Posted inଜାତୀୟ

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ଭାଜପା ସରକାର; ତେଲଙ୍ଗାନାରେ କଂଗ୍ରେସ ସନ୍ତୁଷ୍ଟ

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ନିର୍ବାଚନରେ କଂଗ୍ରେସ ଏକ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଛି, ଯାହାକି ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ଭାବରେ ଦେଖାଯାଉଛି। ହିନ୍ଦୀ ଭାଷା ରାଜ୍ୟ ମଧ୍ୟପ୍ରଦେଶରେ ଭାଜପା ସରକାର ଅକ୍ଷୁର୍ଣ୍ଣ ଥିବାବେଳେ ଛତିଶଗଡ଼ ଏବଂ ରାଜସ୍ଥାନରେ କଂଗ୍ରେସକୁ କ୍ଷମତାରୁ ହଟାଇ ଦେଇଛନ୍ତି। କଂଗ୍ରେସ ପାଇଁ ଏକମାତ୍ର ଆଶ୍ୱସ୍ତିକର ଖବର ତେଲଙ୍ଗାନାରୁ ଆସିଥିଲା ଯେଉଁଠାରେ ଏହା କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (BRS) କୁ ପରାସ୍ତ କରିଥିଲା।
ଏହି ନିର୍ବାଚନ ପରେ ପ୍ରଶ୍ନ ଉଠିଛି ଯେ ଏହି ରାଜ୍ୟଗୁଡିକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ। ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଏହାର କେତେ ପ୍ରଭାବ ପଡ଼ିବ। ଭାଜପା ବିରୋଧରେ ଏକାଠି ହୋଇଥିବା ବିରୋଧୀ ଦଳ ‘ଇଣ୍ଡିଆ’ ଏକଜୁଟ ହୋଇ ରହିବ କି ନାହିଁ।

ଛତିଶଗଡ଼
ଛତିଶଗଡରେ ଭାଜପା ଏକ ବଡ ବିଜୟ ହାସଲ କରିଛି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ରାତି ୧୧ଟା ପର୍ଯ୍ୟନ୍ତ ଦଳ ରାଜ୍ୟର ୯୦ ଟି ଆସନ ମଧ୍ୟରୁ ୫୨ ଟି ଜିତିଛି ଏବଂ ୨ଟିରେ ଆଗୁଆ ରହିଛି। ଯେଉଁଠାରେ କଂଗ୍ରେସ ୩୪ଟି ଆସନ ଜିତି ଗୋଟିଏରେ ଆଗୁଆ ରହିଛି। ଏହା ବ୍ୟତୀତ ଗୋଟିଏ ଆସନ ଅନ୍ୟର ଆକାଉଣ୍ଟକୁ ଯାଇଛି। ପରାଜୟ ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି।
ମଧ୍ୟପ୍ରଦେଶ
ମଧ୍ୟପ୍ରଦେଶରେ ଭାଜପାସଂଖ୍ୟାଗରିଷ୍ଠତା ହାସଲ କରିଛି। ଦଳ ରାଜ୍ୟର ୨୩୦ ଟି ଆସନ ମଧ୍ୟରୁ ୧୫୬ଟି ଜିତିଛି ଏବଂ ୭ଟିରେ ଆଗୁଆ ରହିଛି। କଂଗ୍ରେସ ୬୨ଟି ଆସନ ଜିତି ୪ଟିରେ ଆଗୁଆ ରହିଛି। ଏହା ବ୍ୟତୀତ ଗୋଟିଏ ସିଟ ଅନ୍ୟର ଆକାଉଣ୍ଟକୁ ଯାଇଛି।
ରାଜସ୍ଥାନ
ଏଥର ମଧ୍ୟ ରାଜସ୍ଥାନରେ ରୀତିନୀତି ଜାରି ରହିଲା ଅର୍ଥାତ୍‌ ପାଞ୍ଚ ବର୍ଷ ପରେ ସରକାର ବଦଳିଗଲେ। ୧୯୯ଟି ଆସନ ମଧ୍ୟରୁ ଭାଜପା ୧୧୫ଟି ଜିତିଛି। କଂଗ୍ରେସ ୬୮ଟି ଆସନରେ ଜିତି ୧ରେ ଆଗୁଆ ରହିଛି। ଏହାପରେ ଅଶୋକ ଗେହଲୋଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।
ତେଲଙ୍ଗାନା
ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ କେ.ସି.ଆର ଏକ ବଡ ପରାଜୟର ସମ୍ମୁଖୀନ ହୋଇଛନ୍ତି ଏବଂ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) କ୍ଷମତା ହରାଇଛି। ୧୧୯ଟି ଆସନ ମଧ୍ୟରୁ ୬୪ଟି ଜିତି କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଯେଉଁଠାରେ ବିଆରଏସ ୩୮ ଟି ସିଟ ଜିତିଛି ଏବଂ ଗୋଟିଏରେ ଆଗୁଆ ଅଛି। ଏହା ବ୍ୟତୀତ ଭାଜପା ୮ ଟି ଆସନ ଏବଂ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ ୭ଟି ଆସନ ଜିତିଛି।
କେସିଆର ମଧ୍ୟ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଏଥି ସହ କଂଗ୍ରେସ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ନେତାମାନେ ବିଜୟ ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ସୋମବାର (ଡିସେମ୍ବର ୪) ରେ ବିଧାନସଭା ପାର୍ଟି ବୈଠକ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri