ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶନିବାର ବିଳମ୍ବିତ ରାତିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାମଚନ୍ଦ୍ର ମେହେରଙ୍କୁ ସମ୍ବଲପୁର ଜିଲା ଭାଜପା ସଭାପତି ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ ଦଳ ପକ୍ଷରୁ ଜାରି ଏକ ପ୍ରେସ ଇସ୍ତାହାରରୁ ସୂଚନା ମିଳିଛି। ରାମଚନ୍ଦ୍ର ମେହେରଙ୍କୁ ଜିଲା ସଭାପତି ଭାବେ ନିଯୁକ୍ତି ମିଳିବା ପରେ ସମ୍ବଲପୁର ଭାଜପା ତଥା ତାଙ୍କ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ବହୁ ସଂଖ୍ୟାରେ ବରିଷ୍ଠ ଭାଜପା ନେତାଙ୍କ ସହିତ ୍ଯଯଯ୍ଯଯଯ ଭାଜପା କର୍ମକର୍ତ୍ତା ଓ କର୍ମୀଙ୍କ ପକ୍ଷରୁ ତାଙ୍କୁ ଏଥିପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ସୂଚନାଯୋଗ୍ୟ ଯେ, ଭାଜପାର ପୁରୁଖା ନେତା ତଥା ନବନିଯୁକ୍ତ ଜିଲା ସଭାପତି ମେହେର ବର୍ତମାନ ଭାଜପା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଓ ବୌଦ୍ଧ ଜିଲା ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହନ କରୁଛନ୍ତି। ଏହା ପୂର୍ବରୁ ଗତ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ତତ୍କାଳିନ ସମ୍ବଲପୁର ପୌରପରିଷଦର ଉପ-ନଗରପାଳ ଓ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ମଧ୍ୟ ସଫଳତାର ସହିତ ଭାଜପା ଜିଲା ସଭାପତି ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଜିଲା ସଭାପତିତ୍ୱ କାଳରେ ୨୦୧୭ ମସିହାରେ ଭାଜପାର ସମ୍ବଲପୁର ଜିଲାପରିଷଦ ଗଠନ ସହିତ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ସମ୍ବଲପୁର ଏମ୍‌ପି ଓ ଜିଲାର ଦୁଇ ଜଣ ବିଧାୟକଙ୍କ ବିଜୟ ହୋଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ପୀୟୂଷ: କହିଲେ…

ଭୁବନେଶ୍ୱର,୬।୧: ଦୀର୍ଘ ୬ ମାସ ପରେ ପୁଣି ମଞ୍ଚକୁ ଓହ୍ଲାଇଲେ ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ। ଯାତ୍ରା ସିଂହବାହିନୀ ପକ୍ଷରୁ ମଞ୍ଚସ୍ତ ହୋଇଥିବା ‘ତୁ ମୋ...

ଲାଞ୍ଚ ନେଉଥିଲେ ଫରେଷ୍ଟର, ମାଡ଼ି ବସିଲା ଭିଜିଲାନ୍ସ: ସ୍କାଏ ଲାଇଟ୍‌ , ଝରକାରୁ ମିଳିଲା ପୁଳାପୁଳା ଟଙ୍କା

ବଲାଙ୍ଗୀର,୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଗୁଲୁମି ଫରେଷ୍ଟର ଅଶୋକ କୁମାର ନାଏକ ୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ...

ପାଣିର ସଦୁପଯୋଗ କରିବାକୁ ଚାଷୀଙ୍କୁ ଗୁରୁମନ୍ତ୍ର

କେସିଙ୍ଗା,୬।୧(ତୁମେଶ୍ୱର ସାହୁ ): କଳାହାଣ୍ଡି ଜଲା କେସିଙ୍ଗା ବ୍ଲକ ଅଧୀନ କନ୍ତେଶିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ...

ଭଦ୍ରକରୁ ଵ୍ରହ୍ମପୁର ଦେଇ କବିସୂର୍ଯ୍ୟନଗର ହେଉଥିଲା ବ୍ରାଉନସୁଗର ଚାଲାଣ, ରେଳଷ୍ଟେସନ ମାଡିବସିଲା ପୋଲିସ

ଵ୍ରହ୍ମପୁର, ୬/୧(ସୁବାସ ଚନ୍ଦ୍ର ପାଢ଼ୀ): ଵ୍ରହ୍ମପୁର ଏବେ ନିଶା କାରବାରର ହବ ପାଲଟିଛି । ଅନ୍ୟ ଜିଲାରୁ ଗଞ୍ଜେଇ ଆଣି ଵ୍ରହ୍ମପୁର ଦେଇ ବାହାର ରାଜ୍ୟକୁ...

ଜୀବନ ନେଲା ସାରଳା ବସ୍, ସଡ଼କ ଦୁର୍ଘଟଣାରେ ସାମ୍ବାଦିକାଙ୍କ ମୃତ୍ୟୁ

ପୁରୀ,୬ା୧: ପିପିଲିରେ ଆଜି ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମହିଳା ସାମ୍ବାଦିକାଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।...

ଜିଲା ପାଇଁ ଗୌରବ: ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପରେ ଭାଗ ନେବେ ଓଡ଼ିଆ ପୁଅ ୟସରାଜ

ଗଞ୍ଜାମ,୬।୧(ବିଦ୍ୟାଧର ସାହୁ ): ଆସନ୍ତା ଜାନୁଆରୀ ୧୩ରୁ ୧୭ ପର୍ଯ୍ୟନ୍ତ ଝାଡଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ନ୍ୟାଶନାଲ ସାଇକେଲିଂ ଚାମ୍ପିୟନସିପ । ଏହି ଜାତୀୟ ସାଇକେଲିଂ...

 ନାବାଳିକାଙ୍କୁ ମାଛ ଧରିଯିବା କହି ବଳାତ୍କାର ପରେ ହତ୍ୟା: ଆସିଲା ବଡ଼ ରାୟ , ଭୟରେ ଥରିବ ଅଭିଯୁକ୍ତଙ୍କ…

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରର ସଂଘଟିତ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ରାୟ ମଙ୍ଗଳବାର ପ୍ରକାଶ...

ଆଜି ଶେଷ ସନ୍ଧ୍ୟାରେ ବଲିଉଡ ଗାୟକଙ୍କ ଗୀତରେ ଝୁମିବେ ଦର୍ଶକ: ପହଞ୍ଚିବେ ମନ୍ତ୍ରୀ, ବିଧାୟକ

ଧର୍ମଶାଳା, ୬।୧( ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆଠାରେ ଡିସେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଥିବା ୨୧ତମ ଧର୍ମଶାଳା ମହୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri