Posted inଜାତୀୟ

ଜମ୍ମୁ-କଶ୍ମୀରରେ ଭାଜପା ସରକାର! ସରକାର ଗଠନରେ ହେବ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୬।୧୦: ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଆସିଛି ଚମକାଇଦେଲା ଭଳି ବୁଥ୍‌ ବାହୁଡା ମତ ବା ଏକଜିଟ୍‌ ପୋଲ୍‌। ଯଦି ନିର୍ବାଚନ ଫଳାଫଳ ବୁଥ୍‌ ବାହୁଡା ମତରୁ ଆସିଥିବା ସଂଖ୍ୟା ସହ ସମାନ ହୋଇଯିବ ତେବେ ଜମ୍ମୁ-କଶ୍ମୀରରେ ବଡ଼ ରାଜନୈତିକ ସମୀକରଣ ଦେଖାଯିବ। ପ୍ରାୟ ସବୁ ଜାତୀୟ ଗଣମାଧ୍ୟମ ଏଜେନ୍ସି କରିଥିବା ସର୍ଭେ କହୁଛି ଜମ୍ମୁ କଶ୍ମୀରରେ ଏକ ପ୍ରକାର ଝୁଲା ବିଧାନସଭା ହେବାକୁ ଯାଉଛି। ଯଦିଓ କିଛି ଏଜେନ୍ସି ଏନସି-କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବ ବୋଲି ଅନୁମାନ କରୁଛନ୍ତି କିନ୍ତୁ ଅନ୍ୟପଟେ ଝୁଲା ବିଧାନସଭା ଆଡକୁ ସଙ୍କେତ ଦେଉଛନ୍ତି। ଏଭଳି ସ୍ଥିତିରେ ଯଦି କଶ୍ମୀରରେ ସ୍ପଷ୍ଟ ବହୁମତ ନ ମିଳୁଛି ତେବେ କେଉଁଦଳ ସରକାର ଗଢିବାର ସମ୍ଭାବନା ଅଧିକ ରହୁଛି? ଆସନ୍ତୁ ଜାଣିବା ଜମ୍ମୁ-କଶ୍ମୀରର ସଂଖ୍ୟା ଗଣିତ ଓ ସେଠାକାର ରାଜନୈତିକ ସମୀକରଣ।

ଯଦି ଆମେ ସବୁ ଏକଜିଟ ପୋଲର ସଂଖ୍ୟାକୁ ନଜର ପକାଇବା ତେବେ ମୋଟ ଉପରେ କଂଗ୍ରେସ ପାଉଛି ୪୦ଆସନ, ଭାଜପା ପାଉଛି ୩୦, ପିଡିପି ପାଉଛି ୩-୬ ଓ ଅନ୍ୟାନ୍ୟ ୧୨-୧୫। ତେବେ ମୋଟ ଉପରେ କହିବାକୁ ଗଲେ ଭାଜପା ଓ ଏନସିକୁ ସରକାର ଗଢିବାକୁ ହେଲେ ଅନ୍ୟ ଛୋଟ ଛୋଟ ଦଳ ଓ ସ୍ବାଧୀନ ଦଳ ନିର୍ଭର କରିବାକୁ ପଡିବ। ଯଦିଓ ପିଡିପି ନେତ୍ରୀ ମେହେବୁବା ମୁଫତି ସିଧା କହିଛନ୍ତି ଯେ, ଦରକାର ପଡିଲେ କଂଗ୍ରେସ ଓ ଏନସିକୁ ସମର୍ଥନ କରିବେ ହେଲେ ଭାଜପାର ଭିତିରି ଗଣତି ଏନସି-କଂଗ୍ରେସର ଖେଳ ବିଗାଡି ଦେଇପାରେ। ଯଦି ଆମେ ଏବେ ଜମ୍ମୁ-କଶ୍ମୀରର ସଂଖ୍ୟା ଉପରେ ନଜର ପକାଇବା ୯୦ଟି ଆସନରୁ ୮୫ ଆସନରେ ନିର୍ବାଚନ ହୋଇଛି। ଆଉ ୫ଟି ଆସନ ସେଠାକାର ଏଲଜି ଚୟନ କରିବାର ନିୟମ ରହିଛି। ଏଭଳି ସ୍ଥିତିରେ ଯଦି ଭାଜପା ୩୫ ଆସନ ପାଖାପାଖି ଛୁଇଁଯାଉଛି, ତେବେ ଭାଜପା ସରକାର ଗଢିବାକୁ ଭରପୂର ଉଦ୍ୟମ କରିପାରେ। ଆଉ ଆମେ ଏଥିପାଇଁ କହୁଛୁ ଯେହେତୁ ଏଲଜିଙ୍କ ପାଖରେ ୫ଜଣ ବିଧାୟକ ଚୟନ କରିବାର କ୍ଷମତା ରହିଛି । ଆଉ ସେହି ୫ଜଣ ବିଧାୟକ ଯଦି ଭାଜପାକୁ ସମର୍ଥନ କରୁଛନ୍ତି ଭାଜପାର ସଂଖ୍ୟା ହୋଇଯିବ ୪୦। ତେଣୁ ଭାଜପାକୁ ସରକାର ଗଢିବା ପାଇଁ ଆଉ ୬ ଆସନ ଦରକାର ପଡୁଛି। ଏଭଳି ସ୍ଥିତିରେ ଭାଜପା ଯଦି ଇଞ୍ଜିନିୟର ରସିଦଙ୍କ ଦଳର ସମର୍ଥନ ପାଇ ଯାଉଛନ୍ତି ତେବେ ସରକାର ଗଠନରେ ଯେଉଁ ସଂଖ୍ୟା ରହିଛି ତାହା ହୁଏତ ସହଜରେ ଛୁଇଁଯିବ।

ଭୋଟ ଗଣତିକୁ ୪୮ ଘଣ୍ଟା ବାକି ଥିବାବେଳେ କେନ୍ଦ୍ରଶାସିିତ ଅଞ୍ଚଳର ଉପରାଜ୍ୟପାଳ (ଏଲ୍‌ଜି) ମନୋଜ ସିହ୍ନାଙ୍କ ପ୍ରଶାସନ ବିଧାନସଭାକୁ ୫ ଜଣ ସଦସ୍ୟଙ୍କୁ ମନୋନୀତ କରିବାକୁ ଯାଉଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। କୌଣସି ଦଳ ବା ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ ନ କଲେ ଆସ୍ଥାଭୋଟରେ ଏହି ୫ ମନୋନୀତ ବିଧାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ୯୦ ଆସନରେ ମ୍ୟାଜିକ୍‌ ନମ୍ବର ୪୬ ହୋଇଥିବାବେଳେ ଆଉ ୫ ବିଧାୟକଙ୍କୁ ମିଶାଇଲେ କୁହୁକ ସଂଖ୍ୟା ୪୮ରେ ପହଞ୍ଚତ୍ବ। ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ଅନୁସାରେ ବିଧାନସଭାକୁ ବହୁ ସଂଖ୍ୟକ ମହିଳା ନିର୍ବାଚିତ ହୋଇଛନ୍ତି ବୋଲି ଉପରାଜ୍ୟପାଳ ମନେ ନ କଲେ ସେ ୨ ଜଣ ମହିଳାଙ୍କୁ ସଦସ୍ୟ ରୂପେ ମନୋନୀତ କରିପାରିବେ। ୨୦୨୩ ଜୁଲାଇ ୨୬ରେ ଏହି ଆଇନରେ ସଂଶୋଧନ ଅଣାଯାଇ ଆଉ ୩ ସଦସ୍ୟଙ୍କୁ ମନୋନୀତ କରିବା ପାଇଁ ଏଲ୍‌ଜିଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ବିସ୍ଥାପିତ କଶ୍ମୀରୀ (ଜଣେ ମହିଳା ଓ ଜଣେ ପୁରୁଷ) ରହିବେ। ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରୁ ବିସ୍ଥାପିତ ଅନ୍ୟ ଜଣେ ସଦସ୍ୟ ବିଧାନସଭାରେ ପ୍ରତିନିଧିତ୍ୱ କରିବେ ବୋଲି ଉକ୍ତ ଆଇନରେ ସଂଶୋଧନ ଅଣାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶକ୍ରମେ ମନୋନୀତ ହେବାକୁ ଥିବା ଏହି ୫ ସଦସ୍ୟ ନିର୍ବାଚିତ ବିଧାୟକଙ୍କ ଭଳି କ୍ଷମତା ଓ ସୁବିଧା ଉପଭୋଗ କରିବେ। ତେଣୁ ଉକ୍ତ ପ୍ରସଙ୍ଗରେ ବିବାଦ ଉପୁଜିଛି।

ଇଞ୍ଜିନିୟର ରସିଦ ଭାଜପାକୁ କାହିଁକି ସମର୍ଥନ କରିବେ ତାହା ପଛରେ କାରଣ ରହିଛି। କୁହାଯାଉଛି ରସିଦ ଦେଶ ବିରୋଧୀ ୟୁଏପିଏରେ ଜେଲ୍‌ ଯାଇଥିଲେ ହେଲେ ନିର୍ବାଚନ ପୂର୍ବରୁ ତାଙ୍କୁ ତୁରନ୍ତ ବେଲ୍‌ ମିଳିଯାଇଥିଲା। ୟୁଏପିଏରେ ଦୋଷୀଙ୍କୁ ସହଜରେ ବେଲ୍‌ ମିଳି ନ ଥାଏ ବୋଲି ଆଇନଜୀବୀମାନେ କହୁଛନ୍ତି। ହେଲେ ରସିଦଙ୍କୁ ଠିକ୍‌ ନିର୍ବାଚନ ପୂର୍ବରୁ ଯେଉଁ ପରିସ୍ଥିତିରେ ବେଲ୍‌ ମିଳିଗଲା ତାହା ପଛର କାରଣକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନେକ ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି, ରସିଦକୁ ଜେଲ୍‌ରେ ବାହାର କରିବା ପାଇଁ ଭାଜପାର ବଡ଼ ହାତ ରହିଛି। ଯଦିଓ ଏହାର ସତ୍ୟତା ଆମ ପାଖରେ ନାହିଁ ହେଲେ ଏହି ଚର୍ଚ୍ଚା ବି ବେଶ୍‌ ଯୁକ୍ତିଯୁକ୍ତ ଲାଗୁଛି। ତେଣୁ ଏପରି ସ୍ଥିତିରେ ଭାଜପା ଯଦି ୩୫ ଆସନ ପାଖାପାଖି ହୋଇ ଯାଉଛି ତେବେ ସରକାର ଗଠନ ପାଇଁ ଏହି ସମୀକରଣରେ ବଡ଼ ଉଦ୍ୟମ କରିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri