ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି BLA: ସେନାର Convoy ଉପରେ ବଡ଼ ଆକ୍ରମଣ, ୯୦ ଯବାନ ମୃତ

ଇସଲାମାବାଦ,୧୬।୩: ପାକିସ୍ତାନରେ ପୁଣି ଥରେ ଏକ ବଡ଼ ଆକ୍ରମଣ ହୋଇଛି। ଏଥର ବାଲୁଚ ଆତଙ୍କବାଦୀମାନେ ପାକିସ୍ତାନ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ଭାରତରେ ହୋଇଥିବା ପୁଲୱାମା ଆକ୍ରମଣ ସହିତ ସମାନ ମନେ ହେଉଛି। ବେଲୁଚିସ୍ତାନର ନୋଶକିରେ ୭ ବସ ଏବଂ ସୁରକ୍ଷା ବାହିନୀର ୨ କାର ଉପରେ ଆକ୍ରମଣ ହୋଇଥିଲା। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଯବାନ ଆହତ ହୋଇଛନ୍ତି। ଏହି ଆକ୍ରମଣ ବିଷୟରେ ସୂଚନା ଦେବା ସମୟରେ, BLA ଦାବି କରିଛି ଯେ ଏହି ଆକ୍ରମଣରେ ପ୍ରାୟ ୯୦ ଯବାନଙ୍କ ମୃତ୍ୟୁ ଘଟଛି।

ଜଣେ ଅଧିକାରୀ କହିଛନ୍ତି, ଗୋଟିଏ ବସ୍‌କୁ ଆଇଇଡି ଦ୍ୱାରା ଟାର୍ଗେଟ କରାଯାଇଥିଲା, ସମ୍ଭବତଃ ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଯେତେବେଳେ ଅନ୍ୟ ବସ୍‌ଟି କ୍ୱେଟାରୁ ତାଫତାନ ଯାଉଥିବା ସମୟରେ ଏକ ରକେଟ ଚାଳିତ ଗ୍ରେନେଡ ଦ୍ୱାରା ଟାର୍ଗେଟ କରାଯାଇଥିଲା। ଆକ୍ରମଣରେ ଆହତମାନଙ୍କୁ ଚିକିତ୍ସା ପାଇଁ ନୋଶକି ଏବଂ ଏଫ୍‌ସି କ୍ୟାମ୍ପକୁ ନିଆଯାଇଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକ ଏବଂ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ନୋସ୍କିର ଏସ୍‌ଏଚ୍‌ଓ ସୁମନାଲି ଆଶଙ୍କା କରିଛନ୍ତି।

ଆକ୍ରମଣ ପରେ ବାଲୁଚ ଲିବରେଶନ ଆର୍ମି ଏକ ବିବୃତ୍ତି ଜାରି କରି କହିଛି ଯେ କିଛି ଘଣ୍ଟା ପୂର୍ବେ ନୋସ୍କିର RCD ହାଇୱେର ରାଖସାନ ମିଲ ନିକଟରେ ଏକ VBIED ଆତ୍ମଘାତୀ ଆକ୍ରମଣରେ ବାଲୁଚ ଲିବରେସନ ଆର୍ମି (BLA)ର ଏକ ଆତ୍ମଘାତୀ ୟୁନିଟ ମାଜିଦ ବ୍ରିଗେଡ କବ୍ଜାକାରୀ ପାକିସ୍ତାନୀ ସେନାର ଏକ କନଭଏକୁ ଟାର୍ଗେଟ କରିଥିଲା। ସେଥିରେ ୮ ବସ ଥିଲା, ଯେଉଁଥିରୁ ଗୋଟିଏ ବିସ୍ଫୋରଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଆକ୍ରମଣର ଅଳ୍ପ ସମୟ ପରେ, BLAର ଫତେହ ସ୍କ୍ବାର୍ଡ ଅନ୍ୟ ଏକ ବସ୍‌କୁ ସମ୍ପୂର୍ଣ୍ଣ ଭାବରେ ଘେରିଯାଇଥିଲେ। ସେଥିରେ ଥିବା ସମସ୍ତ ସେନା କର୍ମଚାରୀଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରିଥିଲେ। ଫଳରେ ଶତ୍ରୁପକ୍ଷର ମୋଟ ମୃତାହତ ସଂଖ୍ୟା ୯୦ ରେ ପହଞ୍ଚିଥିବା ବିଏଲ୍‌ଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri