ରାଜ୍ୟ ଉପସଭାପତି ଘୋଷଣା କଲା ଭାଜପା, ଭବେନ୍ଦ୍ର ପଣ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): ଭାଜପା ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ ଅନୁମୋଦନ କ୍ରମେ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ୧୦ ଜଣ ବରିଷ୍ଠ ନେତାଙ୍କୁ ରାଜ୍ୟ ଉପସଭାପତି ଭାବେ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ କଳାହାଣ୍ଡି ଜିଲାରୁ ପୂର୍ବତନ ଜିଲା ସଭାପତି ତଥା ବରିଷ୍ଠ ନେତା ଭବେନ୍ଦ୍ର ପଣ୍ଡାଙ୍କ ନାମ ରହିଛି। ରାଜ୍ୟ ସଭାପତି ସାମଲ ଭବେନ୍ଦ୍ର ପଣ୍ଡାଙ୍କୁ ରାଜ୍ୟ ଉପସଭାପତି ଭାବେ ଅନୁମୋଦନ କରିଥିବାରୁ କଳାହାଣ୍ଡି ଜିଲା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

 

Dharitri – The Largest & Most Trusted Odia Daily

Share