ବଡ଼ ବୟାନ ଦେଲେ ବାବୁ: ଅପେକ୍ଷା କରନ୍ତୁ; ଅଙ୍କ ବିଗିଡ଼ିବ, ଚତୁର୍ଥ ସିଟ୍‌ ଭାଜପାକୁ ଯିବ…

ଭୁବନେଶ୍ୱର,୨୫।୧: ରାଜ୍ୟ ସଭା ନିର୍ବାଚନକୁ ନେଇ ଭାଜପା ବିଧାୟକ ବାବୁ ସିଂଙ୍କ ବିସ୍ଫୋରକ ବୟାନ। ନବୀନଙ୍କ ଉପରୁ MLAମାନଙ୍କ ଆସ୍ଥା ତୁଟିଲାଣି। ଅଙ୍କ ବିଗିଡ଼ିବ। ଅପେକ୍ଷା କରନ୍ତୁ ଚତୁର୍ଥ ସିଟ୍‌ ଭାଜପାକୁ ଯାଇପାରେ ବୋଲି ସେ କହିଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଛି।

ବାବୁ ସିଂ କହିଛନ୍ତି, ଅଙ୍କ ଦୃଷ୍ଟିରୁ ରାଜ୍ୟ ସଭାର ୨ଟି ସିଟ ଭାଜପା ନିକଟରେ ଅଛି। ଗୋଟିଏ ସିଟ ପାଇଁ ବିଜେଡି ପାଖରେ ସଂଖ୍ୟା ଅଛି। ଚତୁର୍ଥ ସିଟ ଭାଜପାକୁ ଯାଇପାରେ। ଦରକାର ପଡ଼ିଲେ ସବୁ ସିଟ ଯେ ଭାଜପାକୁ ନଯିବ ତାହା କହିହେବନି। ବିଜେଡି ସୁପ୍ରିମୋ ତାଙ୍କ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରୁଛନ୍ତି। ଦଳର ବିଧାୟକଙ୍କ ଉପରେ ତାଙ୍କର ଭରସା ନାହିଁ। ବିଶ୍ୱାସ ନ ଥିବାରୁ ତୃତୀୟ ସିଟ ଯେ ବିଜେଡିର ହେବ ତାହା କହିହେବ ନାହିଁ। କଂଗ୍ରେସ ପ୍ରାର୍ଥୀ ଦେବା ଏବଂ ବିଜେଡି ସ୍ଥିତି ଅଙ୍କ ବିଗାଡ଼ିବ। ଅପେକ୍ଷା କରନ୍ତୁ, ଏପରିକି ଚତୁର୍ଥ ଆସନ ଆମର ହେବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Share