Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍‌ ବଜେଟ୍‌’

ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ନିଜର ଷଷ୍ଠ ବଜେଟ୍‌ ଉପସ୍ଥାପନା କରିବାକୁ ଯାଉଛନ୍ତି। ନିର୍ମଳା ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଅଟନ୍ତି ଯିଏ କି, ୨୦୧୯ ଜୁଲାଇରୁ ୫ ପୂର୍ଣ୍ଣକାଳୀନ/ବାର୍ଷିକ ବଜେଟ୍‌ ଉପସ୍ଥାପନ କରିସାରିଛନ୍ତି। ଆଗାମୀ ସପ୍ତାହରେ ସେ ଲୋକସଭା ନିର୍ବାଚନ ଯୋଗୁ ଆନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଅତୀତରେ ଦେଶର ଅନେକ ବଜେଟ୍‌କୁ ରୋଚକ ଆଖ୍ୟା ଦିଆଯାଇଛି। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏପରି ଏକ ବଜେଟ୍‌ ଉପସ୍ଥାପନା କରାଯାଇଥିଲା ଯାହା ବ୍ଲାକ ବଜେଟ୍‌ ବା କଳା ବଜେଟ୍‌ ଭାବରେ ଜଣାଶୁଣା।

୧୯୭୩-୭୪ବର୍ଷର ବଜେଟ୍‌ ବ୍ଲାକ୍‌ ବଜେଟ ଭାବରେ ଜଣାଶୁଣା। ୧୯୭୩ ଫେବୃଆରୀ ୨୮କୁ ତତ୍କାଳୀନ ଅର୍ଥମନ୍ତ୍ରୀ ୟଶଓ୍ବନ୍ତରାଓ ବି ଚବନ ଏହି ବଜେଟ୍‌କୁ ସଂସଦରେ ଉପସ୍ଥାପନ କରିଥିଲେ। ଏହିବର୍ଷ ରାଜକୋଷକୁ ୫୫୦କୋଟି ଟଙ୍କାର କ୍ଷତି ସହବିାକୁ ପଡିଥିଲା। ସେହିବର୍ଷ ଦେଶ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଥିଲା। ଖରାପ ପାଣିପାଗ ବ୍ୟତୀତ ୧୯୭୧ରେ ହୋଇଥିବା ବାଂଲାଦେଶ ଯୁଦ୍ଧ କାରଣରୁ ଦେଶର ଅର୍ଥନୈତିକବସ୍ଥା ଭୁଷୁଡି ପଡିଥିଲା। ସରକାର ରାଜକୋଷର ଆୟ ବଢେଇବା ପାଇଁ କୋଇଲା ଖାନା, ବିଭିନ୍ନ ବୀମା କମ୍ପାନୀ ଓ ଇଣ୍ଡିଆନ କପର କର୍ପୋରେଶନର ରାଷ୍ଟ୍ରୀୟକରଣ କରିବା ପାଇଁ ଘୋଷଣା କରିଥିଲେ। ଏଥିପାଇଁ ସରକାର ପ୍ରାୟ ୫୬କୋଟି ଟଙ୍କାର ପ୍ରାବଧାନ କରିଥିଲେ। ତେଣୁ ଏହି ବଜେଟ୍‌କୁ ବ୍ଲାକ୍‌ ବଜେଟ୍‌ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri