Posted inଜାତୀୟ

କର୍ନାଟକରେ ପୁଣି ସରକାର ଗଢିବ ଭାଜପା: ଶାହା

ନୂଆଦିଲ୍ଲୀ,୧୭।୪: କର୍ନାଟକରେ ପୁଣିଥରେ ଭାଜପା ସରକାର ଗଢିବ। ଦକ୍ଷିଣ ଗୋଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଏଭଳି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଶାହା କହିଛନ୍ତି, ଓଡିଶା ଏବଂ ତେଲଙ୍ଗାନାର ଲୋକେ ଭାଜପା ସପକ୍ଷରେ ଅଛନ୍ତି। ଏହା ବ୍ୟତିତ ଗୋଆ ଏବଂ ଉତ୍ତରାଖଣ୍ଡରେ ଭାଜପାର ବିଜୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦେଇଥିବା ବିବୃତ୍ତିକୁ ମଧ୍ୟ ଶାହା କଟାକ୍ଷ କରିଛନ୍ତି। ଶାହା ଏହା ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ ଉତ୍ତର-ପୂର୍ବ ରାଜ୍ୟରେ ନିର୍ବାଚନୀ ପ୍ରଚାର କରିଥିଲେ, ଯେଉଁଠାରେ ଦଳ ଧ୍ୱଂସ ହୋଇଯାଇଥିଲା।ଏହି ରାଜ୍ୟଗୁଡ଼ିକରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଖ୍ୟା ହେତୁ କଂଗ୍ରେସ ସର୍ବଦା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଏହାର ଗଡ଼ ବୋଲି ବିବେଚନା କରୁଥିଲା, କିନ୍ତୁ ନିକଟରେ ହୋଇଥିବା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଥିଲା। ତେବେ ଖାର୍ଗେ ଏବଂ ରାହୁଲ ଗାନ୍ଧୀଙ୍କୁ କହିବାକୁ ଚାହେଁ ଯେ, ଭାଜପା କର୍ନାଟକରେ ପୁଣିଥରେ ସରକାର ଗଢିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବାଂଲାଦେଶରେ ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ, ହୋଇପାରନ୍ତି ଭବିଷ୍ୟତର ଶେଖ ହାସିନା-ଖାଲିଦା ଜିଆ

ଢାକା,୨୭।୧୨: ବାଂଲାଦେଶ ବର୍ତ୍ତମାନ ହିଂସାରେ ବୁଡ଼ି ରହିଛି। ହିନ୍ଦୁମାନଙ୍କ ଉପରେ ନିର୍ଯାତନା ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ଶାସନରେ, ମୌଳବାଦୀମାନେ ପ୍ରଭାବ ବିସ୍ତାର କରୁଛନ୍ତି। କେବଳ...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ପଲ୍ୟୁଶନ ସାର୍ଟିଫିକେଟକୁ ନେଇ ବଡ଼ ବୟାନ ଦେଲେ ମନ୍ତ୍ରୀ: କହିଲେ ଏଣିକି ଲାଗିବ…

ଭୁବନେଶ୍ୱର, ୨୭।୧୨: ବର୍ତ୍ତମାନ ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ସବୁଠି ଲମ୍ବା ଲାଇନ୍‌। ସରକାର ସମୟ ସୀମା ବୃଦ୍ଧି କରିଥିବା ବେଳେ ପରିବହନ ମନ୍ତ୍ରୀ ବିଭୂତି...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ନୂଆବର୍ଷରୁ ଏମାନଙ୍କୁ ମିଳିବନି ରାସନ! ଡିସେମ୍ୱର ୩୧ ସୁଦ୍ଧା କରି ନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୭।୧୨: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଡିସେମ୍ୱର 31 ପୂର୍ୱରୁ ଏହି ଜରୁରୀ କାର୍ଯ୍ୟ ସମାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri