ଭୁବନେଶ୍ୱର,୨୫।୧:ରାଜ୍ୟ ଭାଜପାରେ ବଡ଼ ହଳଚଲ। ୧୯ଟି ସାଂଗଠନିକ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି ଦଳ । ଜିଲା ସଭାପତିଙ୍କ ନାଁ ଘୋଷଣା ସହ ଫିଟିଛି ରାଜ୍ୟ ସଭାପତି ର୍ନିବାଚନ ପାଇଁ ବାଟ । ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଗ୍ରାଉଣ୍ଡରେ ପହଞ୍ଚାଇବା ଏବଂ ସଂଗଠନ ଓ ସରକାର ମଧ୍ୟରେ ସମନୱୟ ରକ୍ଷା କରି ଦଳକୁ ଆଗକୁ ବଢ଼ାଇବା ସହିତ ପଞ୍ଚାୟତ ଦଖଲ ନୂଆ ସଭାପତିମାନଙ୍କ ଗୁରୁ ଦାୟିତ୍ବ ହେବ ବୋଲି ଦଳ କହିଛି ।
ଶନିବାର ୧୬ରୁ ଅଧିକ ଜିଲାର ସଭାପତିଙ୍କ ନାଁ ଘୋଷଣା ହୋଇସରିଛି । ଗଞ୍ଜାମରୁ ସରୋଜ ସାବତ, ବଲାଙ୍ଗିରରୁ ଶ୍ରୀବତ୍ସ ବେହେରା, ଢେଙ୍କାନାଳରୁ: ରାସ ବିହାରୀ ବେହେରା ହୋଇଛନ୍ତି ଜିଲ୍ଲା ବିଜେପି ସଭାପତି । ସେହିପରି ସୁନ୍ଦରଗଡରୁ ଗିରିଶ ସାହୁ, କେନ୍ଦ୍ରାପଡ଼ାରୁ ଶଶାଙ୍କ ଶେଖର ସେଠୀ, ବାଲେଶ୍ବରରୁ ଈଶ୍ୱର ଚନ୍ଦ୍ର ବେହେରା ଜିଲ୍ଲା ସଭାପତି ମନୋନୀତ ହୋଇଛନ୍ତି । କଟକ ପାଇଁ ସୁକାନ୍ତ ବିଶ୍ଵାଳ, ପୁରୀ ପାଇଁ ଦେବେନ୍ଦ୍ର ନାଥ ତରାଇ, କଳାହାଣ୍ଡି ପାଇଁ ଯୁଗଳ ପୋଢ଼, ବରଗଡ଼ ପାଇଁ ଅରୁପାନନ୍ଦ ସାହୁଙ୍କୁ ଜିଲ୍ଲା ସଭାପତି କରିଛି ବିଜେପି । ସେହିପରି ଜଗତସିଂହପୁରରେ ପ୍ରତାପ ମିଶ୍ର, ନବରଙ୍ଗପୁରରେ କୁଞ୍ଜବିହାରୀ ଦାସ, ଗଞ୍ଜାମ ଆସିକାରୁ ବିଜୟ ସ୍ବାଇଁ ଜିଲ୍ଲା ସଭାପତି ମନୋନୀତ ହୋଇଛନ୍ତି । ଦେବଗଡ଼ରୁ ଅରୁଣ କୁମାର ସାହୁ, ପଶ୍ଚିମ ମୟୂରଭଞ୍ଜ ପାଇଁ ଜୁରୀଲାଲ ମହନ୍ତ ଏବଂ ଘୁମୁସର ପାଇଁ ନୀଳମାଧବ ପାତ୍ର ହୋଇଛନ୍ତି ଭାଜପା ଜିଲା ସାଂଗଠନିକ ସଭାପତି ।