ନିର୍ବାଚନ ପ୍ରତିଶ୍ରୁତି ପାଳନ କରୁନି ଭାଜପା, ଅଭିଯୋଗ ଆଣି ବିଜେଡି କହିଲା ମାଗଣା ବିଦ୍ୟୁତ୍‌କୁ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଜେଡି ପକ୍ଷରୁ ସୋମବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ଜିଲାର ବରିଷ୍ଠ ବିଜେଡି ନେତା ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମର ପ୍ରଧାନ, ଜିଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ଦୀପକ ସାହୁ, ସରପଞ୍ଚ ତଥା ସମିତିସଭ୍ୟଙ୍କ ମଧ୍ୟରେ ଗଙ୍ଗାଧର ପ୍ରଧାନ, ତାତୁରା ପ୍ରଧାନ, ଅକ୍ଷୟ ନାୟକ, କାଳୀପ୍ରସାଦ ମଲିକଙ୍କ ସମେତ ଶତାଧିକ କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ସାରିଙ୍ଗିଇର୍ପି ସଭା ପଡ଼ିଆରେ ସମସ୍ତେ ଏକାଠି ହୋଇ ସେଠାରୁ ବିରାଟ ଜନସମ୍ପର୍କ ପଦଯାତ୍ରାରେ ବାହାରି ଚାରିଛକ, ତିନିଛକ, ବଜାର ଦେଇ ମିଶ୍ର କଲ୍ୟାଣମଣ୍ଡପରେ ପହଞ୍ଚିଥିଲେ। ସେଠାରେ ୧୦ ନଂ ଜୋନ୍‌ର ଜିଲାପରିଷଦ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜନସଚେତନ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକଙ୍କୁ ଭାଜପା ସରକାରର ନିର୍ବାଚନ ପ୍ରତିଶ୍ରୁତି ଆଜି ମିଛୁଆ ପ୍ରମାଣିତ ହୋଇଥିବା ବିଜେଡି ଅଭିଯୋଗ କରିଥିଲା। ବିଜେଡି ସରକାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ୧ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା କିନ୍ତୁ ସେତେବେଳେ ଭାଜପା ୩ ଶହ ୟୁନିଟ ବିଦ୍ୟୁତ୍‌ ମାଗଣା ଦିଆଯିବ କହି ଲୋକଙ୍କୁ ଠକିଦେଇଥିବା ବିଜେଡିର ଅଭିଯୋଗ କରିଛି। ସେହିପରି ୨ଟି କିସ୍ତିରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନାରେ ଏହି ପଦଯାତ୍ରା ଅକ୍ଟୋବର ୯ଠାରୁ ନଭେମ୍ବର ୯ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଦାରିଙ୍ଗବାଡ଼ିରେ ମଧ୍ୟ ଏହି ପଦଯାତ୍ରା ବାହାରି ୫୦ ହଜାର ଦିଆଯିବ ବୋଲି କୁହାଯାଇଥିଲା।

କିନ୍ତୁ ତାହା ପୂରଣ ନ କରି ବହୁ ମହିଳାଙ୍କୁ ଏଥିରୁ ବାଦ୍‌ ଦିଆଯାଇଥିବା ବିଜେଡି ଲୋକଙ୍କୁ କହିଥିଲା। ଭାଜପା ସରକାର ଆସିବା ପରେ ବହୁ ନିରୀହ ଲୋକ ଚାକିରି ପାଇଁ ଠକାମିର ଶିକାର ହେଉଥିବା ବେଳେ ଆକ୍ରୋଶ ରଖି ମିଥ୍ୟା ମାମଲାରେ ନେତା ଲୋକଙ୍କୁ ଜେଲ୍‌ରେ ପୂରାଇ ଦେଉଥିବା ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଖବରଦାତା ସମ୍ମିଳନୀରେ କହିଥିଲେ। ଏହି ସରକାର ଆସିବା ପରେ ଆରଆଇ ଚାକିରି ଏବଂ ପୋଲିସ ଏଏସ୍‌ଆଇ ଚାକିରି ପାଇଁ ଦୁର୍ନୀତି ହେଉଥିବା ଲୋକଙ୍କୁ ବିଜେଡି କହିଥିଲା।

ଏହି ପଦଯାତ୍ରାରେ ବୁଡ଼ାଗୁଡା, ବ୍ରାହ୍ମଣୀଗାଁ, ଭ୍ରମରବାଡ଼ି, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିତିଗୁଡ଼ା, ତାଜୁଙ୍ଗିଆ, ହାତୀମୁଣ୍ଡା, ଗଦାପୁର, ସରାମୁଳି, ଗୁମିକିଆ, ତିଲୋରୀ, ସିମନବାଡ଼ି ଆଦି ପଞ୍ଚାୟତରୁ ଶହ ଶହ କର୍ମୀ ସମର୍ଥକ ଯୋଗଦେଇଥିଲେ। ପୋଲିସ ପକ୍ଷରୁ ଡିଏସ୍‌ପି ତଥା ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ଆଇଆଇସି ଜୟନ୍ତ କୁମର ସେଠୀ, ଏଏସ୍‌ଆଇ ଶ୍ରୀନିବାସ ରାଓ ପ୍ରମୁଖ ତଦାରଖ କରିଥିଲେ।

Dharitri – Odisha’s No.1 Odia Daily