିଲ୍‌ ପାଇଁ ଆମେ ୮୪ ଜଣ ସହପ୍ରାୟୋଜକ ପାଇଛୁ। ତେଣୁ ବିଲ୍‌ ଗୃହୀତ ହୋଇଯିବ ବୋଲି ସେ କହିଛନ୍ତି।

ଭାରତ ଓ ଚାଇନାକୁ କଡ଼ା ଧମକ ଦେଇ ଗ୍ରାହାମ କହିଛନ୍ତି, ଯଦି ସେମାନେ ପୁଟିନ୍‌ଙ୍କ ଯୁଦ୍ଧ ମେଶିନ୍‌କୁ ସହାୟତା ଜାରି ରଖନ୍ତି, ତେବେ ସେମାନଙ୍କୁ ଅନ୍ୟ କାହାକୁ ନୁହେଁ, ନିଜକୁ ହିଁ ଦାୟୀ କରିବାକୁ ପଡ଼ିବ। ୟୁକ୍ରେନ୍‌ ସହ ଯୁଦ୍ଧ ଲାଗି ରହିଥିବାବେଳେ ରୁଷିଆରୁ ଭାରତ ଏବଂ ଚାଇନା ତୈଳ ଆମଦାନୀ ବଢ଼ାଇଥିବାରୁ ସେମାନେ ଆମେରିକାର ଟାର୍ଗେଟରେ ରହିଛନ୍ତି। ସାଉଦି ଆରବ ଏବଂ ଇରାକକୁ ଟପି ରୁଷିଆ ଏବେ ଭାରତର ସର୍ବାଧିକ ତୈଳ ଯୋଗାଣକାରୀ ହୋଇଛି। ଜୁନ୍‌ରେ ଭାରତ ରୁଷିଆରୁ ଦୈନିକ ୨ରୁ ୨.୨ ନିୟୁତ ବ୍ୟାରେଲ୍‌ ତୈଳ ଆମଦାନୀ କରୁଛି, ଯାହା ଗତ ଦୁଇବର୍ଷରେ ସର୍ବାଧିକ। ଇରାନ ଏବଂ ଇସ୍ରାଏଲ୍‌ ଯୁଦ୍ଧକୁ ନେଇ ବିଶ୍ୱ ତୈଳ ବଜାରରେ ଅସ୍ଥିରତା ଦେଖାଦେଇଥିବାବେଳେ ଭାରତ ରୁଷିଆରୁ ଅଧିକ ତୈଳ କିଣୁଛି। ସାମ୍ପ୍ରତିକ ବୈଶ୍ୱିକ ସ୍ଥିତିରେ ରୁଷିଆର ତୈଳ ଆମଦାନୀ ସବୁଠୁ ଭଲ ଡିଲ୍‌ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବାରମ୍ବାର କହିଆସୁଛନ୍ତି। ଯୁଦ୍ଧରେ ଭାରତ ରୁଷିଆକୁ ପ୍ରତ୍ୟକ୍ଷ ସମର୍ଥନ କରୁନାହିଁ, ତେବେ ଏହା ଜାତୀୟ ସ୍ବାର୍ଥ ପାଇଁ ସେଠାରୁ ତୈଳ କିଣିବାକୁ ନିଷ୍ପତ୍ତି ନେଇଛି। ତେବେ ରୁଷିଆରୁ ତୈଳ କିଣିବାକୁ ଆମେରିକାର ଆଇନ ପ୍ରଣେତାମାନେ ଯୁଦ୍ଧକୁ ପରୋକ୍ଷ ସମର୍ଥନ ଭାବେ ଦେଖୁଛନ୍ତି। ଶାସକ ରିପବ୍ଲିକାନ୍‌ ପାର୍ଟି ସିନେଟର ଲିଣ୍ଡ୍‌ସେ ଗ୍ରାହାମ୍‌ ଏବଂ ବିରୋଧୀ ଡେମୋକ୍ରାଟ୍‌ ରିଚାର୍ଡ ବ୍ଲୁମେନ୍ଥଲ ଗତ ଏପ୍ରିଲରେ ଏହି ବିଲ୍‌ ଆଣିଥିଲେ। ଇତିମଧ୍ୟରେ ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧକୁ ନେଇ ଭୂରାଜନୈତିକ ପରିବର୍ତ୍ତନ ସହ ତୈଳ ଦର ବୃଦ୍ଧି ପାଇଥିବାବେଳେ ଉକ୍ତ ବିଲ୍‌କୁ ଗୃହୀତ କରାଇବା ପାଇଁ ଜୋର୍‌ଦାର ଉଦ୍ୟମ ଚାଲିଛି। ୟୁକ୍ରେନ୍‌ରେ ଶାନ୍ତି ଫେରାଇ ଆଣିବାରେ ଏହା ବିଶେଷ ସହାୟକ ହେବ ବୋଲି ବିଲ୍‌ ସମର୍ଥକମାନେ ଯୁକ୍ତି ବାଢ଼ୁଥିବାବେଳେ ସମାଲୋଚକମାନେ ଏହାର ଦୁଷ୍ପରିଣାମ ସମ୍ପର୍କରେ ଟ୍ରମ୍ପ୍‌ ପ୍ରଶାସନକୁ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri