ଭାଜପାର ୪୬ ତମ ପ୍ରତିଷ୍ଠା ଦିବସ ଘରେ ଘରେ ପତାକା କାର୍ଯ୍ୟକ୍ରମ ଶୁଭାରମ୍ଭ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଭାଜପା ର ୪୬ ତମ ପ୍ରତିଷ୍ଠା ଦିବସ ରବିବାର ଓ ସୋମବାର ଦୁଇଦିନ ପାଳିତ ହେବ। ଏହି ଅବସରରେ ସମସ୍ତଙ୍କ ଘରେ ପତାକା ଲଗାଇବା କାର୍ଯ୍ୟକ୍ରମ ସହ ସମାଜସେବା କାର୍ଯ୍ୟକ୍ରମ ରହିଛି। ଏହିଭଳି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ରବିବାର ତାଙ୍କ ବାସଭବନରେ ଦଳୀୟ ପତାକା ମାରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର, ଭାଜପା ନେତା କୁବେର ପ୍ରଧାନ, ଜୟରାମ ଖାଡେଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ।