Posted inଜାତୀୟ

ଚିରାଗଙ୍କୁ କଣ୍ଟ୍ରୋଲ କରିବା ପାଇଁ ବଡ଼ ଗେମ୍‌ ଖେଳିଲା ଭାଜପା, ପଶୁପତିଙ୍କ ସହ ବଡ଼ ଡିଲ! ଜଣାପଡିଲା ଭିତିରି କଥା…

ନୂଆଦିଲ୍ଲୀ,୮।୯: ଗତ କିଛିଦିନ ଧରି କେନ୍ଦ୍ର ମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଚିରାଗଙ୍କ ଏହିସବୁ ବୟାନକୁ ନେଇ ହରଡଘଣାରେ ପଡିଛନ୍ତି ଭାଜପା ହାଇକମାଣ୍ଡ। ତେବେ ଚିରାଗଙ୍କ ଉପରେ ଲଗାମ କଷିବା ପାଇଁ ଭାଜପା ନେଇଛି ବଡ଼ ନିଷ୍ପତ୍ତି। ଭାଜପା ପୁଣି ଥରେ ଚିରାଗଙ୍କ ମାମୁଁ ପଶୁପତି ପାରସଙ୍କୁ ଏନଡିଏରେ ସକ୍ରିୟ କରିବାକୁ ଚିନ୍ତା କରିପାରେ। ଏବେ ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ନିଜ ହନୁମାନ ଚିରାଗ ପାସୱାନଙ୍କ ଆଗରେ ତାଙ୍କ ମାମୁଁ ପଶୁପତିଙ୍କୁ ଶକ୍ତିଶାଳୀ କରିବାକୁ ଯୋଜନା କରୁଛନ୍ତି କି?

ଗତ କିଛି ମାସ ଧରି ରାଜନୀତିଠାରୁ ବହୁ ଦୂରରେ ଥିବା ପଶୁପତି ପାରସଙ୍କୁ ଭାଜପା ଖୁବ ଶୀଘ୍ର କୌରସି ରାଜ୍ୟର ରାଜ୍ୟପାଳ କିମ୍ବା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ବୋର୍ଡର ଅଧ୍ୟ୪ ଦାୟିତ୍ୱ ଦେଇପାରେ। ଯାହାକୁ ନେଇ ଭାଜପା ଦେଖେଇବାକୁ ଚାହୁଁଛି ଯେ, ପଶୁପତି ଏବେ ଚିରାଗଙ୍କ ସମସ୍କନ୍ଦ ଅଟନ୍ତି। ଏବଂ ଏହା ପରେ ଚିରାଗଙ୍କୁ ନିୟନ୍ତ୍ରଣ କରିବା ସୁବିଧା ହେବ।

ଗତ କିଛି ଦିନ ତଳେ ଚିରାଗ ପାସୱାନ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିରୋଧ କରିଥିଲେ ଯେପରିକି ସରକାରୀ ଚାକିରିରେ ଲାଟେରାଲ ଏଣ୍ଟ୍ରି ଓ ୱାକଫ ବିଲ। କେବଳ ଏତିକି ନୁହେଁ, ଅନୁସୂଚିତ ଜାତି ଏବଂ ଜନଜାତି କୋଟାରେ ଉପ ବର୍ଗ ଏବଂ କ୍ରିମି ଲେୟାର ଚିହ୍ନଟ କରିବାକୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚିରାଗ ମଧ୍ୟ ବିରୋଧ କରିଥିଲେ।

ଏଥିରୁ ସ୍ପଷ୍ଟ ଯେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବାରୁ ଚିରାଗଙ୍କୁ ନେଇ ଭାଜପା ଏବେ ଅସହଜ ମନେ କରୁଛି। ଚିରାଗକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଶୁପତିଙ୍କୁ ପୁରିଥରେ ସକ୍ରିୟ କରିବାକୁ ଭାଜପା ବଡ଼ ଗେମ୍‌ ଖେଳିବାକୁ ଯାଉଛି। କାରଣ ଚିରାଗଙ୍କ ମାମୁଁଙ୍କ ସହ ପୁରୁଣା ଶତ୍ରୁତା ରହିଛି। ପାରସଙ୍କୁ ବଡ଼ ପଦବୀରେ ନିଯୁକ୍ତ କରି କେନ୍ଦ୍ର ଚିରାଗ ପାସୱାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛି ଯେ ସେ ସରକାରଙ୍କ ନିଷ୍ପତ୍ତିରେ ଅଧିକ ହସ୍ତକ୍ଷେପ କରନ୍ତୁ ନାହିଁ।

ସୂଚନାତାଉ କି, ଗତ କିଛି ମାସ ଧରି ପଶୁପତି ରାଜନୀତିରେ ସକ୍ରିୟ ହୋଥିଲେ। ଏନଡିଏର ଏକ ଅଂଶ ହୋଇଥିଲେ ମଧ୍ୟ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାଜପା ତାଙ୍କୁ ଗୋଟିଏ ବି ଆସନ ଦେଇ ନ ଥିଲା। ଯାହାକୁ ନେଇ ଯଦିଓ ସେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ, ତଥାପି ସେ ଏନଡିଏର ଅଂଶ ହୋ ରହିଥିଲେ। ତେବେ କିଛି ଦିନ ପୂର୍ବରୁ ସେ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ, ପରେ ତାଙ୍କୁ କିଛି ବଡ ପଦରେ ନିଯୁକ୍ତ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri