Posted inଜାତୀୟ

ବଢିବ ଭାଜପାର ଟେନସନ, ନିର୍ବାଚନ ହାରିବା ପରେ ଉଦ୍ଧବଙ୍କ ନୂଆ ପ୍ଲାନ

ମୁମ୍ବାଇ,୪।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ତାଙ୍କ ଦଳ ମାତ୍ର ୨୦ ଟି ଆସନ ଜିତିବାରେ ସଫଳ ହୋଇଥିଲା। ତେବେ ବର୍ତ୍ତମାନ ଲାଗୁଛି ଯେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ବିଧାନସଭା ନିର୍ବାଚନର ଦୁଃଖ ଭୁଲିଯାଇ ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ମଙ୍ଗଳବାର ଉଦ୍ଧଭ ପୂର୍ବତନ ଦଳର କାଉନସିଲରଙ୍କୁ ଭେଟି ଆସନ୍ତା ବିଏମସି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଏବଂ ପ୍ରତ୍ୟେକ ଘରକୁ ‘ହିନ୍ଦୁତ୍ୱ ଏଜେଣ୍ଡା’ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଉଦ୍ଧବଙ୍କ ନୂତନ ପଦକ୍ଷେପକୁ ଭାଜପା କିପରି ମୁକାବିଲା କରିବ ବୋଲି ଏବେ ପ୍ରଶ୍ନ ଉଠିଛି।
ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ବୈଠକରେ ଯୋଗ ଦେଇଥିବା ସୂତ୍ରରୁ ପ୍ରକାଶ ଯେ, ଉଦ୍ଧବ ଠାକରେ ପୂର୍ବତନ କାଉନସିଲରମାନଙ୍କୁ ଭାଜପା ଏବଂ ମହାୟୁତିର ବିବୃତ୍ତିକୁ ଖଣ୍ଡନ କରିବାକୁ କହିଥିଲେ ଯେ ଶିବସେନା ୟୁବିଟି ହିନ୍ଦୁତ୍ୱର ଆଦର୍ଶକୁ ପରିତ୍ୟାଗ କରିଛି। ଜଣେ ପୂର୍ବତନ କାଉନସିଲର କହିଛନ୍ତି, ‘ସେ ଆମକୁ କହିଥିଲେ ଯେ ଶିବସେନା ୟୁବିଟି ସର୍ବଦା ହିନ୍ଦୁତ୍ୱ ପାଇଁ କାମ କରୁଛି ଏବଂ ଏହା ସର୍ବଦା କାମ କରିବ। କିନ୍ତୁ ବିରୋଧୀମାନେ ଏକ ମିଥ୍ୟା କାହାଣୀ ବିସ୍ତାର କରିଛନ୍ତି ଯେ ଆମେ ହିନ୍ଦୁତ୍ୱକୁ ପରିତ୍ୟାଗ କରିଛୁ। ସେ ଆମକୁ ହିନ୍ଦୁତ୍ୱର ଏଜେଣ୍ଡା ନେବାକୁ କହିଥିଲେ।
ସୂଚନାନୁସାରେ, ଅଧିକାଂଶ ପୂର୍ବତନ କାଉନସିଲରଙ୍କ ମତରେ ଶିବସେନା ଏବଂ ୟୁବିଟି କାଉନସିଲର ନିର୍ବାଚନରେ କୌଣସି ମିଳିତ ଦଳର ଅଂଶ ହେବା ଉଚିତ ନୁହେଁ। ତେବେ ଉଦ୍ଧବ ଠାକରେ କାଉନସିଲରମାନଙ୍କୁ ପ୍ରଥମେ ତୃଣମୂଳ ସ୍ତରରେ କାମ ଆରମ୍ଭ କରିବାକୁ କହିଥିଲେ। ଏହି ବୈଠକ ଏପରି ଏକ ସମୟରେ ଘଟିଛି ଯେତେବେଳେ କିଛି ଦିନ ପୂର୍ବରୁ ଦଳର ନେତାମାନେ ଶୀର୍ଷ ନେତୃତ୍ୱଙ୍କୁ କହିଥିଲେ ଯେ ବିଧାନସଭା ନିର୍ବାଚନରେ ମିଳିତ ମଞ୍ଚକୁ ପରାଜୟର ସମ୍ମୁଖୀନ ହେବାକୁ ପଡିବ, ଯାହା ପରେ ସେମାନେ ଏମଭିଏ ଛାଡିବା ଉଚିତ। ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ଉଦ୍ଧବ କାଉନସିଲରମାନଙ୍କୁ ମୁମ୍ବାଇର ୩୬ ଟି ବିଧାନସଭା ନିର୍ବାଚନମଣ୍ଡଳୀର ୨୨୭ ୱାର୍ଡରେ ପ୍ରସ୍ତୁତି ଆରମ୍ଭ କରିବାକୁ କହିଥିଲେ। ସେ ମୁମ୍ବାଇରେ ନିର୍ବାଚନ ସମ୍ବନ୍ଧୀୟ ଦାୟିତ୍ୱ ପାଇଁ ବିଧାୟକ, ନେତା, ସଚିବ ଏବଂ ସଂଯୋଜକ ନିଯୁକ୍ତ କରିଥିଲେ।
ଶିବସେନା (ୟୁବିଟି) କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ, ନାଗରିକ ମତଦାନ ପାଇଁ ୧୮ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି, ଯେଉଁମାନେ ତଦାରଖ କରିବେ ଏବଂ ପ୍ରସ୍ତୁତି ଆରମ୍ଭ କରିବେ। ଶିବସେନାର ଜଣେ ଅଧିକାରୀ କହିଛନ୍ତି, ଉଦ୍ଧଭ ଜୀ ଆମକୁ ଆସନ୍ତା ସପ୍ତାହ ମଧ୍ୟରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି। ରିପୋର୍ଟକୁ ଭିତ୍ତିକରି ଆସନଗୁଡିକ ଶ୍ରେଣୀଭୁକ୍ତ କରାଯିବ ଏବଂ ଏକ ବ୍ୟାପକ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?