Posted inଜାତୀୟ

ଭାଜପା ଘୃଣାର ଦୋକାନ ଖୋଲିଛି ତେଣୁ ପ୍ରେମଭରା ଇସାରା ବି ବୁଝି ପାରୁନି: ରାହୁଲଙ୍କ ଫ୍ଲାଇଙ୍ଗ କିସ୍‌ ମାମଲାରେ ଶିବସେନାର ଜବାବ…

ନୂଆଦିଲ୍ଲୀ,୧୦।୮ : ଶାସକ ଦଳ ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଫ୍ଲାଇଙ୍ଗ କିସ୍‌ ଅଭିଯୋଗ ନେଇ ଶିବସେନା (ୟୁବିଟି) ମୁହଁ ଖୋଲିଛି। ଶିବସେନା (ୟୁବିଟି) ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀ ଭାଜପାକୁ ସମାଲୋଚନା କରିଛନ୍ତି। ସେ ରାହୁଲଙ୍କୁ ସମର୍ଥନ କରି କହିଛନ୍ତି ରାହୁଲ କେବଳ ଏକ ପ୍ରେମପୂର୍ଣ୍ଣ ଅଙ୍ଗଭଙ୍ଗୀ କରିଛନ୍ତି। ଏଥିରେ କାହାର କାହିଁକି ଆଉ କେଉଁଠି ଅସୁବିଧା ରହିଲା।

ମୁଁ ବୁଝିପାରୁ ନାହିଁ ସେ କହୁଥିବା ସମୟରେ ସମସ୍ତ ମନ୍ତ୍ରୀ ଛିଡା ହୋଇଥିଲେ। ମନ୍ତ୍ରୀମାନେ ବାଧା ସୃଷ୍ଟି କରୁଥିଲେ। ସେ ଏକ ପ୍ରେମପୂର୍ଣ୍ଣ ଅଙ୍ଗଭଙ୍ଗୀ କରିଥିଲେ, ଏଥିରେ ଆପଣଙ୍କର ଅସୁବିଧା କଣ? ଭାଜପା ଦେଶରେ ଘୃଣା ଦୋକାନ ଖୋଲିଛି। ଦଳ ଘୃଣାଭାବରେ ଏତେ ଅଭ୍ୟସ୍ତ ହୋଇଛି ଯେ ଏହାର ନେତାମାନେ କୌଣସି ପ୍ରେମ, ସ୍ନେହ ଭାବନା ବୁଝିିବାରେ ବିଫଳ ହୋଇଛନ୍ତି। ସେ କହିଛନ୍ତି, ଆପଣ ରାହୁଲ ଗାନ୍ଧୀଙ୍କୁ ଏମପି ଭାବେ ଅଯୋଗ୍ୟ କରି ତାଙ୍କୁ ବାସଭବନରୁ ତଡ଼ି ଦେଇଥିଲେ। ସେ ମାମଲା ଜିତିବା ପରେ ପୁଣି ଫେରି ଆସିଛନ୍ତି। ତଥାପି, ଘୃଣା ମନୋଭାବ ନେଇ ସେ ତୁମ ମାନଙ୍କ ସହିତ କଥାବାର୍ତ୍ତା କରୁନାହାଁନ୍ତି । ସେ ପ୍ରେମର ଇସାରା କରୁଛନ୍ତି ।

ଯଦି ଆପଣଙ୍କର କ କୌଣସି ଅସୁବିଧା ଅଛି, ତେବେ ଏହା ଆପଣଙ୍କର ସମସ୍ୟା, ଅନ୍ୟ କାହାର ନୁହେଁ। ୨୦ ରୁ ଅଧିକ ମହିଳା ଏମପିଙ୍କ ଦସ୍ତଖତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ସମୟରେ ରାହୁଲ ଗାନ୍ଧୀ ଏକ ଅନୁପଯୁକ୍ତ ଅଙ୍ଗଭଙ୍ଗୀ କରିଛନ୍ତି। ଗୃହରେ କଥା ହେବାବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରତି ସେ ଫ୍ଲାଇଙ୍ଗ କିସ୍‌ ଇସାରା କରିଛନ୍ତି । ଇରାନୀଙ୍କ ପୂର୍ବରୁ ରାହୁଲ ମଣିପୁରରେ ମଦର ଇଣ୍ଡିଆକୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ ଏବଂ ଶାସକ ଭାଜପାର ସଦସ୍ୟମାନଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri