‘ପ୍ରଧାନମନ୍ତ୍ରୀ ନୁହନ୍ତି, ଭାଜପା ପ୍ରଚାରକ’

ନୂଆଦିଲ୍ଲୀ/କୋଲକାତା,୧୯ା୪: ମହାମାରୀ କରୋନା ଯୋଗୁ ଭାରତରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ରବିବାର ୨,୬୧,୫୦୦ରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧,୫୦୧ ଜଣ ଭୂତାଣୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ନାଟକ, କେରଳ ସମେତ ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଅଧିକାଂଶ ରାଜ୍ୟରେ କୋଭିଡ୍‌-୧୯ ଭାକ୍ସିନ ନିଅଣ୍ଟ ଯୋଗୁ ଟିକାକରଣ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଗଲାଣି। ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ଯୋଗୁ ରୋଗୀଙ୍କ ଚିକିତ୍ସା ହୋଇପାରୁ ନାହିଁ। ଜରୁରୀ ଇଞ୍ଜେକ୍ସନ ଓ ଔଷଧ କଳାବଜାର ହୋଇ ଚଢ଼ା ଦରରେ ବିକ୍ରି ହେଉଛି। ସବୁଠି ଅକ୍ସିଜେନ ସଙ୍କଟ ଲାଗି ରହିଛି। ଫଳରେ ଉପଯୁକ୍ତ ଚିକିତ୍ସା ନ ପାଇ ଲୋକେ ମରୁଛନ୍ତି। ଶ୍ମଶାନରେ ମୃତଦେହଗୁଡ଼ିକୁ ଦାହ କରିବା ପାଇଁ ସ୍ଥାନାଭାବ ହେଉଛି। ଏସବୁ ଭିତରେ ନିଜକୁ ଦେଶର ପ୍ରଧାନ ସେବକ ବୋଲାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ଦେଖି ବିରୋଧୀ ଦଳଗୁଡ଼ିକ ତାଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ଦେଶର ପ୍ରଧାନମନ୍ତ୍ରୀ ରୂପେ ନୁହେଁ, ବରଂ ଭାଜପାର ଜଣେ ପ୍ରଚାରକ ରୂପେ ଭୂମିକା ନିଭାଉଛନ୍ତି ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ (ସିପିଆଇଏମ୍‌) ସମାଲୋଚନା କରିଛି।
ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଶ୍ଚିମବଙ୍ଗରେ କରୋନାର ଭୟାବହତା ସେତେଟା ନ ଥିଲା। କିନ୍ତୁ ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶନିବାର ୭୭୧୩ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୧,୫୦୮ରେ ପହଞ୍ଚତ୍ଥିଲା। ସେହିପରି ୩୪ ମୃତକଙ୍କୁ ମିଶାଇ ମୃତ୍ୟୁସଂଖ୍ୟା ୧୦,୫୪୦ ଛୁଇଁଥିଲା। ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିବା ସହ ମୋଦି ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି। ଦିଲ୍ଲୀରୁ ନିର୍ବାଚନ ପ୍ରଚାରରେ ଆସୁଥିବା ଭାଜପା ନେତାମାନେ ବାହାର ଲୋକଙ୍କୁ ଆଣୁଛନ୍ତି। ସେମାନେ କୋଭିଡ୍‌-୧୯ ଭୂତାଣୁ ନେଇ ଆସୁଛନ୍ତି। ଦେଶରେ ଲୋକେ ମରୁଥିବାବେଳେ ମୋଦି ବିଦେଶକୁ ଭାକ୍ସିନ ପଠାଉଛନ୍ତି। ଭାକ୍ସିନ ନାହିଁ କି ଅକ୍ସିଜେନ ନାହିଁ। ରାଜ୍ୟକୁ ୫.୪ କୋଟି ଭାକ୍ସିନ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ମମତା ଦାବି କରିଛନ୍ତି। ସେହିପରି ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏକାଧିକ ଟୁଇଟ୍‌ରେ କହିଛନ୍ତି, ଦେଶରେ କରୋନା କାୟା ବିସ୍ତାର କରୁଥିବାବେଳେ ମୋଦି ପ୍ରଧାନମନ୍ତ୍ରୀ ଭୂମିକା ନିଭାଉନାହାନ୍ତି। ସେ ଭାଜପାର ଜଣେ ସଦସ୍ୟ ଓ ପ୍ରଚାରକ ଦାୟିତ୍ୱ ତୁଲାଉଛନ୍ତି। ମହାମାରୀ ସମୟରେ ଦୁର୍ଭାଗ୍ୟବଶତଃ ଆମର ଏକ କେନ୍ଦ୍ର ସରକାର ନାହିଁ। ଯାହା ଅଛି ତାହା ହେଉଛି ଏକ ପିଆର୍‌ (ଲୋକ ସମ୍ପର୍କ) କମ୍ପାନୀ। ମୋଦି ହେଉଛନ୍ତି ଏହାର ପକ୍ଷପାତୀ ନିର୍ବାଚନୀ ପ୍ରଚାରକ। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ ନିଜ ଦାୟିତ୍ୱ ଭୁଲି ଭାଜପା ପ୍ରଚାରକ ସାଜିଛନ୍ତି। ଭାରତୀୟଙ୍କ ଜୀବନଠାରୁ ଭାଜପାର ପ୍ରଚାର ଅଧିକ ମୂଲ୍ୟବାନ କି ବୋଲି ଟୁଇଟର୍‌ରେ ୟେଚୁରୀ ପ୍ରଶ୍ନ କରିଛନ୍ତି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଚାର ନ କରିବାକୁ ନିଜ ଦଳର ସମସ୍ତ ନେତାଙ୍କୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରାହୁଲ ନିର୍ବାଚନୀ ପ୍ରଚାର କରୁଥିବା ମୋଦି ଓ ଶାହାଙ୍କୁ ସମାଲୋଚନା କରିଛନ୍ତି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ କହିଛନ୍ତି, ପ୍ରଧାନମନ୍ତ୍ରୀ ନିଜ ଡେସ୍କରେ ବସି ନିଜ କର୍ତ୍ତବ୍ୟ ପାଳନ କରିବା ଉଚିତ। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ଜରୁରୀ। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଦେଶରେ ହେଲ୍‌ଥ ଏମର୍ଜେନ୍ସି ବା ସ୍ବାସ୍ଥ୍ୟ ପାଇଁ ଜରୁରୀ ପରିସ୍ଥିତି ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri