ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ଘର ଉପରରେ ଆକ୍ରମଣ: ୧୫ ଅଟକ , ଗାଁରେ ପୋଲିସ ଛାଉଣି

ମୋହନା,୩।୨(ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟା ସମୟରେ ୩୦ରୁ ଅଧିକ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି। ଘର ବାହାରେ ଯାହାସବୁ ଥିଲା ସେସବୁକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।
ସେହି ସମୟରେ ତାଙ୍କ ମା’ ଆସି ପ୍ରତିରୋଧ କରବାରୁ ତାଙ୍କୁ ମଧ୍ୟ ଆଘାତ ଲାଗିଛି । ତେବେ କେଉ କାରଣରୁ ଏହା ଘଟିଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଚାନ୍ଦିପୁଟ ଗ୍ରାମରେ ସମ୍ପୂର୍ଣ୍ଣ ପୋଲିସ ଛାଉଣି ହୋଇଛି । ଏ  ନେଇ ୧୫ଜଣଙ୍କୁ ଅଟକ ରଖି ତଦନ୍ତ ପରେ ପ୍ରକୃତ ଦୋଷୀ ଓ କାରଣ ସାମ୍ନାକୁ ଆସିବ ବୋଲି ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଗାଁରେ ଶାନ୍ତି କିଭଳି ଫେରି ଆସିବ ଓ ଦୋଷୀମାନେ କିଭଳି ଗିରଫ ହେବେ ତାହା ଉପରେ ଶାନ୍ତି ପୂର୍ଣ୍ଣ ବୈଠକ ପାଇଁ ଜାରି ରଖିଛନ୍ତି।
Dharitri – Odisha’s No.1 Odia Daily