Posted inଜାତୀୟ

ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣ ଉପରେ ଗୁରୁତ୍ୱ ଦେଉଛି ଭାଜପା ସରକାର: ପ୍ରଧାନମନ୍ତ୍ରୀ…

ସିଲଭାସା,୨୫।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦାଦରା ଏବଂ ନଗର ହାଭେଲିରେ ପହଞ୍ଚିଛନ୍ତି। ସିଲଭାସାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୪,୮୭୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁଥିବା ୯୬ ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସିଲଭାସାସ୍ଥିତ ନାମୋ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ପରିଦର୍ଶନ କରି ଏହି ଅନୁଷ୍ଠାନକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ପ୍ରଧାନମନ୍ତ୍ରୀ ସିଲଭାସାଠାରେ ଏକ ରୋଡ ଶୋରେ ଅଂଶଗ୍ରହଣ କରିଥିଲେ ।

ସିଲଭାସାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଆୱାସ ଯୋଜନା ଅର୍ନ୍ତଗତ ସହରାଞ୍ଚଳର କିଛି ହିତାଧିକାରୀଙ୍କୁ ଗୃହର ଚାବି ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ମୁଁ ପ୍ରାୟ ୫୦୦୦ କୋଟି ଟଙ୍କା ମୂଲ୍ୟର ନୂତନ ପ୍ରକଳ୍ପର ଶୁଭାରମ୍ଭ କରିବାର ସୁଯୋଗ ପାଇଛି। ଗତ ୯ବର୍ଷରେ, ଆମେ ଦେଶରେ କାର୍ଯ୍ୟ କରିବାର ଏକ ନୂତନ ଶୈଳୀ ବିକାଶ କରିଛୁ। ବର୍ତ୍ତମାନ ଯେଉଁ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ଏହାକୁ ଶୀଘ୍ର ସମାପ୍ତ କରିବାକୁ ସମସ୍ତ ପ୍ରୟାସ କରାଯିବ। ଆମେ ଗୋଟିଏ କାର୍ଯ୍ୟ ସମାପ୍ତ କରିବା ମାତ୍ରେ, ଆମେ ଅନ୍ୟ ଏକ କାର୍ଯ୍ୟ ଆରମ୍ଭ କରିଛୁ।

ଦେଶରେ ତୁଷ୍ଟିକରଣ ନୁହେଁ ସନ୍ତୁଷ୍ଟିକରଣ ଉପରେ ଭାଜପା ଗୁରୁତ୍ୱ ପ୍ରଦାନ କରୁଛି। ଯେତେବେଳେ ସରକାର ନିଜେ ଲୋକଙ୍କ ଦ୍ୱାରକୁ ଯାଆନ୍ତି, ଭେଦଭାବ ଶେଷ ହୁଏ, ଦୁର୍ନୀତି ଶେଷ ହୁଏ, ପରିବାରବାଦ ସମାପ୍ତ ହୋଇଥାଏ।

ସ୍ବାଧୀନତା ପରଠାରୁ ଦଶନ୍ଧି ବିତିଯାଇଛି କିନ୍ତୁ ଡାମନ, ଡିୟୁ, ଦାଦରା ଏବଂ ନଗର ହାଭେଲିରେ ଗୋଟିଏ ବି ମେଡିକାଲ କଲେଜ ପ୍ରତିଷ୍ଠା ହୋଇନାହିଁ । ଯେଉଁମାନେ ଦଶନ୍ଧି ଧରି ଦେଶକୁ ଶାସନ କରିଥିଲେ ସେମାନେ ଏଠାରେ ଥିବା ଯୁବବର୍ଗମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିଷୟରେ କଦାପି ଚିନ୍ତା କରି ନ ଥିଲେ। ସେମାନେ ବୁଝିିଥିଲେ ଯେ ଏହି ଛୋଟ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ କରି ସେମାନେ କିଛି ପାଇବେ ନାହିଁ । ମାତ୍ର ଭାଜପା ସରକାର ଏହି ଅଞ୍ଚଳର ବିକାଶ ପାଇଁ ବିଭିନ୍ପନ ପଦକ୍ଷେପ ଗ୍ରହଣ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri