ବଲାଙ୍ଗୀରରେ ଗଠନ ହେଲା ଭାଜପାର ୯୦ ଜଣିଆ ଟିମ୍‌, ସୁଦୃଢ଼ ହେବ…

ବଲାଙ୍ଗୀର,୧୮ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭାରତୀୟ ଜନତା ପାର୍ଟି ତରଫରୁ ଗୁରୁବାର ଜିଲା ସ୍ତରରେ ଏକ ବୈଠକ ପଥରଚେପା ଭାଜପା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଛି। ଭାଜପା ଜିଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ଅଧକ୍ଷତରେ ଜିଲା ଭାଜପା ପାର୍ଟିର ପୂର୍ଣ୍ଣାଙ୍ଗ ଟିମ୍‌ ଗଠନ ହୋଇଥିଲା। ଏଥିରେ ନବେ ଜଣିଆ ପଦାଧିକାରୀ ସାମିଲ ହୋଇଛନ୍ତି। ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା ଓ ପ୍ରଶ୍ନୋତ୍ତର, SIR କାର୍ଯ୍ୟକ୍ରମ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଭାଜପା କମିଟି ର ଗଠନକୁ ନେଇ ସୂଚନା ଦେଇଥିଲେ ଜିଲା ସଭାପତି ଶ୍ରୀବତ୍ସ ବେହେରା। ଏହି କାର୍ଯ୍ୟକ୍ରମରେ ବକ୍ତାମାନେ SIRକୁ ନେଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ।

ମଞ୍ଚରେ ଜିଲା ସଭାପତି ଶ୍ରୀବତ୍ସ ବେହେରା, ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ, ମହେନ୍ଦ୍ର ଠାକୁର, ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ପଙ୍କଜିନି ପଣ୍ଡା, ଜ୍ୟୋତି ପାଣିଗ୍ରାହୀ, କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ, ଓବିସି ମୋର୍ଚ୍ଚା ସଭାପତି , ଓଏସ୍‌ସି ମୋର୍ଚ୍ଚା ସଭାପତି ଉପସ୍ଥିତ ଥିଲେ। ଭାଜପାର ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଓ ବଲାଙ୍ଗୀର ଜିଲାର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily

Share
Tags: Balangir BJP