Posted inଜାତୀୟ

ଭାଜପା ହେରଫେର କରିଛି ୧.୫ ଲକ୍ଷ କୋଟି: ପ୍ରିୟଙ୍କାଙ୍କ ଅଭିଯୋଗ…

ବେଙ୍ଗାଲୁରୁ,୨୫।୪ : କର୍ନାଟକ ନିର୍ବାଚନ ପାଇଁ ଏକ ମାସରୁ କମ ସମୟ ବାକି ଅଛି। ଏପରିସ୍ଥଳେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କର୍ନାଟକରେ ଭାଜପା ସରକାରଙ୍କ ଦ୍ୱାରା ବ୍ୟାପ ଦୁର୍ନୀତି କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରିୟଙ୍କାଙ୍କ ଅନୁଯାୟୀ ଭାଜପା ସରକାର ରାଜ୍ୟରୁ ୧.୫ ଲକ୍ଷ କୋଟି ଟଙ୍କା ହେରଫେର କରିଛନ୍ତି।

ଆସନ୍ତା ମେ ୧୦ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ କର୍ନାଟକରେ କ୍ଷମତାକୁ ଫେରିବ ଏବଂ ରାଜ୍ୟକୁ ପ୍ରଗତି ଆଡ଼କୁ ନେଇ ଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଭାଜପାକୁ କଡ଼ା ସମାଲୋଚନା କରି ସେ ଅଭିଯୋଗ ଆଣିଛନ୍ତି ,ଲଜ୍ଜାଜନକ ଭାବରେ ଆପଣ ରାଜ୍ୟର ୪୦ପ୍ରତିଶତ ସରକାରୀ କମିଶନ ଲୁଟ କରିଛନ୍ତି।

ବିଭିନ୍ନ ସ୍କାମ, କଣ୍ଟ୍ରାକ୍ଟରଙ୍କ ଆତ୍ମହତ୍ୟା ଏବଂ କଣ୍ଟ୍ରାକ୍ଟର ୟୁନିଅନ ଦ୍ୱାରା ଏହି ଘୋଟାଲାର ଖୁଲାସା କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ଚିଠି ବିଷୟରେ ପ୍ରିୟଙ୍କା ପ୍ରକାଶ କରିଛନ୍ତି। ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କାରଣ ଏଥିରେ ସମ୍ପୃକ୍ତ ଥିବା ଅନେକ ଲୋକ ଭାଜପା ସହ ଜଡିତ ଅଛନ୍ତି।

ଏମପିଙ୍କ ପୁଅଙ୍କ ଘରୁ ଆଠ କୋଟି ଟଙ୍କା ଜବତ କରାଯାଇଛି, କିନ୍ତୁ ଅନୁସନ୍ଧାନ କରିବା ପରିବର୍ତ୍ତେ ସେ ବାହାରେ ମୁକ୍ତ ଭାବରେ ବୁଲୁଛନ୍ତି। ଅମୁଲ ବନାମ ନନ୍ଦିନୀ ବ୍ରାଣ୍ଡ ଉପରେ ପ୍ରିୟଙ୍କା କହିଛନ୍ତି, କର୍ନାଟକର ’ନନ୍ଦିନୀ’ ବ୍ରାଣ୍ଡକୁ କଂଗ୍ରେସ ଦୃଢ଼ କରିବ ଏବଂ କୌଣସି ବାହ୍ୟର ସହାୟତା ଅଣାଯିବ ନାହିଁ।

ସୂଚନାଯୋଗ୍ୟ, କର୍ନାଟକର ଭାଜପା ବିଧାୟକ କେ.ମଦଲ ବିରୁପାକ୍ଷଙ୍କ ପୁଅ ପ୍ରଶାନ୍ତ ମଦଲଙ୍କ କାର୍ଯ୍ୟାଳୟ ଏବଂ ଘରେ ଚଢ଼ାଉ କରାଯାଇ ୮.୧୨ କୋଟି ଟଙ୍କା ଜବତ କରାଯାଇଥିଲା। ବିରୁପାକ୍ଷ ରାବଣଗେରେ ଅଞ୍ଚଳର ଚନ୍ନାଗିରି ବିଧାନସଭା ଆସନର ବିଧାୟକ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri