Posted inଜାତୀୟ

ଜମ୍ମୁ-କଶ୍ମୀରରେ ଭାଜପା ସରକାର! ସରକାର ଗଠନରେ ହେବ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୬।୧୦: ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଛି ଚମକାଇଦେଲା ଭଳି ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ୍‌। ଯଦି ନିର୍ବାଚନ ଫଳାଫଳ ବୁଥ୍‌ ବାହୁଡା ମତରୁ ଆସିଥିବା ସଂଖ୍ୟା ସହ ସମାନ ହୋଇଯିବ ତେବେ ଜମ୍ମୁ-କଶ୍ମୀରରେ ବଡ଼ ରାଜନୈତିକ ସମୀକରଣ ଦେଖାଯିବ। ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ ଏଜେନ୍ସି କରିଥିବା ସର୍ଭେ କହୁଛି ଜମ୍ମୁ କଶ୍ମୀରରେ ଏକ ପ୍ରକାର ଝୁଲା ବିଧାନସଭା ହେବାକୁ ଯାଉଛି। ଯଦିଓ କିଛି ଏଜେନ୍ସି ଏନସି-କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଅନୁମାନ କରୁଛନ୍ତି କିନ୍ତୁ ଅନ୍ୟପଟେ ଝୁଲା ବିଧାନସଭା ଆଡକୁ ସଙ୍କେତ ଦେଉଛନ୍ତି। ଏଭଳି ସ୍ଥିତିରେ ଯଦି କଶ୍ମୀରରେ ସ୍ପଷ୍ଟ ବହୁମତ ନ ମିଳୁଛି ତେବେ କେଉଁଦଳ ସରକାର ଗଢିବାର ସମ୍ଭାବନା ଅଧିକ ରହୁଛି? ଆସନ୍ତୁ ଜାଣିବା ଜମ୍ମୁ-କଶ୍ମୀରର ସଂଖ୍ୟା ଗଣିତ ଓ ସେଠାକାର ରାଜନୈତିକ ସମୀକରଣ।

ଯଦି ଆମେ ସବୁ ଏକଜିଟ ପୋଲର ସଂଖ୍ୟାକୁ ନଜର ପକାଇବା ତେବେ ମୋଟ ଉପରେ କଂଗ୍ରେସ ପାଉଛି ୪୦ଆସନ, ଭାଜପା ପାଉଛି ୩୦, ପିଡିପି ପାଉଛି ୩-୬ ଓ ଅନ୍ୟାନ୍ୟ ୧୨-୧୫। ତେବେ ମୋଟ ଉପରେ କହିବାକୁ ଗଲେ ଭାଜପା ଓ ଏନସିକୁ ସରକାର ଗଢିବାକୁ ହେଲେ ଅନ୍ୟ ଛୋଟ ଛୋଟ ଦଳ ଓ ସ୍ବାଧୀନ ଦଳ ନିର୍ଭର କରିବାକୁ ପଡିବ। ଯଦିଓ ପିଡିପି ନେତ୍ରୀ ମେହେବୁବା ମୁଫତି ସିଧା କହିଛନ୍ତି ଯେ, ଦରକାର ପଡିଲେ କଂଗ୍ରେସ ଓ ଏନସିକୁ ସମର୍ଥନ କରିବେ ହେଲେ ଭାଜପାର ଭିତିରି ଗଣତି ଏନସି-କଂଗ୍ରେସର ଖେଳ ବିଗାଡି ଦେଇପାରେ। ଯଦି ଆମେ ଏବେ ଜମ୍ମୁ-କଶ୍ମୀରର ସଂଖ୍ୟା ଉପରେ ନଜର ପକାଇବା ୯୦ଟି ଆସନରୁ ୮୫ ଆସନରେ ନିର୍ବାଚନ ହୋଇଛି। ଆଉ ୫ଟି ଆସନ ସେଠାକାର ଏଲଜି ଚୟନ କରିବାର ନିୟମ ରହିଛି। ଏଭଳି ସ୍ଥିତିରେ ଯଦି ଭାଜପା ୩୫ ଆସନ ପାଖାପାଖି ଛୁଇଁଯାଉଛି, ତେବେ ଭାଜପା ସରକାର ଗଢିବାକୁ ଭରପୂର ଉଦ୍ୟମ କରିପାରେ। ଆଉ ଆମେ ଏଥିପାଇଁ କହୁଛୁ ଯେହେତୁ ଏଲଜିଙ୍କ ପାଖରେ ୫ଜଣ ବିଧାୟକ ଚୟନ କରିବାର କ୍ଷମତା ରହିଛି । ଆଉ ସେହି ୫ଜଣ ବିଧାୟକ ଯଦି ଭାଜପାକୁ ସମର୍ଥନ କରୁଛନ୍ତି ଭାଜପାର ସଂଖ୍ୟା ହୋଇଯିବ ୪୦। ତେଣୁ ଭାଜପାକୁ ସରକାର ଗଢିବା ପାଇଁ ଆଉ ୬ ଆସନ ଦରକାର ପଡୁଛି। ଏଭଳି ସ୍ଥିତିରେ ଭାଜପା ଯଦି ଇଞ୍ଜିନିୟର ରସିଦଙ୍କ ଦଳର ସମର୍ଥନ ପାଇ ଯାଉଛନ୍ତି ତେବେ ସରକାର ଗଠନରେ ଯେଉଁ ସଂଖ୍ୟା ରହିଛି ତାହା ହୁଏତ ସହଜରେ ଛୁଇଁଯିବ।

ଭୋଟ ଗଣତିକୁ ୪୮ ଘଣ୍ଟା ବାକି ଥିବାବେଳେ କେନ୍ଦ୍ରଶାସିିତ ଅଞ୍ଚଳର ଉପରାଜ୍ୟପାଳ (ଏଲ୍‌ଜି) ମନୋଜ ସିହ୍ନାଙ୍କ ପ୍ରଶାସନ ବିଧାନସଭାକୁ ୫ ଜଣ ସଦସ୍ୟଙ୍କୁ ମନୋନୀତ କରିବାକୁ ଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କୌଣସି ଦଳ ବା ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ ନ କଲେ ଆସ୍ଥାଭୋଟରେ ଏହି ୫ ମନୋନୀତ ବିଧାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ୯୦ ଆସନରେ ମ୍ୟାଜିକ୍‌ ନମ୍ବର ୪୬ ହୋଇଥିବାବେଳେ ଆଉ ୫ ବିଧାୟକଙ୍କୁ ମିଶାଇଲେ କୁହୁକ ସଂଖ୍ୟା ୪୮ରେ ପହଞ୍ଚତ୍ବ। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଅନୁସାରେ ବିଧାନସଭାକୁ ବହୁ ସଂଖ୍ୟକ ମହିଳା ନିର୍ବାଚିତ ହୋଇଛନ୍ତି ବୋଲି ଉପରାଜ୍ୟପାଳ ମନେ ନ କଲେ ସେ ୨ ଜଣ ମହିଳାଙ୍କୁ ସଦସ୍ୟ ରୂପେ ମନୋନୀତ କରିପାରିବେ। ୨୦୨୩ ଜୁଲାଇ ୨୬ରେ ଏହି ଆଇନରେ ସଂଶୋଧନ ଅଣାଯାଇ ଆଉ ୩ ସଦସ୍ୟଙ୍କୁ ମନୋନୀତ କରିବା ପାଇଁ ଏଲ୍‌ଜିଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ବିସ୍ଥାପିତ କଶ୍ମୀରୀ (ଜଣେ ମହିଳା ଓ ଜଣେ ପୁରୁଷ) ରହିବେ। ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରୁ ବିସ୍ଥାପିତ ଅନ୍ୟ ଜଣେ ସଦସ୍ୟ ବିଧାନସଭାରେ ପ୍ରତିନିଧିତ୍ୱ କରିବେ ବୋଲି ଉକ୍ତ ଆଇନରେ ସଂଶୋଧନ ଅଣାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶକ୍ରମେ ମନୋନୀତ ହେବାକୁ ଥିବା ଏହି ୫ ସଦସ୍ୟ ନିର୍ବାଚିତ ବିଧାୟକଙ୍କ ଭଳି କ୍ଷମତା ଓ ସୁବିଧା ଉପଭୋଗ କରିବେ। ତେଣୁ ଉକ୍ତ ପ୍ରସଙ୍ଗରେ ବିବାଦ ଉପୁଜିଛି।

ଇଞ୍ଜିନିୟର ରସିଦ ଭାଜପାକୁ କାହିଁକି ସମର୍ଥନ କରିବେ ତାହା ପଛରେ କାରଣ ରହିଛି। କୁହାଯାଉଛି ରସିଦ ଦେଶ ବିରୋଧୀ ୟୁଏପିଏରେ ଜେଲ୍‌ ଯାଇଥିଲେ ହେଲେ ନିର୍ବାଚନ ପୂର୍ବରୁ ତାଙ୍କୁ ତୁରନ୍ତ ବେଲ୍‌ ମିଳିଯାଇଥିଲା। ୟୁଏପିଏରେ ଦୋଷୀଙ୍କୁ ସହଜରେ ବେଲ୍‌ ମିଳି ନ ଥାଏ ବୋଲି ଆଇନଜୀବୀମାନେ କହୁଛନ୍ତି। ହେଲେ ରସିଦଙ୍କୁ ଠିକ୍‌ ନିର୍ବାଚନ ପୂର୍ବରୁ ଯେଉଁ ପରିସ୍ଥିତିରେ ବେଲ୍‌ ମିଳିଗଲା ତାହା ପଛର କାରଣକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନେକ ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି, ରସିଦକୁ ଜେଲ୍‌ରେ ବାହାର କରିବା ପାଇଁ ଭାଜପାର ବଡ଼ ହାତ ରହିଛି। ଯଦିଓ ଏହାର ସତ୍ୟତା ଆମ ପାଖରେ ନାହିଁ ହେଲେ ଏହି ଚର୍ଚ୍ଚା ବି ବେଶ୍‌ ଯୁକ୍ତିଯୁକ୍ତ ଲାଗୁଛି। ତେଣୁ ଏପରି ସ୍ଥିତିରେ ଭାଜପା ଯଦି ୩୫ ଆସନ ପାଖାପାଖି ହୋଇ ଯାଉଛି ତେବେ ସରକାର ଗଠନ ପାଇଁ ଏହି ସମୀକରଣରେ ବଡ଼ ଉଦ୍ୟମ କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri