ମହିଳା କାର୍ଡ ଖେଳିପାରେ ଭାଜପା

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେଣୁ ଉଭୟ ଦଳ ଆଗାମୀ ନିର୍ବାଚନଗୁଡ଼ିକ ପାଇଁ ସତର୍କ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି। ଏଭଳିସ୍ଥଳେ ଯାଜପୁର ଜିଲାରେ ଉଭୟ ଦଳର ନେତୃତ୍ୱ କାହା ଉପରେ ନ୍ୟସ୍ତ କରାଯିବ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଶେଷକରି ଭାଜପାରେ ୭ ବର୍ଷ ହେଲା ସଭାପତି ପଦବୀ ପରିବର୍ତ୍ତନ ହୋଇନାହିଁ। ନୂଆବର୍ଷରେ ଭାଜପା ଏଠାରେ ମହିଳା କାର୍ଡ ଖେଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଯାଜପୁର ଜିଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ତଥା ବ୍ଲକସ୍ତରରେ ଭାଜପା ସରକାରଙ୍କ ଆଶାନୁରୂପକ ପ୍ରଦର୍ଶନ ଏବେ ଜିଲାର ବହୁ ହେଭିଓ୍ବେଟ ବିଜେଡି ନେତାଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି।
ମାସେବ୍ୟାପୀ ଚାଲିଥିବା ଭାଜପା ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଣ୍ଡଳ ଅନୁସାରେ ସଭାପତି ଚୟନ ସ୍ଥିର ହୋଇସାରିଛି ବୋଲି ସୂଚନା ମିଳିଛି। ତେଣୁ ଜିଲା ସଭାପତି ନିର୍ବାଚନ ଚଳିତ ମାସ ଶେଷ ସୁଦ୍ଧା କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଗୌତମ ରାୟ ଜିଲା ଭାଜପା ସଭାପତି ଅଛନ୍ତି। ସେ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ୨୦୦୪ରେ ହାରିଥିବାବେଳେ ଯାଜପୁର ବିଧାନସଭା ଆସନରୁ ସେ ଭାଜପା ପ୍ରାର୍ଥୀ ହୋଇ ୨୦୦୯, ୨୦୧୯ ଓ ୨୦୨୪ରେ ପରାଜିତ ହୋଇଛନ୍ତି। ୨୦୧୪ରେ ସେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ। ଏହାପରେ ୨୦୧୭ରେ ଆଶୁତୋଷ ପରିଡ଼ାଙ୍କ ସ୍ଥାନରେ ଭାଜପା ଗୌତମଙ୍କୁ ଜିଲା ନେତୃତ୍ୱ ଭାର ଦେଇଥିଲା। ୨ ବର୍ଷ ଧରି ତାଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ୨୦୧୯ରେ ସାମ୍ବିଧାନିକ ପ୍ରକ୍ରିୟାରେ ସେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେଣୁ ତାଙ୍କ ସମର୍ଥକମାନେ ତାଙ୍କୁ ପୁଣିଥରେ ସଭାପତି ଭାବେ ଅବସ୍ଥାପିତ କରିବାକୁ ଲାଗି ପଡ଼ିଛନ୍ତି। ତେବେ ଯଦି ସାମ୍ବିଧାନିକ ପ୍ରକ୍ରିୟାରେ ଯଦି ସଭାପତି ନିର୍ବାଚନ କରାଯାଏ, ତେବେ ଗୌତମଙ୍କ ପାଳି ପୁଣି ପଡ଼ିବା ସମ୍ଭାବନା କମ୍‌ ବୋଲି କୁହାଯାଉଛି। କାରଣ ଗୌତମଙ୍କ ବୟସ ୬୦ ଟପିଲାଣି। ଏହାସହ ଯଦି ଗୌତମଙ୍କ ରାଜନୈତିକ କ୍ୟାରିୟରକୁ ଦୃଷ୍ଟି ଦିଆଯାଏ, ତେବେ ସେ ଅଭିଜ୍ଞ ହୋଇଥିଲେ ବି ନିର୍ବାଚନ ରାଜନୀତିରେ ବାରମ୍ବାର ବିଫଳ ହୋଇଛନ୍ତି। ୨୦୨୪ ନିର୍ବାଚନରେ ଭାଜପା ସପକ୍ଷରେ ହାଓ୍ବା ଜୋର ରହିଥିବା ସତ୍ତ୍ୱେ ସେ ବିଜେଡି ପ୍ରାର୍ଥିନୀ ସୁଜାତା ସାହୁଙ୍କଠାରୁ ହାରିଯାଇଥିଲେ। ହେଲେ ଗୌତମଙ୍କ ପାଇଁ ତାଙ୍କ ସମର୍ଥକମାନେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଡେରା ପକାଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷେ ଗୌତମଙ୍କ ସ୍ଥାନ ନେବାକୁ ପୂର୍ବତନ ସଭାପତି ଆଶୁତୋଷ ପରିଡା, ପବିତ୍ର ଦାସ, ଜଗନ୍ନାଥ ସାମଲଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଏହାସହ ସର୍ବେଶ୍ୱର ବେହୁରା, ସୁଦୀପ୍ତ ପଣ୍ଡା, ସୁରଜମଲ ସାମଲ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସୁଛି। ଅନ୍ୟପକ୍ଷେ ଦଳ ଯଦି ମହିଳା କାର୍ଡ ଖେଳିବ, ତେବେ ନିକଟରେ ବିଜେଡି ଛାଡି ଭାଜପାରେ ମିଶିଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ନାମ ଆଗରେ ରହିବ। ସୁନନ୍ଦାଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା। ତେଣୁ ଉଭୟ ପନତ୍ୀପତିଙ୍କୁ ଭାଜପା ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି। ସେହିପରି ବିଞ୍ଝାରପୁର ଆସନର ପ୍ରାର୍ଥୀ ତଥା ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ନାମ ମଧ୍ୟ ଚର୍ଚ୍ଚା ପରିସରକୁ ଆସୁଛି। ଯାଜପୁର ଜିଲାରେ ବରୀ ନିର୍ବାଚନମଣ୍ଡଳୀକୁ ବାଦ ଦେଲେ ଅନ୍ୟ ୬ ବିଧାନସଭା ଆସନରେ ହାରଜିତ ବ୍ୟବଧାନ ୧୦ ହଜାର ଭୋଟ ଭିତରେ ରହିଛି। ତେଣୁ ଭାଜପା ପଞ୍ଚାୟତସ୍ତରର ନେତାଙ୍କୁ ସଜାଡ଼ି ଏବଂ ନୂତନ ନେତୃତ୍ୱଙ୍କୁ ଅଗ୍ରାଧିକାର ଦେଲେ ଦଳ ପାଇଁ ସହାୟକ ହୋଇପାରେ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏ ସଂକ୍ରାନ୍ତରେ ଭାଜପା ଜିଲା ସଭାପତି ଗୌତମ ରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ସେ କେବେ ସଭାପତି ପଦବୀ ରେସ୍‌ରେ ନ ଥିଲେ, ଏବେ ବି ନାହାନ୍ତି। ଦଳ ନେତୃବର୍ଗ ଯାହା ନିଷ୍ପତ୍ତି ନେବେ ତାହାକୁ ସେ ସାଦରେ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri