‘ପ୍ରଧାନମନ୍ତ୍ରୀ ନୁହନ୍ତି, ଭାଜପା ପ୍ରଚାରକ’

ନୂଆଦିଲ୍ଲୀ/କୋଲକାତା,୧୯ା୪: ମହାମାରୀ କରୋନା ଯୋଗୁ ଭାରତରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ରବିବାର ୨,୬୧,୫୦୦ରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧,୫୦୧ ଜଣ ଭୂତାଣୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ନାଟକ, କେରଳ ସମେତ ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଅଧିକାଂଶ ରାଜ୍ୟରେ କୋଭିଡ୍‌-୧୯ ଭାକ୍ସିନ ନିଅଣ୍ଟ ଯୋଗୁ ଟିକାକରଣ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଗଲାଣି। ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ଯୋଗୁ ରୋଗୀଙ୍କ ଚିକିତ୍ସା ହୋଇପାରୁ ନାହିଁ। ଜରୁରୀ ଇଞ୍ଜେକ୍ସନ ଓ ଔଷଧ କଳାବଜାର ହୋଇ ଚଢ଼ା ଦରରେ ବିକ୍ରି ହେଉଛି। ସବୁଠି ଅକ୍ସିଜେନ ସଙ୍କଟ ଲାଗି ରହିଛି। ଫଳରେ ଉପଯୁକ୍ତ ଚିକିତ୍ସା ନ ପାଇ ଲୋକେ ମରୁଛନ୍ତି। ଶ୍ମଶାନରେ ମୃତଦେହଗୁଡ଼ିକୁ ଦାହ କରିବା ପାଇଁ ସ୍ଥାନାଭାବ ହେଉଛି। ଏସବୁ ଭିତରେ ନିଜକୁ ଦେଶର ପ୍ରଧାନ ସେବକ ବୋଲାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଦେଖି ବିରୋଧୀ ଦଳଗୁଡ଼ିକ ତାଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଦେଶର ପ୍ରଧାନମନ୍ତ୍ରୀ ରୂପେ ନୁହେଁ, ବରଂ ଭାଜପାର ଜଣେ ପ୍ରଚାରକ ରୂପେ ଭୂମିକା ନିଭାଉଛନ୍ତି ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ (ସିପିଆଇଏମ୍‌) ସମାଲୋଚନା କରିଛି।
ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଶ୍ଚିମବଙ୍ଗରେ କରୋନାର ଭୟାବହତା ସେତେଟା ନ ଥିଲା। କିନ୍ତୁ ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶନିବାର ୭୭୧୩ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୧,୫୦୮ରେ ପହଞ୍ଚତ୍ଥିଲା। ସେହିପରି ୩୪ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୧୦,୫୪୦ ଛୁଇଁଥିଲା। ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିବା ସହ ମୋଦି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ଦିଲ୍ଲୀରୁ ନିର୍ବାଚନ ପ୍ରଚାରରେ ଆସୁଥିବା ଭାଜପା ନେତାମାନେ ବାହାର ଲୋକଙ୍କୁ ଆଣୁଛନ୍ତି। ସେମାନେ କୋଭିଡ୍‌-୧୯ ଭୂତାଣୁ ନେଇ ଆସୁଛନ୍ତି। ଦେଶରେ ଲୋକେ ମରୁଥିବାବେଳେ ମୋଦି ବିଦେଶକୁ ଭାକ୍ସିନ ପଠାଉଛନ୍ତି। ଭାକ୍ସିନ ନାହିଁ କି ଅକ୍ସିଜେନ ନାହିଁ। ରାଜ୍ୟକୁ ୫.୪ କୋଟି ଭାକ୍ସିନ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ମମତା ଦାବି କରିଛନ୍ତି। ସେହିପରି ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏକାଧିକ ଟୁଇଟ୍‌ରେ କହିଛନ୍ତି, ଦେଶରେ କରୋନା କାୟା ବିସ୍ତାର କରୁଥିବାବେଳେ ମୋଦି ପ୍ରଧାନମନ୍ତ୍ରୀ ଭୂମିକା ନିଭାଉନାହାନ୍ତି। ସେ ଭାଜପାର ଜଣେ ସଦସ୍ୟ ଓ ପ୍ରଚାରକ ଦାୟିତ୍ୱ ତୁଲାଉଛନ୍ତି। ମହାମାରୀ ସମୟରେ ଦୁର୍ଭାଗ୍ୟବଶତଃ ଆମର ଏକ କେନ୍ଦ୍ର ସରକାର ନାହିଁ। ଯାହା ଅଛି ତାହା ହେଉଛି ଏକ ପିଆର୍‌ (ଲୋକ ସମ୍ପର୍କ) କମ୍ପାନୀ। ମୋଦି ହେଉଛନ୍ତି ଏହାର ପକ୍ଷପାତୀ ନିର୍ବାଚନୀ ପ୍ରଚାରକ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ନିଜ ଦାୟିତ୍ୱ ଭୁଲି ଭାଜପା ପ୍ରଚାରକ ସାଜିଛନ୍ତି। ଭାରତୀୟଙ୍କ ଜୀବନଠାରୁ ଭାଜପାର ପ୍ରଚାର ଅଧିକ ମୂଲ୍ୟବାନ କି ବୋଲି ଟୁଇଟର୍‌ରେ ୟେଚୁରୀ ପ୍ରଶ୍ନ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଚାର ନ କରିବାକୁ ନିଜ ଦଳର ସମସ୍ତ ନେତାଙ୍କୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରାହୁଲ ନିର୍ବାଚନୀ ପ୍ରଚାର କରୁଥିବା ମୋଦି ଓ ଶାହାଙ୍କୁ ସମାଲୋଚନା କରିଛନ୍ତି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜ ଡେସ୍କରେ ବସି ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ଜରୁରୀ। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଦେଶରେ ହେଲ୍‌ଥ ଏମର୍ଜେନ୍ସି ବା ସ୍ବାସ୍ଥ୍ୟ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri