ମହିଳା କାର୍ଡ ଖେଳିପାରେ ଭାଜପା

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେଣୁ ଉଭୟ ଦଳ ଆଗାମୀ ନିର୍ବାଚନଗୁଡ଼ିକ ପାଇଁ ସତର୍କ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି। ଏଭଳିସ୍ଥଳେ ଯାଜପୁର ଜିଲାରେ ଉଭୟ ଦଳର ନେତୃତ୍ୱ କାହା ଉପରେ ନ୍ୟସ୍ତ କରାଯିବ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଶେଷକରି ଭାଜପାରେ ୭ ବର୍ଷ ହେଲା ସଭାପତି ପଦବୀ ପରିବର୍ତ୍ତନ ହୋଇନାହିଁ। ନୂଆବର୍ଷରେ ଭାଜପା ଏଠାରେ ମହିଳା କାର୍ଡ ଖେଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଯାଜପୁର ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ତଥା ବ୍ଲକସ୍ତରରେ ଭାଜପା ସରକାରଙ୍କ ଆଶାନୁରୂପକ ପ୍ରଦର୍ଶନ ଏବେ ଜିଲାର ବହୁ ହେଭିଓ୍ବେଟ ବିଜେଡି ନେତାଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି।
ମାସେବ୍ୟାପୀ ଚାଲିଥିବା ଭାଜପା ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଣ୍ଡଳ ଅନୁସାରେ ସଭାପତି ଚୟନ ସ୍ଥିର ହୋଇସାରିଛି ବୋଲି ସୂଚନା ମିଳିଛି। ତେଣୁ ଜିଲା ସଭାପତି ନିର୍ବାଚନ ଚଳିତ ମାସ ଶେଷ ସୁଦ୍ଧା କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଗୌତମ ରାୟ ଜିଲା ଭାଜପା ସଭାପତି ଅଛନ୍ତି। ସେ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ୨୦୦୪ରେ ହାରିଥିବାବେଳେ ଯାଜପୁର ବିଧାନସଭା ଆସନରୁ ସେ ଭାଜପା ପ୍ରାର୍ଥୀ ହୋଇ ୨୦୦୯, ୨୦୧୯ ଓ ୨୦୨୪ରେ ପରାଜିତ ହୋଇଛନ୍ତି। ୨୦୧୪ରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ଏହାପରେ ୨୦୧୭ରେ ଆଶୁତୋଷ ପରିଡ଼ାଙ୍କ ସ୍ଥାନରେ ଭାଜପା ଗୌତମଙ୍କୁ ଜିଲା ନେତୃତ୍ୱ ଭାର ଦେଇଥିଲା। ୨ ବର୍ଷ ଧରି ତାଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ୨୦୧୯ରେ ସାମ୍ବିଧାନିକ ପ୍ରକ୍ରିୟାରେ ସେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେଣୁ ତାଙ୍କ ସମର୍ଥକମାନେ ତାଙ୍କୁ ପୁଣିଥରେ ସଭାପତି ଭାବେ ଅବସ୍ଥାପିତ କରିବାକୁ ଲାଗି ପଡ଼ିଛନ୍ତି। ତେବେ ଯଦି ସାମ୍ବିଧାନିକ ପ୍ରକ୍ରିୟାରେ ଯଦି ସଭାପତି ନିର୍ବାଚନ କରାଯାଏ, ତେବେ ଗୌତମଙ୍କ ପାଳି ପୁଣି ପଡ଼ିବା ସମ୍ଭାବନା କମ୍‌ ବୋଲି କୁହାଯାଉଛି। କାରଣ ଗୌତମଙ୍କ ବୟସ ୬୦ ଟପିଲାଣି। ଏହାସହ ଯଦି ଗୌତମଙ୍କ ରାଜନୈତିକ କ୍ୟାରିୟରକୁ ଦୃଷ୍ଟି ଦିଆଯାଏ, ତେବେ ସେ ଅଭିଜ୍ଞ ହୋଇଥିଲେ ବି ନିର୍ବାଚନ ରାଜନୀତିରେ ବାରମ୍ବାର ବିଫଳ ହୋଇଛନ୍ତି। ୨୦୨୪ ନିର୍ବାଚନରେ ଭାଜପା ସପକ୍ଷରେ ହାଓ୍ବା ଜୋର ରହିଥିବା ସତ୍ତ୍ୱେ ସେ ବିଜେଡି ପ୍ରାର୍ଥିନୀ ସୁଜାତା ସାହୁଙ୍କଠାରୁ ହାରିଯାଇଥିଲେ। ହେଲେ ଗୌତମଙ୍କ ପାଇଁ ତାଙ୍କ ସମର୍ଥକମାନେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଡେରା ପକାଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷେ ଗୌତମଙ୍କ ସ୍ଥାନ ନେବାକୁ ପୂର୍ବତନ ସଭାପତି ଆଶୁତୋଷ ପରିଡା, ପବିତ୍ର ଦାସ, ଜଗନ୍ନାଥ ସାମଲଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଏହାସହ ସର୍ବେଶ୍ୱର ବେହୁରା, ସୁଦୀପ୍ତ ପଣ୍ଡା, ସୁରଜମଲ ସାମଲ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସୁଛି। ଅନ୍ୟପକ୍ଷେ ଦଳ ଯଦି ମହିଳା କାର୍ଡ ଖେଳିବ, ତେବେ ନିକଟରେ ବିଜେଡି ଛାଡି ଭାଜପାରେ ମିଶିଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ନାମ ଆଗରେ ରହିବ। ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା। ତେଣୁ ଉଭୟ ପନତ୍ୀପତିଙ୍କୁ ଭାଜପା ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି। ସେହିପରି ବିଞ୍ଝାରପୁର ଆସନର ପ୍ରାର୍ଥୀ ତଥା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ନାମ ମଧ୍ୟ ଚର୍ଚ୍ଚା ପରିସରକୁ ଆସୁଛି। ଯାଜପୁର ଜିଲାରେ ବରୀ ନିର୍ବାଚନମଣ୍ଡଳୀକୁ ବାଦ ଦେଲେ ଅନ୍ୟ ୬ ବିଧାନସଭା ଆସନରେ ହାରଜିତ ବ୍ୟବଧାନ ୧୦ ହଜାର ଭୋଟ ଭିତରେ ରହିଛି। ତେଣୁ ଭାଜପା ପଞ୍ଚାୟତସ୍ତରର ନେତାଙ୍କୁ ସଜାଡ଼ି ଏବଂ ନୂତନ ନେତୃତ୍ୱଙ୍କୁ ଅଗ୍ରାଧିକାର ଦେଲେ ଦଳ ପାଇଁ ସହାୟକ ହୋଇପାରେ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏ ସଂକ୍ରାନ୍ତରେ ଭାଜପା ଜିଲା ସଭାପତି ଗୌତମ ରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ସେ କେବେ ସଭାପତି ପଦବୀ ରେସ୍‌ରେ ନ ଥିଲେ, ଏବେ ବି ନାହାନ୍ତି। ଦଳ ନେତୃବର୍ଗ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ସାଦରେ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri