ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା ସଭାପତି ଭାବେ ଗନ୍ଧମାର୍ଦ୍ଦନ ସେଠୀ ଦ୍ୱିତୀୟ ଥର ପାଇଁମନୋନିତ ହୋଇଥିବା ବେଳେ ଭାଜପା ଆସିକା ସାଂଗଠନିକ ଜିଲା (ଘୁମୁସର) ସଭାପତି ଭାବେ ବିକାଶ ସେଠୀ ମନୋନିତ ହୋଇଛନ୍ତି।

ଗନ୍ଧମାର୍ଦ୍ଧନ ଭଞ୍ଜନଗର ସାଂଗଠନିକ ଜିଲାର ପୋଲସରା ନିର୍ବାଚନମଣ୍ଡଳୀ ବାସିନ୍ଦା ହୋଇଥିବା ବେଳେ ବିକାଶ ଆସିକା ସାଂଗଠନିକ ଜିଲାର । ସେମାନଙ୍କ ନୂତନ ନିଯୁକ୍ତି ପରେ ଦଳୀୟ ସଂଗଠନ ଅନେକ ଅଞ୍ଚଳରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗନ୍ଧମାର୍ଦ୍ଧନ ଏହା ପୁର୍ବରୁ ୩ ବର୍ଷ ଏହି ପଦବୀରେ ଥିଲେ। ଦଳ ତାଙ୍କୁ ବିଶ୍ୱାସକୁ ନେଇ ପୁଣି ଏହି ପଦବୀରେ ନିଯୁକ୍ତି ଦେଇଛି।

Dharitri – Odisha’s No.1 Odia Daily

Share