Posted inଜାତୀୟ

ପ୍ରିୟଙ୍କା ଗାନ୍ଧୀଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍‌ ଭେଟି ଦେଲେ MP ଅପରାଜିତା ଷଡ଼ଙ୍ଗୀ, ଜାଣନ୍ତୁ ପୁରା ମାମଲା…

ନୂଆଦିଲ୍ଲୀ,୨୦।୧୨: ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ବେଶ ଚର୍ଚ୍ଚାରେ ରହି ଆସୁଛି। କେବେ ମାରପିଟ୍‌ ତ କେବେ ବ୍ୟାଗ୍‌ ପଲିଟିକ୍ସ ଯାଏ ସବୁକିଛି ଦେଖିବାକୁ ମିଳିଛି। ପ୍ରତ୍ୟେହ ନୂଆ ବ୍ୟାଗ୍‌ ସହ ସଂସଦରେ ପହଞ୍ଚି ପ୍ରିୟଙ୍କା ଖବରରେ ରହୁଛନ୍ତି। ତାଙ୍କ ହାତରେ ପାଲେଷ୍ଟାଇନ, ବାଲାଂଦେଶ ଲେଖାଥିବା ବ୍ୟାଗ୍‌ ନଜର ଆସୁଛି, ଯାହାକୁ ନେଇ ରାଜନୈତିକ ବିତର୍କ ବଢ଼ୁଛି। ଏସବୁ ମଧ୍ୟରେ ଓଡ଼ିଶାର ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ‘୧୯୮୪’ ଲେଖା ଥିବା ବ୍ୟାଗ୍‌ ଭେଟି ଦେଇଛନ୍ତି। ପ୍ରିୟଙ୍କା ନିଜ ବ୍ୟାଗ୍‌ ଜରିଆରେ କିଛି ନା କିଛି ବାର୍ତ୍ତା ଦେଉଥିବାରୁ ଏମ୍‌ପିଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଉକ୍ତ ବ୍ୟାଗ୍‌କୁ ପ୍ରସ୍ତୁତ କରାଯାଇଛି।

Priyanka Gandhi- Aparajita Sarangi

ଅପରାଜିତା ଦେଇଥିବା ବ୍ୟାଗ୍‌ରେ ୧୯୮୪ ଶିଖ୍‌ ବିରୋଧୀ ଆନ୍ଦୋଳନକୁ ଦର୍ଶାଇବା ଲାଗି ରକ୍ତର ଛିଟା ଥିଲା। ପ୍ରଥମେ ପ୍ରିୟଙ୍କା ଏହାକୁ ନେବାକୁ ଅସହଜ ହୋଇଥିଲେ। ପରେ ସେ ବ୍ୟାଗ୍‌କୁ ସ୍ବୀକାର କରି ନେଇଥିଲେ। ତେବେ କଂଗ୍ରେସକୁ ତାର ଇତିହାସ ମନେ ପକାଇ ଦେବାକୁ ଏହି ବ୍ୟାଗ୍‌ ପ୍ରସ୍ତତ କରାଯାଇଥିବା ଅପରାଜିତା କହିଛନ୍ତି।

ଖବରଦାତାଙ୍କୁ ଅପରାଜିତା କହିଛନ୍ତି, ବର୍ତ୍ତମାନ ସମୟରେ କଂଗ୍ରସର ସାର୍ଥକତା ଉପରେ ଲଗାତାର ପ୍ରଶ୍ନ ଉଠୁଛି। ଦେଶର ଜନତା ଦଳକୁ ଖାରଜ କରୁଛନ୍ତି। କଂଗ୍ରେସ ନିକଟରେ ଶାହାଙ୍କ ଭାଷଣକୁ ଭିନ୍ନ ଅର୍ଥରେ ନେଇ ରାଜନୀତି କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଏଣୁ ତାଙ୍କୁ ଏଭଳି ବ୍ୟାଗ୍‌ ଉପହାର ଦିଆଯାଇଥିବା ସେ କହିଛନ୍ତି।

କହିରଖୁଛୁ, ଡିସେମ୍ବର ୧୬ରେ ପ୍ରିୟଙ୍କା ସଂସଦରେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ନେଇ ପହଞ୍ଚିଥିଲେ। ଭାଜପା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା। ସେହିଭଳି ଡିସେମ୍ବର ୧୭ରେ ସେ ବାଲାଂଦେଶର ‘ହିନ୍ଦୁ ଏବଂ ଖ୍ରିଷ୍ଟିଆନ୍‌ଙ୍କ ସହ ଛିଡ଼ା ହୁଅ’ ଲେଖାଥିବା ବ୍ୟାଗ ଧରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁନାଲ କିଛି ଭୁଲ କହିନାହାଁନ୍ତି, କମେଡିଆନଙ୍କ ସପକ୍ଷରେ ଆସିଲେ ଉଦ୍ଧବ

ମୁମ୍ବାଇ,୨୪।୩: ହାସ୍ୟ ଅଭିନେତା କୁନାଲ କାମରାଙ୍କ ବୟାନକୁ ନେଇ ରାଜନୈତିକ ହଇଚଇ ମଧ୍ୟରେ, ଶିବସେନା (UBT) ନେତା ଉଦ୍ଧବ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି।...

ଚଳନ୍ତା ଟ୍ରେନରେ ବଳାତ୍କାର ଉଦ୍ୟମ, ବଗିରୁ ଡେଇଁପଡ଼ିଲେ ମହିଳା

ହାଇଦ୍ରାବାଦ,୨୪।୩: ହାଇଦ୍ରାବାଦରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟ ମହିଳା ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ ଯେତେବେଳେ ଜଣେ ପୁରୁଷ ତାଙ୍କୁ...

ୟୁନୁସଙ୍କ ସହ ବୈଠକ କରିବେ ମୋଦି? ଦ୍ୱିପାକ୍ଷିୟ ବାର୍ତ୍ତା ଉପରେ ବିଚାର କରୁଛି ଭାରତ

ନୂଆଦିଲ୍ଲୀ/ଢାକା,୨୪।୩: ଆଗାମୀ BIMSTEC ଶିଖର ସମ୍ମିଳନୀରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ...

ଉପ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି ଫସିଗଲେ କୁନାଲ କାମରା

ମୁମ୍ବାଇ,୨୪।୩: ଷ୍ଟାଣ୍ଡ-ଅପ କମେଡିଆନ କୁନାଲ କାମରା ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ସେ ଶିବସେନା ନେତା ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପରେ...

‘ଔରଙ୍ଗଜେବଙ୍କ ମସଜିଦ ଭାଙ୍ଗିଲେ କିଛି ମିଳିବ ନାହିଁ’, ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ,୨୪।୩: ଔରଙ୍ଗଜେବଙ୍କ ସମାଧିକୁ ନେଇ ମହାରାଷ୍ଟ୍ରର ରାଜନୈତିକ ପରିବେଶ ଉଷ୍ମ ରହିଛି। ଗୋଟିଏ ଗୋଷ୍ଠୀ କବରକୁ ହଟାଇବା ପାଇଁ ଦାବି କରୁଛି। ଏହି ପ୍ରସଙ୍ଗକୁ ନେଇ...

ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର

ନାଗପୁର,୨୪।୩: ନାଗପୁର ହିଂସାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ଫହୀମ ଖାନଙ୍କ ଘର ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୋଲିସ ଏବଂ ପ୍ରଶାସନର ଉପସ୍ଥିତିରେ ଫହିମ...

ଅନ୍ୟ ଧର୍ମରେ ବିବାହକୁ ୬୧% ଭାରତୀୟଙ୍କ ନାପସନ୍ଦ

ନୂଆଦିଲ୍ଲୀ, ୨୪।୩: ବିବିଧତାର ଦେଶ ହେଉଛି ଭାରତ। ଏଠାରେ ଅନେକ ଧର୍ମ, ଜାତି, ଭାଷାଭାଷୀ ଲୋକମାନେ ଏକାଠି ମିଶି ନିଜ ନିଜ ସଂସ୍କୃତି ଓ ପରମ୍ପରାକୁ...

ଚାଇନାର ଏହି ୫ ସାମଗ୍ରୀ ଉପରେ ଶୁଳ୍କ ଲଗାଇଲା ଭାରତ

ନୂଆଦିଲ୍ଲୀ,୨୩ା୩: ସ୍ଥାନୀୟ ଶିଳ୍ପସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ଭାରତ ସରକାର ଚାଇନାରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀ ଉପରେ ଆଣ୍ଟି-ଡମ୍ପିଙ୍ଗ୍‌ ଶୁଳ୍କ ଲଗାଇଛନ୍ତି। ଶୁଳ୍କ ଲାଗୁ କରାଯାଇଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri