Posted inଜାତୀୟ

ଇତିହାସ ରଚିଲା ଭାଜପା: ପଛରେ ରହିଗଲା କଂଗ୍ରେସ

ନୂଆଦିଲ୍ଲୀ/ଚଣ୍ଡୀଗଡ଼,୯/୧୦:ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮ ଆସନରେ ସଫଳତା ସହ ଶାସକ ଭାଜପା ହ୍ୟାଟ୍ରିକ୍‌ ବିଜୟ ଲାଭ କରିଛି। ଏଠାରେ ଭାଜପାକୁ ଗାଦିଚ୍ୟୁତ କରିବା ପାଇଁ ଆଶାବାଦୀ ଥିବା କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି। ଏହି ଦଳ ୩୭ ଆସନରେ ସୀମିତ ହୋଇ ରହିଯାଇଛି। ଇଣ୍ଡିଆନ୍‌ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି) ମାତ୍ର ୨ ଆସନ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ୩ ଆସନ ଦଖଲ କରିଛନ୍ତି। କିଙ୍ଗ୍‌ମେକର ହେବାକୁ ଆଶା ବାନ୍ଧିଥିବା ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ଲୋକ ସଭା ନିର୍ବାଚନ ବେଳେ ଅଧିକ ଆସନ ଦାବିକରି ସରକାରରୁ ବିଦା ହୋଇଥିବା ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି (ଜେଜେପି) ଖାତା ଖୋଲିପାରି ନାହିଁ।

ଅକ୍ଟୋବର ୫ରେ ହରିୟାଣା ବିଧାନସଭାର ୯୦ ଆସନରେ ଭୋଟ ଗ୍ରହଣ କରାଯାଇଥିଲା। ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ରାଜ୍ୟରେ କଂଗ୍ରେସ କ୍ଷମତା ହାସଲ କରିବ ବୋଲି ପୂର୍ବାନୁମାନ କରିଥିଲେ। ମଙ୍ଗଳବାର ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହେବାବେଳେ ପ୍ରାରମ୍ଭିକ କେତୋଟି ରାଉଣ୍ଡରେ ଏକ୍‌ଜିଟ୍‌ ପୋଲ୍‌ର ଆକଳନ ପ୍ରାୟତଃ ନିର୍ଭୁଲ୍‌ ମନେହେଉଥିଲା। କିନ୍ତୁ ସମୟ ଅତିକ୍ରାନ୍ତ ହେବା ସହ କଂଗ୍ରେସ ତଳମୁହଁା ହେବାରେ ଲାଗିଲା। ଏହି ଟ୍ରେଣ୍ଡ୍‌ ଶେଷ ବେଳକୁ ମଧ୍ୟ ଆପାତତଃ ବଳବତ୍ତର ରହିଲା। ୯୦ ଆସନରୁ ଭାଜପା ୪୮ଟି ଦଖଲ କରିବାରେ ସକ୍ଷମ ହୋଇଛି, ଯାହାକି ୨୦୧୯ ଅକ୍ଟୋବର ୨୧ ନିର୍ବାଚନ ତୁଳନାରେ ୮ ଅଧିକ। ଗତ ନିର୍ବାଚନରେ କଂଗ୍ରେସ ୩୧ ଆସନରେ ବିଜୟୀ ହୋଇଥିଲା, ଯାହାକି ଚଳିତ ଥରଠାରୁ ୬ କମ୍‌। ଅର୍ଥାତ୍‌ ଏଥର ଭାଜପା ବିଜୟୀ ହୋଇଥିବା ବଳକା ଆସନଗୁଡ଼ିକ ଆଞ୍ଚଳିକ ଦଳ ଜେଜେପିର ପରାଜୟ ଯୋଗୁ ସମ୍ଭବ ହୋଇଥିବା କୁହାଯାଇପାରେ। ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ଲଡ଼ଓ୍ବା ଆସନରେ କଂଗ୍ରେସର ମଓ୍ବୋ ସିଂଙ୍କୁ ୧୬,୦୫୪ ଭୋଟ ବ୍ୟବଧାନରେ ହରାଇଥିବା ନିର୍ବାଚନ କମିଶନ (ଇସି)ଙ୍କ ସୂତ୍ରରୁ ପ୍ରକାଶ। କୁରୁକ୍ଷେତ୍ର ଲୋକ ସଭା ଆସନର ପୂର୍ବତନ ଏମ୍‌ପି ସାଇନିଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାରଙ୍କୁ ଲୋକ ସଭା ନିର୍ବାଚନ ଲଢ଼ାଇ ପରେ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ରାଜ୍ୟରେ କ୍ଷମତା ବିରୋଧୀ ପବନ ବହୁଥିବାବେଳେ ତାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ଶୀର୍ଷ ନେତୃତ୍ୱଙ୍କ ଏହି ରଣନୈତିକ ସରପ୍ରାଇଜ୍‌ ଫର୍ମୁଲା ଭଲ କାମ ଦେଇଥିବା ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି। ସାଇନି ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ମୋଦିଙ୍କ ନେତୃତ୍ୱରେ ସରକାରୀ ନୀତି ଓ ଯୋଜନାଗୁଡ଼ିକ ଉପରେ ମୋହର ଦେଇଥିବାରୁ ୫୪ ବର୍ଷୀୟ ସାଇନି ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଖଟ୍ଟାର ବିଜୟର ଶ୍ରେୟ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି।

ଅନ୍ୟପକ୍ଷେ କଂଗ୍ରେସ ଫଳାଫଳ ଉପରେ ସନ୍ଦେହ ବ୍ୟକ୍ତ କରି ଜନାଦେଶକୁ ଗ୍ରହଣ କରିବାକୁ ମନା କରିଦେଇଛି। ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟ୍‌ରେ ପରିଣାମ ଆସିବା ପୂର୍ବରୁ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଥିଲା। ଭୋଟ ଗଣତି ଚାଲିଥିବାବେଳେ ଗଣତି କେନ୍ଦ୍ରରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଏପରି କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। କମିଶନ ଏହାକୁ ଭିତ୍ତିହୀନ ଓ ଅମୂଳକ କହି ଖଣ୍ଡନ କରିଛନ୍ତି। ଅପ୍ରତ୍ୟାଶିତ ଦୁର୍ବଳ ପ୍ରଦର୍ଶନ ପାଇଁ ପରାଜିତ କଂଗ୍ରେସ ନିଜ ଦୋଷ ଛଡ଼ାଇବାକୁ ବାହାନା ଖୋଜୁଛି ବୋଲି ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ସମାଲୋଚନା କରିଛନ୍ତି। ଏହି ନିର୍ବାଚନର ଅନ୍ୟତମ ଚର୍ଚ୍ଚିତ ଚେହେରା ଥିଲେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍‌। ଅଲିମ୍ପିକ୍‌ରେ ଅଯୋଗ୍ୟ ଘୋଷିତ ହେବାର ମାସକ ପରେ ରାଜନୀତିକୁ ଆସି କଂଗ୍ରେସ ଟିକେଟରେ ଲଢ଼ିଥିବା ରେସ୍‌ଲର ଭିନେଶ ଜୁଲାନା ଆସନରେ ଭାଜପା ପ୍ରତିଦ୍ୱନ୍ଦ୍ୱୀ ଯୋଗେଶ କୁମାରଙ୍କୁ ୬,୦୧୫ ଭୋଟରେ ହରାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡ଼ା ଗଢ଼ି ସାମ୍ପ୍ଲା-କିଲୋଇ ଆସନରେ ଭାଜପାର ମଞ୍ଜୁ ହୁଡ଼ାଙ୍କଠାରୁ ଅଧିକ ୭୧,୪୬୫ ଭୋଟ ପାଇ ବିଜୟୀ ହୋଇଛନ୍ତି। କିନ୍ତୁ ୧୦ ବର୍ଷର ବ୍ୟବଧାନ ପରେ ପୁଣି କ୍ଷମତାକୁ ଫେରିବା ପାଇଁ ଭୂପିନ୍ଦରଙ୍କ ସ୍ବପ୍ନ ଚୂରମାର ହୋଇଯାଇଛି। କଂଗ୍ରେସ ଏମ୍‌ପି ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ୨୫ ବର୍ଷୀୟ ପୁଅ ଆଦିତ୍ୟ ସୂର୍ଯ୍ୟଓ୍ବୋଲା କୈଥାଲ ଆସନରୁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଆଦିତ୍ୟ ଗତ ୨୫ ବର୍ଷ ମଧ୍ୟରେ ରାଜ୍ୟର ସର୍ବକନିଷ୍ଠ ବିଧାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। କଂଗ୍ରେସର ଅନ୍ୟତମ ମୁଖ୍ୟମନ୍ତ୍ରୀ ଆଶାୟୀ ସେଲ୍‌ଜା କୁମାରୀ ଦଳର ପରାଜୟ ପାଇଁ ପରୋକ୍ଷରେ ହୁଡ଼ାଙ୍କୁ ଟାର୍ଗେଟ କରିଛନ୍ତି। ଟିକେଟ ବଣ୍ଟନରେ ଅନିୟମିତତା ଯୋଗୁ ଏଭଳି ପରିଣାମ ଆସିଲା। କଂଗ୍ରେସ ହାଇକମାଣ୍ଡ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେଲ୍‌ଜା କହିଛନ୍ତି। ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ଉଚାନା କଲାଂ ଆସନରେ ଅମାନତ ହରାଇଛନ୍ତି। ଏଠାରେ ଭାଜପା ପ୍ରାର୍ଥୀ ଦେବେନ୍ଦ୍ର ଚତୁର୍ଭୁଜ ଅତ୍ରି କଂଗ୍ରେସ ଚ୍ୟାଲେଞ୍ଜର ବୃଜେଶ ସିଂଙ୍କଠାରୁ ମାତ୍ର ୩୨ ଖଣ୍ଡ ଅଧିକ ଭୋଟ ପାଇ ଜିତିଛନ୍ତି। ଦୁଷ୍ୟନ୍ତ ଦଳ ଗୋଟିଏ ହେଲେ ଆସନ ଜିତିପାରି ନାହିଁ। ସେହିପରି ଆଇଏନ୍‌ଏଲ୍‌ଡି ନେତା ଅଭୟ ସିଂ ଚୌତାଲା କଂଗ୍ରେସର ଭରତ ସିଂ ବେନିଓ୍ବାଲଙ୍କଠାରୁ ୧୫,୦୦୦ ଭୋଟରେ ହାରିଯାଇଛନ୍ତି। କୁରୁକ୍ଷେତ୍ରର ଭାଜପା ଏମ୍‌ପି ନବୀନ ଜିନ୍ଦଲଙ୍କ ମା’ ସାବିତ୍ରୀ ଜିନ୍ଦଲ ଏଥର ହିସାର ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସର ରାମ ନିବାସ ରାଣାଙ୍କୁ ସେ ୧୮,୯୪୧ ଭୋଟରେ ହରାଇଛନ୍ତି।

ଅନ୍ୟପକ୍ଷେ ତିହାର ଜେଲରୁ ଜାମିନରେ ମୁକୁଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନିଜ ଗୃହରାଜ୍ୟ ହରିୟାଣାରେ ଶେଷ ମୁହୂର୍ତ୍ତରେ ଯାଦୁ ଦେଖାଇ କିଙ୍ଗ୍‌ମେକର ହେବେ ବୋଲି ଖୋଲାଖୋଲି ଭାବେ କହିଆସୁଥିଲେ। ତାଙ୍କ ଆମ୍‌ ଆଦ୍‌ମୀ ପାର୍ଟି ଗୋଟିଏ ବି ଆସନ ଜିତିପାରି ନାହିଁ। ଦଳୀୟ ନେତା ଓ କର୍ମୀ ଅତ୍ୟଧିକ ଆମତ୍ବିଶ୍ୱାସୀ ହୋଇପଡ଼ିବାରୁ ଏପରି ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଲା ବୋଲି କେଜ୍‌ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ୟୁରୋପ, ଆମେରିକା ପରେ ଭାରତ ଟାର୍ଗେଟରେ ଏସବୁ ଧନୀ ଦେଶ; ଖୁବଶୀଘ୍ର ହେବ ବାଣିଜ୍ୟ ଚୁକ୍ତି

ନୂଆଦିଲ୍ଲୀ,୫।୨: ଅନେକ ଆଲୋଚନା ପରେ ଭାରତ ୟୁରୋପ, ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରିବାରେ ସଫଳ ହୋଇଛି। ଏହି ଚୁକ୍ତି ଭାରତ ଅର୍ଥନୀତି ପାଇଁ ଖୁବ ସୁଯୋଗ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri