Posted inଜାତୀୟ

ନନ୍ଦିଗ୍ରାମରେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା, ଉତ୍ତେଜନା

କୋଲକାତା,୨୩ା୫: ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ଜଣେ ଭାଜପା ମହିଳା କର୍ମୀଙ୍କୁ ହତ୍ୟା କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଭାଜପା କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

୨୫ ତାରିଖରେ ଭୋଟଗ୍ରହଣ ହେବାକୁ ଥିବା ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଆସନ ତମଲୁକ ମଧ୍ୟରେ ନନ୍ଦିଗ୍ରାମ ରହିଛି। ହତ୍ୟାକାଣ୍ଡ ପରେ ଭାଜପା କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନନ୍ଦିଗ୍ରାମର ଦୋକାନବଜାର ବନ୍ଦ କରିଛନ୍ତି। ରଥିବାଳା ଅର୍‌ହି (୩୮)ଙ୍କ ହତ୍ୟା ପଛରେ ଟିଏମ୍‌ସିର ଅପରାଧୀମାନେ ସମ୍ପୃକ୍ତ ଥିବା ଭାଜପା ଅଭିଯୋଗ କରିଛି।

ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ପାଇଁ ସେଠାକୁ ବହୁସଂଖ୍ୟାରେ ପୋଲିସ ଓ ଆର୍‌ଏଏଫ୍‌ ଯବାନଙ୍କୁ ପଠାଯାଇଛି। ତେବେ ହତ୍ୟାକାଣ୍ଡରେ ସମ୍ପୃକ୍ତ କାହାକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭାଜପା ବିଭାଜନର ମଞ୍ଜି ବୁଣୁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। କୋଲକାତା ଉତ୍ତରର ଟିଏମ୍‌ସି ପ୍ରାର୍ଥୀ ସୁଦୀପ ବନ୍ଦୋପାଧ୍ୟାୟଙ୍କ ସମର୍ଥନରେ ଏକ ରାଲିକୁ ସମ୍ବୋଧନ କରି ମମତା ଏହା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ସିଇଆର୍‌ଟି ବହିରୁ ହଟିଲା ବାବ୍ରି ମସ୍‌ଜିଦ ବିଷୟବସ୍ତୁ

ନୂଆଦିଲ୍ଲୀ,୧୬ା୬: ଏନ୍‌ସିଇଆର୍‌ଟିର ଦ୍ୱାଦଶ ଶ୍ରେଣୀର ରାଜନୈତିକ ବିଜ୍ଞାନର ସଂଶୋଧିତ ବହି ବଜାରକୁ ଆସିଛି। ଏହି ବହିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଯୋଧ୍ୟା ବିବାଦ ପ୍ରସଙ୍ଗରେ...

ଲୋକ ସଭା ବାଚସ୍ପତି ନିର୍ବାଚନ ଭିତରେ ସଞ୍ଜୟ ରାଉତ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଲୋକ ସଭା ବାଚସ୍ପତି ପଦବୀ ଏନଡିଏ ମିଳିତ ମେଣ୍ଟର ଜଣେ ନେତାଙ୍କ ନିକଟକୁ ଯିବା ଉଚିତ ବୋଲି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ...

ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଅଯୋଧ୍ୟାରେ ଲୋକ ସଭା ନିର୍ବାଚନ ହାରିବା ପରେ ଭାଜପାର ବୁଦ୍ଧି ପଶିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ବିସ୍ଥାପିତଙ୍କ ପାଇଁ ପୁଣି ନିଜର ନୀତି...

ଓଲଟିଲା ଡଙ୍ଗା, ଗୋଟିଏ ପରିବାରର ୫ ନିଖୋଜ

ପାଟନା, ୧୬।୬: ବିହାରର ରାଜଧାନୀ ପାଟନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ଦଶହରା ଚାଲିଥିବା ବେଳେ ନଦୀରେ ଏକ ଡଙ୍ଗା ଓଲଟି ପଡ଼ିଛି ।...

ଲୋକ ସଭାରେ କିଏ ହେବେ ବାଚସ୍ପତି? ଉପ ବାଚସ୍ପତି ପଦ ନ ମିଳିଲେ, ବାଚସ୍ପତି ପାଇଁ ପ୍ରାର୍ଥୀ ଘୋଷଣା କରିବ ଇଣ୍ଡିଆ

ନୂଆଦିଲ୍ଲୀ,୧୬।୬: ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ପକ୍ଷରୁ ଲୋକ ସଭାରେ ଉପ ବାଚସ୍ପତି ପଦ ପାଇଁ ଦାବି କରାଯାଇଛି। ବାଚସ୍ପତି ପଦ ପାଇଁ ଏନଡିଏ ମେଣ୍ଟ...

ଯାତ୍ରୀଙ୍କ ସହ ସେଲ୍‌ଫି ନେଲେ, ଛୋଟ ପିଲାଙ୍କୁ କାଖେଇଲେ ମନ୍ତ୍ରୀ

ନୂଆଦିଲ୍ଲୀ,୧୬ା୬: କେନ୍ଦ୍ର ମନ୍ତ୍ରୀ ହେବା ପରେ ଶିବରାଜ ସିଂ ଚୌହାନ ରବିବାର ଟ୍ରେନ୍‌ ଯୋଗେ ଭୋପାଳକୁ ଫେରିଥିଲେ। ସେ ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ସାଧାରଣ...

ଅମିତ୍‌ ଶାହାଙ୍କ ବଡ଼ ବୈଠକ, ଜମ୍ମୁ-କଶ୍ମୀର ଆତଙ୍କବାଦକୁ ନେଇ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୬।୬: ଅମରନାଥ ଯାତ୍ରା ଜୁନ ୨୯ରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଏହାକୁ ନେଇ, କେନ୍ଦ୍ର...

‘ଇଭିଏମ୍‌ ଏକ କଳା ବାକ୍ସ’ କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରବିବାର ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ରାହୁଲ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri