ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ ସଦସ୍ଯ ଅରୁଣକୁମାର ପଣ୍ଡାଙ୍କ ସଂଯୋଜନାରେ ସୋମବାର ପାଳିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ମହାପାତ୍ର, ବିଧାୟକ ପ୍ରତିନିଧି କେରାନାଥ ସ୍ବାଇଁ ଯୋଗଦେଇ ଦଳୀୟ ଶୃଙ୍ଖଳା ସହ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାମାନ ସଂପର୍କରେ ଗୁରୁତ୍ବାରୋପ କରିଥିଲେ । ଯେପରି ରାଜ୍ଯର ବିକାଶ ଘଟିବ ସେଥିନେଇ ସମସ୍ତ କର୍ମୀମାନେ ଜନସାଧାରଣଙ୍କ ନିକଟତର ହୋଇ କାର୍ଯ୍ଯ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଦଳର କାର୍ଯ୍ୟକର୍ତ୍ତା ଓ ମଣ୍ଡଳ ସଭାପତିମାନେ ଉପସ୍ଥିତ ଥିଲେ ।

