ବାଚସ୍ପତିଙ୍କୁ ସମ୍ବର୍ଦ୍ଧନା ଦେଲା ରାଇକିଆ ଭାଜପା

ରାଇକିଆ,୧୧ା୧(ପ୍ରଦୀପ ବେହେରା): ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆ ବ୍ଲକ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସ୍ବଳ୍ପକାଳୀନ ରହଣି ମଧ୍ୟରେ ବାଚସ୍ପତି ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ କନ୍ଧମାଳ ଜିଲାର ପରିଚୟ ହଳଦୀ, ଝୁଣା, ବିନ୍ସକୁ ଉପହାର ସ୍ବରୂପ ଗ୍ରହଣ କରି ଖୁସିବ୍ୟକ୍ତ କରିଥିଲେ। ଭାଜପା ଜିଲା ସମ୍ପାଦକ ସୁକାନ୍ତ ସାହୁ, ଜିଲା କୋଷାଧ୍ୟକ୍ଷ କୈଳାସ ପଣ୍ଡା, ୧୮ ନଂ ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରଧାନ, ୧୭ ନଂ ମଣ୍ଡଳ ସମ୍ପାଦକ ସନକ ଦିଗାଲ, ଝୁଲିମା ଦଳ ବେହେରା, ପଦ୍ମଚରଣ ପଣ୍ଡାଙ୍କ ସମେତ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ଉପସ୍ଥିତି ରହି ସ୍ବାଗତ ଜଣାଇଥିଲେ।

Dharitri – Odisha’s No.1 Odia Daily

Share