Posted inଜାତୀୟ

ଭାଜପାକୁ ମେଣ୍ଟ ଟେନଶନ, ଫାଇନାଲ ହୋଇପାରୁନି ସିଟ ଶେୟାରିଂ, ନୀତିଶ କଲେଣି ବଡ଼ ପ୍ଲାନ

ନୂଆଦିଲ୍ଲୀ,୧୫।୧୦: ହରିୟାଣା, ଜମ୍ମୁ କଶ୍ମୀର ନିର୍ବାଚନ ପରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ନିର୍ବାଚନ ନେଇ ବିଗୁଲ୍‌ ବାଜି ସାରିଛି। ନିର୍ବାଚନ ଘୋଷଣା ହେବା ସହ ରାଜନୈତିକ ତାତି ବି ଶିଖର ଛୁଇଁଛି। ଏବେ ନୂଆ ନୂଆ ଭାଜପା ହରିୟାଣାରେ ହ୍ୟାଟ୍ରିକ ମାରିବା ସହ ୧୦ବର୍ଷ ପରେ ହୋଇଥିବା ଜମ୍ମୁ-କଶ୍ମୀର ନିର୍ବାଚନରେ ୨୯ଟି ସିଟ୍‌ ଜିତିବା ପରେ ଆଗାମୀ ନିର୍ବାଚନକୁ ନେଇ ଉତ୍ସାହିତ ଅଛି। ତେବେ ମଙ୍ଗଳବାର ଇସି ଏହି ଦୁଇ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଜାତୀୟ ଦଳ ତୁଳନାରେ ଏହି ଦୁଇ ରାଜ୍ୟରେ ଆଞ୍ଚଳିକ ଦଳ ବର୍ଷ ବର୍ଷ ଧରି ଏକ ଶକ୍ତିଶାଳୀ ସ୍ଥିତିରେ ଅଛନ୍ତି। ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରରେ ରହିପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ବି ଆସନ ବଣ୍ଟନ ପ୍ରସଙ୍ଗ ଝାଡଖଣ୍ଡ କିମ୍ବା ମହାରାଷ୍ଟ୍ରରେ ସମାଧାନ ହୋଇନାହିଁ।

ଉଭୟ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ସିଟ ବୁଝାମଣା ନେଇ ଅନେକ ପ୍ରକାରର ଆଲୋଚନା ଚାଲିଛି। ଯଦି ଉଭୟ ରାଜ୍ୟରେ ସହଯୋଗୀ ଭାଗିଦାରୀ ମଧ୍ୟରେ ଆସନ ବାଣ୍ଟିବାର ସମସ୍ୟାର ସମାଧାନ ହୁଏ, ତେବେ ନିର୍ବାଚନ ପାଇଁ ଅଧା ପ୍ରସ୍ତୁତି ସରିଯିବା ପରି ହେବ। ଆଗାମୀ ଦିନରେ ଏହି ଦୁଇ ରାଜ୍ୟରେ ଆସନ ବୁଝାମଣା ନେଇ ରାଜନୀତି ତେଜିପାରେ। କାରଣ, ଉଭୟ ରାଜ୍ୟରେ ଆଞ୍ଚଳିକ ଦଳର ଏକ ଦୃଢ ସମର୍ଥନ ରହିଛି। କଂଗ୍ରେସ ତୁଳନାରେ ଭାଜପା ଏହି ଦୁଇ ରାଜ୍ୟରେ ସାମାନ୍ୟ ଶକ୍ତିଶାଳୀ ସ୍ଥିତିରେ ଅଛି। କିନ୍ତୁ, ଦେଖିବାକୁ ମିଳିଛି ଯେ ସିଟ୍‌ ସେୟାରିଂରେ ଭାଜପା ନିଜର ସହଯୋଗୀଙ୍କୁ ଅଧିକ ଆସନ ଦେବାକୁ ପ୍ରସ୍ତୁତ ନୁହନ୍ତି।

କେବଳ ଝାଡଖଣ୍ଡର ରାଜନୈତିକ ଘଟଣାକୁ ନଜର ପକାଇବା। ଜେଡିୟୁ ମଧ୍ୟ ଏଠାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ସୁଦେଶ ମହତୋଙ୍କ AJSU ପୂର୍ବରୁ ଭାଜପା ସହିତ ଅଛି। କିଛି ଦିନ ପୂର୍ବରୁ ସୁଦେଶ ଅମିତ ଶାହାଙ୍କୁ ଭେଟିଥିଲେ। କୁହାଯାଉଛି ଯେ AJSU ପ୍ରାୟ ଏକ ଡଜନ ସିଟ ଦାବି କରୁଛି। କିନ୍ତୁ ଭାଜପା ୫ରୁ ଅଧିକ ସିଟ ଦେବାକୁ ପ୍ରସ୍ତୁତ ନୁହେଁ। ଏହି କାରଣରୁ ଏପର୍ଯ୍ୟନ୍ତ ମହାମେଣ୍ଟ ସିଟ୍‌ ବୁଝାମଣା ଚୂଡାନ୍ତ କରିପାରୁନାହିଁ। ଅନ୍ୟପକ୍ଷରେ ନୀତୀଶ କୁମାରଙ୍କ ଦଳ ଜେଡିୟୁ ମଧ୍ୟ ଝାଡଖଣ୍ଡରେ ନିର୍ବାଚନ ଲଢିବାକୁ ଚାହୁଁଛି। କିନ୍ତୁ ଭାଜପା ୨ରୁ ଅଧିକ ସିଟ ଦେବାକୁ ଚାହୁଁନାହିଁ।

ଯଦି ଆମେ ମହାରାଷ୍ଟ୍ର ବିଷୟରେ କହିବା, ଏଠାରେ ଚାରୋଟି ଆଞ୍ଚଳିକ ଦଳ ମଧ୍ୟରେ ୨୮୮ଟି ଆସନର ଜଟିଳ ସିଟ୍‌ ଗଣିତ ରହିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମହାୟୁତି ମେଣ୍ଟରେ ଭାଜପା ୧୫୦ରୁ ୧୬୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛି। ଏଥି ସହିତ ଶିବସେନା (ଶିନ୍ଦେ ଗୋଷ୍ଠୀ) ୯୦ରୁ ୧୦୦ସିଟ ଏବଂ ଏନସିପି (ଅଜିତ ପାୱାର) ୫୦ ରୁ ୬୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛିି। ଏହି କାରଣରୁ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନାହିଁ। ଏଥି ସହିତ ମହା ବିକାଶ ଆଗାଡିରେ ଶିବସେନା (ଉଦ୍ଧବ ଦଳ) ୧୦୦ରୁ ୧୧୦, କଂଗ୍ରେସ ୧୦୦ ରୁ ୧୧୦ ଏବଂ ଏନସିପି (ଶରଦ ପାୱାର) ୭୦ରୁ ୮୦ ସିଟ୍‌ ରେ ଲଢିବାକୁ ଚାହୁଁଛି। କିନ୍ତୁ, ଏହି ତିନି ଦଳ ଆହୁରି ଅଧିକ ସଂଖ୍ୟକ ସିଟ୍‌ ଦାବି କରୁଛନ୍ତି।

ଯଦି ଆମେ ଝାଡଖଣ୍ଡ ବିଷୟରେ କହିବା, ମୋଟ ସିଟ ହେଉଛି ୮୧। କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ଛୁଇଁବାକୁ ହେଲେ ୪୧ ମ୍ୟାଜିକ ନମ୍ବର ଛୁଇଁବାକୁ ପଡିବ। ଏହାକୁ ହାସଲ କରିବା ପାଇଁ ଛୋଟ ଛୋଟ ଗୋଷ୍ଠୀକୁ ମିଶାଯାଉଛି। ବିହାରର ଭାଜପାର ସହଯୋଗୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ ଝାଡଖଣ୍ଡରେ ନିର୍ବାଚନ ଲଢିବକା ଚାହୁଁଛି। ଆଉ ଦଳ ୧୧ଟି ଆସନ ଦାବି କରିଛି।

ଏଥି ସହିତ ଇଣ୍ଡିଆ ମେଣ୍ଟର ଜେଏମଏମ ୪୯ ଟି ଆସନରେ ନିର୍ବାଚନ ଲଢିବାକୁ ଚାହୁଁଛି। ବାକି ୩୨ଟି ଆସନରେ ଜେଏମଏମ କଂଗ୍ରେସ, ଆରଜେଡି ଏବଂ ସିପିଆଇ ଏମଏଲ ରଖିବାକୁ ଚାହୁଁଛି। କିନ୍ତୁ, ଏହି ପ୍ରସ୍ତାବ ପାଇଁ କଂଗ୍ରେସ ପ୍ରସ୍ତୁତ ନୁହେଁ। ଗତ ଥର କଂଗ୍ରେସ ଝାଡଖଣ୍ଡର ୩୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଥର କଂଗ୍ରେସ ଏକାକୀ ୩୩ଟି ଆସନ ଦାବି କରୁଛି।

ସୂଚନାଥାଉ କି, ନଭେମ୍ବର ୧୮ ଏବଂ ନଭେମ୍ବର ୨୦ ରେ ଝାଡଖଣ୍ଡରେ ମତଦାନ ଅନୁଷ୍ଠିତ ହେବ। ମହାରାଷ୍ଟ୍ରରେ, ୨୦ ନଭେମ୍ବରରେ ଏକକ ପର୍ଯ୍ୟାୟରେ ୨୮୮ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଫଳାଫଳ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

ରାଶନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏଣିକି ଶସ୍ୟ ବଦଳରେ ମିଳିବ…

ନୂଆଦିଲ୍ଲୀ,୫।୨: ଯଦି ଆପଣଙ୍କର ରାଶନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାସିକ ମାଗଣା ରାଶନ ଯୋଜନାର ହିତାଧିକାରୀ, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri