ଭାଜପା କୋର୍‌ କମିଟି ବୈଠକ:ଫେବୃଆରୀ ଶେଷ ସୁଦ୍ଧା ବୋର୍ଡ, ନିଗମ, କମିଶନ ଅଧ୍ୟକ୍ଷ ପ୍ରକ୍ରିୟା ସରିବ

ଭୁବନେଶ୍ୱର,୧୫।୨(ସୁନୀତ ମିଶ୍ର):ରାଜ୍ୟରେ ଭାଜପା ସରକାରକୁ ଆସିବାର ୮ ମାସ ହୋଇଥିବାବେଳେ ଦଳୀୟ ସଂଗଠନ ଏବଂ ସରକାର ମଧ୍ୟରେ କିପରି ସମନ୍ବୟ ରକ୍ଷା କରାଯାଇ ଆଗକୁ ବଢ଼ିହେବ, ତା’ ଉପରେ ଶୀର୍ଷ ନେତୃତ୍ୱ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଏନେଇ ଶୁକ୍ରବାର ଦଳର ରାଜ୍ୟ କାର୍ଯ୍ୟାଳୟଠାରେ କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନ ୧୨ଟା ୩୦ ମିନିଟ ସମୟରୁ ଆରମ୍ଭ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର, ୨ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାଂଗଠନିକ ମନ୍ତ୍ରୀ ମାନସ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ମନ୍ତ୍ରୀ ପୂଜାରୀ କହିଛନ୍ତି, ଖୁବ୍‌ଶୀଘ୍ର ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ନିଗମ, ବୋର୍ଡ ଓ କମିଶନରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ନିଗମ, ବୋର୍ଡ, କମିଶନ ଏବଂ ଜିଲା ପ୍ଲାନିଂ ବୋର୍ଡକୁ ନେଇ ବୈଠକରେ ଆଲୋଚନା ହୋଇଛି। ଚଳିତମାସ ଶେଷ ସୁଦ୍ଧା ଏହାର ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ। ଏହାଛଡ଼ା ଦଳର ସାଂଗଠନିକ ନିର୍ବାଚନ, ରାଜ୍ୟ ସଭାପତି ଚୟନ, ୮ ମାସ ସରକାରଙ୍କ ଗତିବିଧି ଓ କାର୍ଯ୍ୟକୁ ନେଇ ଆଲୋଚନା ହୋଇଛି। ସରକାର ଓ ସଂଗଠନ ମଧ୍ୟରେ କିପରି ସମ୍ପର୍କ ଭଲ ଭାବରେ ରହିପାରିବ, ସେନେଇ ଆଲୋଚନା ହୋଇଥିବା ସେ କହିଛନ୍ତି। ଅନ୍ୟପଟେ ରାଜ୍ୟ ସଭାପତି ଚୟନ ନେଇ କୋର୍‌ କମିଟିରେ କୌଣସି ଆଲୋଚନା ହୋଇ ନ ଥିବା ବାଲେଶ୍ୱର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଭାଜପାର ରାଜ୍ୟ ସାଂଗଠନିକ ନିର୍ବାଚନୀ ପ୍ରକ୍ରିୟା ଜାରିରହିଛି। ତେବେ ଦଳ କାହାକୁ ସଭାପତି କରିବ ତାହା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। କେତେଜଣ ନେତା ବର୍ତ୍ତମାନର ସଭାପତି ମନମୋହନ ସାମଲଙ୍କୁ ପୁଣି ଥରେ ଏହି ଦାୟିତ୍ୱ ମିଳିପାରେ ବୋଲି କହୁଥିବାବେଳେ ଆଉ କେତେଜଣ ନେତାଙ୍କ ନଁା ମଧ୍ୟ ଚର୍ଚ୍ଚାରେ ରହିଛି। ଗତ ୨ ଦିନ ତଳେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ କେତେଜଣ ବିଧାୟକ ସରକାର ଓ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଥିବା କଥା ଚର୍ଚ୍ଚାକୁ ଆସିଥିଲା। ମନ୍ତ୍ରୀମାନେ ବିଧାୟକଙ୍କ ଦାବିକୁ ଅଣଦେଖା କରୁଛନ୍ତି ବୋଲି ବୈଠକରେ କେତେଜଣ ବିଧାୟକ ମତ ରଖିଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ଗତ ବିଧାନସଭା ଅଧିବେଶନ ପୂର୍ବରୁ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକଙ୍କର ଏହି ଅସନ୍ତୋଷକୁ ପ୍ରଶମିତ କରିବା ନେଇ କୋର୍‌ କମିଟି ବୈଠକରେ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଦଳର ସାଙ୍ଗଠନିକ ନିର୍ବାଚନୀ ପ୍ରକ୍ରିୟା ନେଇ ଶୀର୍ଷ ନେତୃତ୍ୱ ଗୁରୁତ୍ୱ ଦେଉଛନ୍ତି। ଯଥାଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବ। ଆସନ୍ତା ୨୨ ତାରିଖରେ ଦଳର ରାଜ୍ୟ ସଭାପତି ନିର୍ବାଚନ ନେଇ ନାମାଙ୍କନ ଦାଖଲ କରାଯିବା କଥା ଶୁଣିବାକୁ ମିଳୁଛି। ଏହା ସମ୍ପୂର୍ଣ୍ଣ ଶୀର୍ଷ ନେତୃତ୍ୱଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି। ଏହି କୋର୍‌ କମିଟି ବୈଠକରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ ମଧ୍ୟ ଉପସ୍ଥିତ ଥିଲେ। ତେବେ ଦିଲ୍ଲୀ ନେତୃତ୍ୱ ଦଳର ରାଜ୍ୟ ସାଂଗଠନିକ ପ୍ରକ୍ରିୟାକୁ ସହଜ କରିବା ନିମନ୍ତେ ଚୁଘଙ୍କୁ ଦାୟିତ୍ୱ ଦେଇ ପଠାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri