ନୂଆପଡ଼ା,୧୬।୮(ମକାରୁ ବେମାଲ): ନାମାଙ୍କନ ଭରିବେନି ଭାଜପା ପ୍ରାର୍ଥୀ ଜୟ ଢୋଲକିଆ। ଏନେଇ ଭାଜପାରୁ ଆସିଛି ବଡ଼ ଖବର। ଆଜି ନାମାଙ୍କନ ଭରିବେନି ଜୟ। ଏନେଇ ସୂଚନା ମିଳିଛି। ନୂଆପଡା ଉପ ନିର୍ବାଚନକୁ ନେଇ ତାରିଖ ଘୋଷଣା ପରଠାରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହାରି ଭିତରେ ଏହି ବଡ଼ ସୂଚନା ଆସି ପହଞ୍ଚିଛି। ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ନିଜର ନାମାଙ୍କନ ଭରିବେ । ଗତ ୧୧ ତାରିଖରେ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଭାଜପାରେ ସାମିଲ ହୋଇଥିଲେ ତେବେ ଚର୍ଚ୍ଚା ହେଉଥିଲା କି ସେ ଆଜି ନାମାଙ୍କନ ଭରିବେ। କିନ୍ତୁ ଭାଜପା ଏହାରି ଭିତରେ ନିଜର ପ୍ଲାନ ବଦଳେଇଛି।
ଉପ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ନାମାଙ୍କନ ବେଳେ ଉପସ୍ଥିତ ରହିବେ । ୪୦ ହଜାରରୁ ଊର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ନାମାଙ୍କନ ଭରିବେ ଜୟ ଢୋଲକିଆ । ନୂଆପଡ଼ାରେ ଭାଜପା ପକ୍ଷରୁ ବିଶାଳ ମିଶ୍ରଣ ପର୍ବ ହେବ । ଏଥିରେ ନୂଆପଡ଼ାର ଶହେରୁ ଅଧିକ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବିଭିନ୍ନ ଦଳ ଛାଡ଼ି ଭାଜପାରେ ସାମିଲ ହେବେ । ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ନୂଆପଡ଼ାରେ ପହଞ୍ଚି ସମସ୍ତ କାର୍ଯ୍ୟର ସୁପରିଚାଳନାର ବନ୍ଦୋବସ୍ତ କରୁଛନ୍ତି ।