ଭାଜପା-ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଜାମକୁ ନେଇ ବୁଧବାର ସନ୍ଧ୍ୟାରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ମାର୍‌ପିଟ୍‌ ହେବାରୁ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ଏହାକୁ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଶତାଧିକ ବିଜେଡି କର୍ମୀ ଟାଉନ ଥାନାରେ ପହଞ୍ଚିଥିବା ବେଳେ ଥାନା ପରିସରରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଥାନାରେ ଭାଜପା ନେତା ଓ ସମର୍ଥକମାନେ ଖବର ପାଇ ପହଞ୍ଚିଥିବା ଜଣାପଡିଛି। ଫଳରେ ଟାଉନ ଥାନାରେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଘଟଣାରୁ ଜଣାପଡ଼ିଛି ଯେ, ଆଜି ସନ୍ଧ୍ୟାରେ କେନ୍ଦୁଝର ମାଇନିଂ ରୋଡ୍‌ର କୃଷକ ବଜାର ନିକଟରେ ଗାଡ଼ି ପାର୍କିଂ ଯୋଗୁ ରାସ୍ତା ଜାମ ହୋଇଥିଲା। ଏହାକୁ ନେଇ ଭାଜପାର ଜଣେ ନେତା ଓ ବିଜେଡିର ଜଣେ ନେତାଙ୍କ ଭାଇ ମଧ୍ୟରେ ବିତର୍କ ହୋଇଥିଲା। ଏହି ବିତର୍କ ଉଗ୍ର ରୂପ ନେଇଥିଲା। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦଳର କେତେକଙ୍କୁ ଥାନାକୁ ଆଣି ଆସିଥିଲେ। ଖବର ପାଇ ଉଭୟ ଦଳର ସମର୍ଥକମାନେ ଥାନାରେ ପହଞ୍ଚି ନ୍ୟାୟ ଦାବି କରିଥିଲେ। ରାତି ପର୍ଯ୍ୟନ୍ତ ପୋଲିସ ଉଭୟ ଦଳର ନେତାଙ୍କ ସହିତ ଆଲୋଚନା ଜାରି ରଖିଥିବା ବେଳେ ଘଟଣାର ମୋଡ଼ କ’ଣ ହେବ ତାହା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର, ୨୧ା୧: ଚାଳିତମାସରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ। ପ୍ରଧାନମନ୍ତ୍ରୀ ପୂର୍ବାହ୍ନ...

ଜଙ୍ଗଲରୁ ମୃତ ଶରୀର ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋରଡା, ୨୧ା୧ (ରଜନୀ ମହାପାତ୍ର): ସୋରଡା ବଡଗଡ ଥାନା ଇଲାକାରେ ପୁଣି ଠାରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ବଡଗଡ ଥାନା ଅନ୍ତରଗତ ଓରା...

ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ମିଳିବ ୫ଲକ୍ଷ ଟଙ୍କା…

ଭୁବନେଶ୍ୱର,୨୧।୧: ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ...

ପାଚକ,ପାଚିକା ମାନଙ୍କ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୧.୧୨ ଲକ୍ଷ କର୍ମଚାରୀ

ଭୁବନେଶ୍ୱର, ୨୧ା୧: ପି.ଏମ ପୋଷଣ ଯୋଜନାରେ (ମଧ୍ୟାହ୍ନ ଭୋଜନ) କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ, ପାଚିକା ମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ...

ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ: ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରଚେଷ୍ଟାରେ ମେଡିକାଲ ପହଞ୍ଚିଲେ

ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା...

ନବଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଲା ସାଂଘାତିକ କଥା, ନବ ଜୀବିତ ଥିଲେ…

ଭୁବନେଶ୍ୱର,୨୧।୧: ନବ ଦାସ ହତ୍ୟାକାଣ୍ଡକୁ ନେଇ ଏବେ ରାଜ୍ୟ ରାଜନୀତି ଏବେ ଜୋର ଧରିଛି। ବର୍ତ୍ତମାନ ନବଙ୍କର ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଭିନ୍ନ ଭିନ୍ନ ମିଳିଛି।...

ଦେହ ବ୍ୟବସାୟ ଘଟଣାର ପର୍ଦ୍ଦାଫାଶ: କାମ ଦେବା ବାହାନାରେ ଦେହ ବ୍ୟବସାୟରେ ଲଗାଉଥିଲେ

କେନ୍ଦୁଝର,୨୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରୁ ଜଣେ ୧୬ ବର୍ଷ ବୟସ୍କା ପିତୃମାତୃହୀନ ନାବାଳିକାଙ୍କୁ ଭୁବନେଶ୍ୱର ଚାଲାଣ କରି ଦେହ ବ୍ୟବସାୟରେ ଲଗାଯାଇଥିଲା।...

ଫେବୃଆରୀ ୧୩ରୁ ବଜେଟ ଅଧିବେଶନ

ଭୁବନେଶ୍ୱର, ୨୧।୧: ଫେବୃଆରୀ ୧୩ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ୧୭ ରେ ବଜେଟ ଉପସ୍ଥାପନ ହେବ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇ ଅଧିବେଶନ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri