Posted inଜାତୀୟ

ଏନସିପିକୁ ଏନଡିଏରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ ବାଜପେୟୀ: ପ୍ରଫୁଲ୍ଲ ପଟେଲ…

ମୁମ୍ବାଇ,୧୭।୬ : ଏନସିପିର ନୂତନ ଭାବେ କାର୍ଯ୍ୟକାରୀ ସଭାପତି ତଥା ଏମପି ପ୍ରଫୁଲ୍ଲ ପଟେଲ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ ଦାବି କରିଛନ୍ତି ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ କେନ୍ଦ୍ରରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି।

ଶନିବାର ତାଙ୍କର ଏକ ସାକ୍ଷାତକାରରେ ପ୍ରଫୁଲ୍ଲ ପଟେଲ କହିଛନ୍ତି ଶରଦ ପାୱାର ୧୯୯୯ ରେ କଂଗ୍ରେସରୁ ଅଲଗା ହୋଇଥିଲେ। ଯେତେବେଳେ ବାଜପେୟୀ ତାଙ୍କୁ ମହାରାଷ୍ଟ୍ରର ଶିବସେନା-ଭାଜପା ମେଣ୍ଟରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଯଦିଓ, ଆମେ କଂଗ୍ରେସ ବିରୋଧରେ ଲଢୁଥିଲୁ ଏବଂ ଭାବିଥିଲୁ ଆମେ ଏକକ ବୃହତ ଦଳ ହୋଇପାରିବୁ, କିନ୍ତୁ ପରିସ୍ଥିତି ଏତେ ଅନୁକୂଳ ନ ଥିଲା। ଆମର ଅଧିକାଂଶ ରାଜ୍ୟ ନେତା କଂଗ୍ରେସ ସହ ରହିବାକୁ ଚାହୁଁଥିଲେ ଥିଲେ। ତେଣୁ ଶରଦ ପାୱାରଙ୍କ ଏହି ନିଷ୍ପତ୍ତି କଂଗ୍ରେସକୁ ବହୁତ ସାହାଯ୍ୟ କରିଥିଲା। ଯେତେବେଳେ ଆମେ ଇତିହାସକୁ ଦେଖିଛୁ, ଆମେ ଭାବୁଛୁ ଯଦି ଆମେ କଂଗ୍ରେସ ସହିତ ହାତ ମିଳାଇ ନ ଥାନ୍ତୁ ତେବେ ଏହା ଆମ ପାଇଁ ଅଧିକ ଲାଭଦାୟକ ହୋଇଥାନ୍ତା। କିନ୍ତୁ ବର୍ତ୍ତମାନ ଆମେ ଆମର ସହଯୋଗୀମାନଙ୍କୁ ଆଘାତ କରିବାକୁ ଚାହୁଁନାହୁଁ ।

ସେ ସ୍ବୀକାର କରିଛନ୍ତି ଶରଦ ପାୱାର କିମ୍ବା ଆମ ମଧ୍ୟରୁ କେହି ଏହାକୁ ଖୋଲାଖୋଲି ଭାବେ କହିପାରନ୍ତି ନାହିଁ, କିନ୍ତୁ ଆମେ ସର୍ବଦା ଅନୁଭବ କରୁ କୌଣସି ପ୍ରକାରେ ମହାରାଷ୍ଟ୍ରରେ ସରକାର ଗଠନ କରିବାର ସାମର୍ଥ୍ୟ ଆମର ଅଛି। ନିଜ ଶକ୍ତିରେ ଆମେ ମମତା ବାନାର୍ଜୀ କିମ୍ବା ଜଗନ ମୋହନ ରେଡ୍ଡୀଙ୍କ ପରି ରାଜ୍ୟରେ ନିର୍ବାଚନ ଜିତିପାରିବୁ। ଏହାର କାରଣ ହେଉଛି ବର୍ତ୍ତମାନ ଆମେ ରାଜ୍ୟରେ ଶରଦ ପାୱାରଙ୍କ ପରି ଅନ୍ୟ କୌଣସି ଭେଟେରାନ ନେତାଙ୍କୁ ଦେଖୁନାହୁଁ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କର ଆଦର୍ଶଗତ ପାର୍ଥକ୍ୟ ସତ୍ତ୍ୱେ ପାୱାରଙ୍କୁ ଅନେକ ଥର ପ୍ରଶଂସା କରିଛନ୍ତି।୨୦୧୯ ଠାରୁ ମହାବିକାଶ ଆଘାଡି ପରୀକ୍ଷଣ ରାଜ୍ୟରେ ଦେଖାଯାଉଛି। ଯାହାକି ୨୦୨୨ ପର୍ଯ୍ୟନ୍ତ ମଧ୍ୟ ସଫଳ ହୋଇଥିଲା। କାରଣ ତିନି ଦଳ ଏକାଠି ହୋଇ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିଥିଲେ। ମାତ୍ର ଏବେ ରାଜ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri