ଭୁବନେଶ୍ୱର,୨୨।୨: ୨୦୨୫-୨୬ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ବଜେଟ ଆଲୋଚନାବେଳେ ବିରୋଧୀ ଦଳର ବିଧାୟକମାନେ ରାଜ୍ୟ ସରକାରଙ୍କୁ ଋଣ ଗ୍ରସ୍ତ ବୋଲି ଉପସ୍ଥାପିତ କରିବା ସହ ଆଗାମୀ ଦିନରେ ଭାଜପା ସରକାର ଓଡ଼ିଶାକୁ ଋଣ ଭାରରେ ବୁଡାଇ ଦେବ, ଓ ନିଲାମ କରିଦେବେ ବୋଲି ଅଭିଯୋଗ ଆଣିଥିଲେ। ଏପରିକି ବଜେଟ୍ର ଆକାର ବଢ଼ାଇ ଦେଉଥିଲେ ହେଁ ଏଥିରେ ବରାଦ ହେଉଥିବା ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ବୋଲି ସମାଲୋଚନା କରିଥିଲେ।
ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମେ ଧାର୍ଯ୍ୟ ସୀମା ଠାରୁ ବହୁତ କମ ଋଣ କରିଛୁ। କମ ସୁଧରେ ଯେପରି ଋଣ ଆଣିବୁ ଏବଂ ଏହାକୁ ପ୍ରତିବର୍ଷ ପରିଶୋଧ କରି ଓ ଋଣ ଭାର କମାଇବୁ ସେନେଇ ଯୋଜନା କରିଛୁ। ବିରୋଧୀ ଋଣର ପୋଷଣୀୟତା ବାବଦକୁ ଚିନ୍ତା ପ୍ରକଟ କରିବାର ଅବକାଶ ନାହିଁ। ଆମେ ଯେତିକି ବଜେଟ କରିଛୁ, ଧାର୍ଯ୍ୟ ସମୟ ମଧ୍ୟରେ ତାକୁ ଖର୍ଚ୍ଚ କରିବୁ।