Posted inଜାତୀୟ

ମହାରାଷ୍ଟ୍ର ନିର୍ବାଚନରେ ଭାଜପା ଖେଳିଲା ବଡ଼ ଗେମ୍‌, ସହଯୋଗୀ ଦଳକୁ ବଡ଼ ଝଟ୍‌କା!

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ପରେ ଗୋଟିଏ ରୋଚକ ମୋଡ ନେବାରେ ଲାଗିଛି । ପୂର୍ବେ ରାଜ୍ୟର ଚାରୋଟି ଦଳ ଥିଲା, କିନ୍ତୁ ଏଥର ଦୁଇଟି ଦଳ ଭାଗ ହେବା ପରେ ୬ ପାର୍ଟି ନିର୍ବାଚନ ଲଢୁଛନ୍ତି । ଏହି କାରଣରୁ ନିର୍ବାଚନ ପରେ ଜଟଳି ସ୍ଥିତି ସୃଷ୍ଟି ହୋଇପାରେ । ଏହାର ଗୋଟିଏ କାରଣ ଏହା ଯେ ୬ ଦଳ ମଧ୍ୟରେ କାହାକୁ ବି ପୂର୍ଣ୍ଣ ବହୁମତ ମିଳିବା ସମ୍ଭାବନା ବହୁତ କମ ରହିଛି । ତେଣୁ ମେଣ୍ଟ ସରକାର ହେବ ଏବଂ ନିର୍ବାଚନ ପରବର୍ତ୍ତୀ ସମୀକରଣ ଅଧିକ ରୋଚକ ହୋଇପାରେ । ଖାସକରି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଦେଖିବାକୁ ମିଳିବ । ଏଥିରେ ଆସନ ସଂଖ୍ୟା ଗୁରୁତ୍ୱ ବହନ କରିବ । ଏହି ଦୃଷ୍ଟିରୁ ଭାଜପା ପୂର୍ବରୁ ହିଁ ସତର୍କ ଥିବା ପରି ମନେ ହେଉଛି ଏବଂ ଏପରି ଏକ ରଣନୀତି କରିଛି, ଯାହାକୁ ଦେଖି ରାଜନୈତିକ ବିଶେଷଜ୍ଞମାନେ ତାଜୁବ ହୋଇଯାଇଛନ୍ତି।

ଭାଜପା ମୋଟ ୧୪୮ ଆସନରେ ନିଜ ପ୍ରାର୍ଥୀ ଓହ୍ଲାଇଛି । ଅନ୍ୟପଟେ ନିଜର ୧୨ ନେତା ପାଇଁ ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିରୁ ଟିକଟ ହାସଲ କରିବାରେ ସଫଳ ହୋଇଛି । ରାଜନୀତି ବିଶେଷଜ୍ଞଙ୍କ ମତରେ ଭାଜପା ରଣନୀତିକାର ଯେକୌଣସି ସ୍ଥିତିରେ ୧୬୦ ଆସନରେ ନିର୍ବାଚନ ଲଢିବାକୁ ଚାହାନ୍ତି । ଏଥିପାଇଁ ମହାୟୁତିରେ ଦୀର୍ଘ ଦିନ ଯାଏ ଅସହମତି ମଧ୍ୟ ରହିଥିଲା । କିନ୍ତୁ ଶେଷରେ ଯେଉଁ ବୁଝାମଣା ହେଲା, ତାହା ସମସ୍ତଙ୍କୁ ଚକିତ କରିଦେଇଛି । ଭାଜପାର ୮ ନେତାଙ୍କୁ ଏକନାଥ ଶିନ୍ଦେର ଶିବସେନାରୁ ଟିକଟ ମିଳିଛି ଏବଂ ୪ ଜଣଙ୍କୁ ଏନସିପିରୁ ଟିକଟ ମିଳିଛି । ଏହିପରି ଭାଜପା ଯଦିଓ ନିଜ ଚିହ୍ନରେ ୧୪୮ ଆସନରେ ଲଢିବ, କିନ୍ତୁ ତାର ୧୬୦ ନେତା ନିର୍ବାଚନ ଲଢିବେ ।

ଏବେ ଚର୍ଚ୍ଚା ହେଉଛି ଯେ ଏହି ୧୨ ଆସନରେ ପରିମାଣ ନିର୍ବାଚନ ପରେ ଅଧିକ ଗୁରୁତ୍ୱ ରଖିବ । ଯଦି କୌଣସି ଦଳକୁ ବହୁମତ ନ ମିଳେ ଏବଂ ଭାଜପା ସବୁଠାରୁ ବଡ଼ ପାର୍ଟି ହୋଇ ସରକାର ଗଢିବା ଦୌଡ଼ରେ ରୁହେ ତେବେ ଏହି ଆସନରୁ ଚାପ ପକାଇପାରିବ । ଏଥିପାଇଁ ଭାଜପା ଅନ୍ୟ ଦଳରୁ ନିଜର ୧୨ ନେତାଙ୍କୁ ମୈଦାନକୁ ଓହ୍ଲାଇଥିବା କୁହାଯାଇଛି । ଏମାନେ ସମସ୍ତେ ଭାଜପା ନେତା ଥିଲେ ଏବଂ ଟିକଟ ଘୋଷଣା ହେବା ପରେ ଶିବସେନା ଏବଂ ଏନସିପିରେ ସାମିଲ ହୋଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ: ଚଳଚଞ୍ଚଳ ଗଞ୍ଜାମ ମହାବିଦ୍ୟାଳୟ, ୮ ବର୍ଷ ପରେ ଫେରିବ କ୍ୟାମ୍ପସ ରାଜନୀତି

ଗଞ୍ଜାମ, ୬।୧୦ (ବିଦ୍ୟାଧର ସାହୁ): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଗଞ୍ଜାମ ମହାବିଦ୍ୟାଳୟ ପରିସର ଚଳଚଞ୍ଚଳ…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

ବସ୍‌ଷ୍ଟାଣ୍ଡରେ ବ୍ୟବସାୟୀଙ୍କୁ ଛୁରାମାଡ଼

କୋରାପୁଟ,୬।୧୦(ଅମିତାଭ ବେହେରା): କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ମଙ୍ଗଳବାର ଜଣେ ମକା ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଟିକିରା…

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?