ଭାଜପା ଏକା ଲଢ଼ିବ ଆଉ ସରକାର ବି ଗଢ଼ିବ: ମନମୋହନ

ଭୁବନେଶ୍ୱର,୧୪ା୩: ଦିଲ୍ଲୀରୁ ଫେରିବା ପରେ ଭାଜପା ସଭାପତି ମନମୋହନ ସାମଲ ପୁଣି ଏକ କଥା ଦୋହରାଇଛନ୍ତି। ଗୁରୁବାର ମନମୋହନ କହିଛନ୍ତି, ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ଆଉ ଜିତିବ ମଧ୍ୟ। ସେ କହିଛନ୍ତି, ଓଡ଼ିଶାରେ ଭାଜପା ସରକାର ଗଠନ କରିବ। ଲୋକମାନଙ୍କ ଆଶୀର୍ବାଦ, ସ୍ନେହ, ଶୁଭେଚ୍ଛା ନେଇ ଭାଜପା ସରକାର ଗଢ଼ିବ।

ସୂଚନାଯୋଗ୍ୟ, ଗତ କିଛିଦିନ ଧରି ବିଜେଡି-ଭାଜପା ମେଣ୍ଟକୁ ନେଇ ରାଜନୈତିକ ମହଲରେ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଭାଜପା ଦୁଇଥର ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଏହି ଦୁଇଟି ପର୍ଯ୍ୟାୟରେ ଓଡ଼ିଶାର ନାଁ ନାହିଁ। ଅପରପକ୍ଷରେ ବିଜେଡି ବର୍ତ୍ତମାନ ସୁଦ୍ଧା ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ତଥାପି ଲୋକଙ୍କ ମନରୁ ମେଣ୍ଟ ହେବା ନେଇ ଦ୍ୱନ୍ଦ୍ୱ ଥମିନାହିଁ। ମନମୋହନ ସକାଳେ ସବୁକିଛି ଠିକ୍‌ ଚାଲିଥିବା କହିଥିବା ବେଳେ ମଧ୍ୟାହ୍ନରେ ଅଲଗା ବିବୃତ୍ତି ଦେଇଛନ୍ତି। ଯାହାକୁ ନେଇ ଲୋକେ ଏବେ ବି ସନ୍ଦୀହାନ ଅଛନ୍ତି।

Share
Tags: BJDbjp