Posted inଜାତୀୟ

ନିର୍ବାଚନକୁ ଡରୁଛି ଭାଜପା, କଂଗ୍ରେସର ହେବ ବିପୁଳ ବିଜୟ

ନୂଆଦିଲ୍ଲୀ,୨୫।୮: ହରିୟାଣା କୈଥଲରେ ଅଗ୍ରୱାଲ ଯୁବ ସଭାର ବହୁ ସଦସ୍ୟ ରବିବାର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମପି ରଣଦୀପ ସୁରଜୱାଲାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି।
ଏହି ସମୟରେ ହରିୟାଣାରେ ମତଦାନ ତାରିଖ ବଢାଇବାକୁ ଭାଜପାର ଦାବି ଉପରେ ରଣଦୀପ ସୁରଜେୱାଲା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ କେବଳ ଛୁଟିଦିନ ପାଳନ କରିବା ପରେ ନିର୍ବାଚନ କରନ୍ତି, ଯାହାଫଳରେ ସର୍ବାଧିକ ଭୋଟ ହୋଇପାରିବ। କିନ୍ତୁ ଭୋଟ ଦେବାର ତାରିଖ ବଢାଇବାକୁ ଭାଜପାର ଦାବିକୁ ଦେଖିଲେ ଲାଗୁଛି ଭାଜପା ନିର୍ବାଚନକୁ ନେଇ ଭୟଭୀତ ହୋଇଯାଇଛି। ତେବେ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଏକ ବଡ଼ ବିଜୟ ହାସଲ କରିବ ବୋଲି ସୁରଜଓ୍ବୋଲା ଦାବି କରିଛନ୍ତି।

କୈଥଲରୁ କଂଗ୍ରେସ ପ୍ରାର୍ଥୀ ବିଷୟରେ ପଚରାଯିବାରୁ ସୁରଜେୱାଲା କହିଛନ୍ତି ଯେ କଂଗ୍ରେସର ଶୀର୍ଷ ନେତୃତ୍ୱ ଯାହାକୁ ସୁଯୋଗ ଦେବ କେବଳ ସେ ହିଁ ନିର୍ବାଚନ ଲଢିବେ। ପାର୍ଟି ଆମ ସମସ୍ତଙ୍କର ମା’। ହାଇ କମାଣ୍ଡର ନିଷ୍ପତ୍ତି ଆମ ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ।
ଜମ୍ମୁ-କଶ୍ମୀରରେ କଂଗ୍ରେସ ଏବଂ ଏନସି ମିଳିତ ମଞ୍ଚ ଉପରେ ସୁରଜେୱାଲା କହିଛନ୍ତି ଯେ ଭାଜପା ମଧ୍ୟ ପିଡିପି ସହ ଏକ ମେଣ୍ଟ ଗଠନ କରିଛି। ପ୍ରଶ୍ନ ସରକାରୀ ଗଠନ ବିଷୟରେ ନୁହେଁ, ଜମ୍ମୁ-କଶ୍ମୀରରେ ଗଣତନ୍ତ୍ରର ପୁନରୁଦ୍ଧାର ବିଷୟରେ। ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖକୁ ଭଲ ଭାବରେ ବୁଝିପାରି ନାହାଁନ୍ତି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରତିଦିନ ମୁଣ୍ଡ ଟେକୁଛି। ଜମ୍ମୁ-କଶ୍ମୀରକୁ ନେଇ ସରକାରଙ୍କ ନୀତି କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମୋଦି ସରକାର ଜମ୍ମୁ-କଶ୍ମୀରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଭଙ୍ଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋକୁ ଧକ୍କା ଦେଲା ଅକ୍ଷୟ କୁମାରଙ୍କ ଗାଡି: ମୋଟାଅଙ୍କର କ୍ଷତିପୂରଣ ଦାବି କଲେ ଅଟୋ ଡ୍ରାଇଭରଙ୍କ ଭାଇ!

ମୁମ୍ବାଇ,୨୦।୧: ମୁମ୍ବାଇର ଜୁହୁ ଅଞ୍ଚଳରେ ସୋମବାର ରାତିରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସୁରକ୍ଷା ଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ...

ବଢିଲା ଅଡୁଆ: ଜେଲର, ଅଧୀକ୍ଷକଙ୍କୁ ଏକ୍ସପ୍ଲାନେଶନ ଚିଠି

କଟକ,୨୦।୧: ଚୌଦ୍ୱାର ଜେଲ ପୂର୍ବତନ ଜେଲର ଏବଂ ଅଧୀକ୍ଷକଙ୍କ କଳି ଏବେ ପଦାରେ ପଡିଛି। ଘଟଣାକୁ ନେଇ କ୍ୟାମେରା ଆଗରେ ଉତ୍ତର ରଖିଛନ୍ତି DIG ବୀରେନ...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ଚା’ ବଦଳରେ ସକାଳୁ ଏଥିରୁ ପିଅନ୍ତୁ ଗୋଟିଏ ଗ୍ଲାସ, ଉପକାରିତା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ସକାଳ ଗରମ ଚା’ ସହିତ ଆରମ୍ଭ ହୁଏ। ତଥାପି, ଖାଲି ପେଟରେ ଚା ପିଇବା ସ୍ବାସ୍ଥ୍ୟକର ନୁହେଁ। ଯଦି ଆପଣ ଏକ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି, ଘଟଣାସ୍ଥଳରେ ନଥିଲେ କେହି…

ମୋହନା, ୨୦।୧( ମନ୍ମଥ ମିଶ୍ର ): ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହେଲା ନମ୍ବର ବିହୀନ ସ୍କର୍ପିଓ ଗାଡ଼ି। ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ନିକଟ...

US Tariff:‘ପଦ ଛାଡିବେ ଫ୍ରାନ୍ସ ରାଷ୍ଟ୍ରପତି’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୨୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫରାସୀ ମଦ ଏବଂ ସାମ୍ପେନ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି...

ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି: ସାମିଲ ହେଲେ ଏସବୁ ନେତା…

ଭୁବନେଶ୍ୱର,୨୦।୧: ବିଜେଡିରେ ହେବ କି ବଡ଼ ପରିବର୍ତ୍ତନ? ବୈଠକ ପରେ ବୈଠକ ବସୁଛି। ଇତି ମଧ୍ୟରେ ମଙ୍ଗଳବାର ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ଯାଜପୁର ନେତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri