ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ଘଟିଛି ଏହି ଅଘଟଣ । ତେବେ ଏହି ଦୁର୍ଘଟଣାରେ ଭାଜପା ନେତା ପ୍ରଶାନ୍ତ ମଲ୍ଲିକ ଆହତ ହୋଇଛନ୍ତି ।
ଗୁରୁତର ବାଇକ ଆରୋହୀ ମେଗା ଜଳ ପ୍ରକଳ୍ପ କର୍ମଚାରୀ ନୟାଗଡର ମନୋଜ ବାରିକ ବୋଲି ଜଣାପଡିଛି । ଉଭୟଙ୍କୁ ଚିକିତ୍ସା ପାଇଁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମନୋଜଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଭାଜପା ନେତା ପ୍ରଶାନ୍ତ ମଲ୍ଲିକ ଗତ ଦୁଇ ସାଧାରଣ ନିର୍ବାଚନରେ ଭାଜପା ମୋହନା ବିଧାୟକ ପ୍ରାର୍ଥୀ ଥିଲେ ।