Posted inଜାତୀୟ

ଅଯୋଧ୍ୟା ପରେ ଏବେ ବଦ୍ରିନାଥ ଆସନରୁ ହାରିଲା ଭାଜପା

ନୂଆଦିଲ୍ଲୀ, ୧୩।୦୭: ଅଯୋଧ୍ୟା ଆସନ ହରାଇ ଚର୍ଚ୍ଚାରେ ଥିବା ଭାରତୀୟ ଜନତା ପାର୍ଟି ଆଉ ଗୋଟିଏ ଧାର୍ମିକ ସ୍ଥଳ ଆସନ ହରାଇ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଭାଜପା ଉତ୍ତରାଖଣ୍ଡରେ ହୋଇଥିବା ଉପ-ନିର୍ବାଚନରେ ବଦ୍ରିନାଥ ଆସନ ହରାଇଛି । ମଙ୍ଗଲୋର ସିଟ୍‌ ଉପରେ ଭାଜପାର କେବେ ବି କବ୍‌ଜା ନଥିବା ବେଳେ ବଦ୍ରିନାଥ ସିଟ୍‌ ଭାଜପା ପାଇଁ ଖାସ୍‌ ଥିଲା । ହେଲେ ଉତ୍ତରାଖଣ୍ଡ ଉପନିର୍ବାଚନରେ ଭାଜପାକୁ ଶକ୍ତ ଧକ୍କା ଲାଗିଛି । ଦଳ ମଙ୍ଗଲୋର ସହ ବଦ୍ରିନାଥ ଆସନ ମଧ୍ୟ ହରାଇଛି ।

ମଙ୍ଗଲୋର ଆସନରୁ ଦଳ କରତାର ସିଂ ଭଡ଼ାନାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ଭଡ଼ାନା କଂଗ୍ରେସ ପ୍ରାର୍ଥୀ ମହମ୍ମଦ ନିଜାମୁଦ୍ଦିନଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ବଦ୍ରିନାଥ ଆସନରେ ଭାଜପା ରାଜେନ୍ଦ୍ର ଭଣ୍ଡାରୀଙ୍କ ଉପରେ ଭରସା କରି ଟିକେଟ୍‌ ଦେଇଥିବା ବେଳେ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । କଂଗ୍ରେସର ଲଖପତ ସିଂ ବୁଟେଲାଙ୍କ ନିକଟରୁ ରାଜେନ୍ଦ୍ର ହାରି ଯାଇଛନ୍ତି । ଏହି ଦୁଇ ଆସନରେ ଜିତିବା ନେଇ କଂଗ୍ରେସ ନିଜ ଉପରେ ଭରସା ରଖିଥିଲା । କଂଗ୍ରେସ ସହ ଲମ଼୍ବା ସମୟ ଧରି ରହିଥିବା ଦୁଇ ନେତାଙ୍କୁ ଦଳ ପ୍ରାର୍ଥୀ କରିଥିଲା ଏବଂ ଏବେ ଦୁଇ ଆସନ ହାସଲ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri