Posted inଜାତୀୟ

ଭାଜପା, ଶିନ୍ଦେ ସେନା ଛକାପଞ୍ଝା

ମୁମ୍ବାଇ,୨୨ା୧: ଏସିଆର ସବୁଠୁ ଧନୀ ମହାନଗର ନିଗମ ବିଏମ୍‌ସି ନିର୍ବାଚନ ଜାନୁଆରୀ ୧୫ରେ ଅନୁଷ୍ଠିତ ହୋଇଥିଲା। ୨୨୭ ଆସନ ବିଶିଷ୍ଟ ବିଏମ୍‌ସି ଦଖଲ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୧୧୪। ଭାଜପାକୁ ୮୯ ଆସନରେ ସଫଳତା ମିଳିଥିବାବେଳେ ଶିନ୍ଦେ ସେନା ୨୯ ଆସନରେ ବିଜୟୀ ହୋଇଛି। ଉଦ୍ଧବ ଠାକ୍‌ରେଙ୍କ ଶିବସେନା ୟୁବିଟି ୬୫ ଆସନରେ ସୀମିତ ରହିଛି। ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ପଦକୁ ଓହ୍ଲାଇଥିବା ଶିନ୍ଦେ ନିଜ ଦଳରୁ ମେୟର ଚାହୁଁଛନ୍ତି। ତେଣୁ ଶିବସେନାରୁ ଜଣେ ପ୍ରଥମ ଅଢ଼େଇ ବର୍ଷ ଓ ପରେ ଭାଜପାରୁ ଜଣେ ପରବର୍ତ୍ତୀ ଅଢ଼େଇ ବର୍ଷ ମେୟର ହୁଅନ୍ତୁ ବୋଲି ଶିନ୍ଦେ ଦାବି କରିଥିବା କୁହାଯାଉଛି। କିନ୍ତୁ ଭାଜପା ପ୍ରଥମ ଥର ପାଇଁ ପାଇଥିବା ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ଏଭଳି ସ୍ଥିତିରେ ମେୟର ପଦ କିଏ ଦଖଲ କରିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।
ଇତିମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଲଟେରି କରାଯିବା ଉପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାରାଷ୍ଟ୍ରର ମେୟରମାନେ କର୍ପୋରେଟରଙ୍କ ଜରିଆରେ ନିର୍ବାଚିତ ହୁଅନ୍ତି। କିନ୍ତୁ ସାଧାରଣ ବର୍ଗ କିମ୍ବା ମହିଳା, ତଫସିଲଭୁକ୍ତ ଜାତି (ଏସ୍‌ସି), ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ଅଥବା ଅନ୍ୟ ପଛୁଆ ବର୍ଗ (ଓବିସି)ରୁ ମେୟର କରାଯିବା ନେଇ ପ୍ରଥମେ ଲଟେରି କରାଯାଇଥାଏ। ଏହି କାଟାଗୋରି ନିର୍ଦ୍ଧାରିତ ହେବା ପରେ ଯୋଗ୍ୟ କର୍ପୋରେଟରମାନେ ନିଜ ନାମାଙ୍କନପତ୍ର ଦାଖଲ କରନ୍ତି। ନାମାଙ୍କନ ଶେଷ ହେବା ପରେ ମ୍ୟୁନିସିପାଲ କର୍ପୋରେଶନ୍‌ର ଏକ ସ୍ବତନ୍ତ୍ର ବୈଠକରେ ମେୟର ନିର୍ବାଚନ କରାଯାଇଥାଏ। ସମ୍ବିଧାନର ୭୪ତମ ସଂଶୋଧନ ଅନୁଯାୟୀ ରୋଟେଶନ୍‌ଭିତ୍ତିରେ ବିଭିନ୍ନ ବର୍ଗକୁ ସୁଯୋଗ ମିଳିଥାଏ।
ଗୁରୁବାର ଲଟେରି ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ବୁଧବାର ଡାଭୋସ୍‌ରେ ଚାଲିଥିବା ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ବାର୍ଷିକ ସମ୍ମିଳନୀରେ ଯୋଗଦେଇଛନ୍ତି। ତେଣୁ ଫଡ୍‌ନବିସ ଫେରିବା ପରେ ବିଏମ୍‌ସିର ପ୍ରଶାସନିକ ନିୟନ୍ତ୍ରଣ କାହା ହାତରେ ରହିବ ସେନେଇ ନିଷ୍ପତ୍ତି ନିଆଯିବ। ଏହା ପୂର୍ବରୁ ଶିନ୍ଦେ ସେନାର ନବନିର୍ବାଚିତ କର୍ପୋରେଟରମାନେ ମୁମ୍ବାଇର ଏକ ହୋଟେଲରେ ଅବସ୍ଥାନ କରିଛନ୍ତି। ଶିନ୍ଦେଙ୍କ ଦଳ ଏହାକୁ ‘ଓରିଏଣ୍ଟେଶନ୍‌ ସେସନ୍‌’ ବୋଲି କହୁଥିବାବେଳେ ବିରୋଧୀ ରିସର୍ଟ ପଲିଟିକ୍ସର ଅଭିଯୋଗ ଆଣିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri