ବିଜେଡିକୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ ଭାଜପା ରାଜ୍ୟ ମୁଖପାତ୍ର: କହିଲେ, ଏବେ ବି ତାମିଲ…

ଭୁବନେଶ୍ୱର,୧୨ା୩(ସୁନିତ୍‌ ମିଶ୍ର):ଦେଶରେ ଇଣ୍ଡିଆ ମେଣ୍ଟର କିଛି ରାଜନୈତିକ ଦଳ ଡିଲିମିଟେଶନକୁ ନେଇ ଅଯଥାରେ ମିଥ୍ୟା ପ୍ରଚାର କରୁଛନ୍ତି। ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ା ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିବ। ସାରା ଦେଶ ଡିଲିମିଟେଶନ ସପକ୍ଷରେ ଥିବାବେଳେ ତାମିଲନାଡୁର ଶାସକ ଦଳ ଡିଏମ୍‌କେ ସେମାନଙ୍କ ଚିରାଚରିତ ବିଭାଜନକାରୀ ଏଜେଣ୍ଡାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛନ୍ତି ା ଏଥିରେ ବିଜେଡି ମଧ୍ୟ ସାମିଲ ହେବା ପ୍ରମାଣିତ କରୁଛି, ଏବେ ବି ବିଜେଡି ତାମିଲ ଛାପରୁ ମୁକ୍ତି ପାଇନାହିଁ। ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ବିଜେଡି ଏବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ମୁହଁାହୋଇଛି ବୋଲି ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଏହା କହିଛନ୍ତି ା