ପକ୍କାଘର ଆବଣ୍ଟନକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜ୍ୟରେ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ପ୍ରାୟ ତିନି ବର୍ଷ କାଳ ରାଜ୍ୟ ସରକାର କେନ୍ଦ୍ର ନିକଟରେ ବାରମ୍ବାର ଦାବିକରି ଆସୁଥିଲେ। ଶେଷରେ କେନ୍ଦ୍ର ସରକାର ରାଜ୍ୟର ଦାବିକୁ ମାନି ନେଇଛନ୍ତି। ରାଜ୍ୟର ପ୍ରାୟ ସାଢ଼େ ୯ ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇବେ। ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ହିତାଧିକାରୀ ଏବଂ ଫନି ପାଇଁ ସ୍ବତନ୍ତ୍ର ଭାବେ ୧ ଲକ୍ଷ ୧୭ ହଜାର ହିତାଧିକାରୀଙ୍କୁ ଘର ଦେବାକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି। ତେବେ କେଉଁ ଆଧାରରେ ହିତାଧିକାରୀ ଚୟନ ହେବେ ସେ ନେଇ ବିଜେଡି- ଭାଜପା ମୁହଁାମୁହିଁ ହୋଇଛନ୍ତି।
ଆସନ୍ତା ୧୬ରୁ ୨୪ ତାରିଖ ଭିତରେ ପ୍ରତି ଗ୍ରାମପଞ୍ଚାୟତ, ସ୍କୁଲ୍‌, ଅଙ୍ଗନୱାଡି ସେଣ୍ଟର ଓ ପ୍ରମୁଖ ସ୍ଥାନଗୁଡ଼ିକରେ ଚିଠା ତାଲିକା ଲଗାଯିବ। କାହାର କିଛି ଆପତ୍ତି ଥିଲେ ସେମାନେ ଏ ସମ୍ପର୍କରେ ଅଭିଯୋଗ ବାକ୍ସରେ ପକାଇ ପାରିବେ। ପ୍ରତି ପଞ୍ଚାୟତ ପାଇଁ ୩ ଜଣିଆ କମିଟି ଏସବୁ କାର୍ଯ୍ୟକୁ ତଦାରଖ କରିବ। ତେବେ ଆପତ୍ତି ଅଭିଯୋଗ ଉପରେ ସ୍ବତନ୍ତ୍ର ଭାବେ ଗ୍ରାମସଭା ବସି ହିତାଧିକାରୀଙ୍କ ତାଲିକା ଚୂଡ଼ାନ୍ତ ହେବା ପରେ କାର୍ଯ୍ୟାଦେଶ ଦିଆଯିବ। ଅନ୍ୟପଟେ ଭାଜପା ଚେତାବନୀ ଦେଇଛି ଯେ ଯଦି ଏଥର ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ ତେବେ ବ୍ଲକ୍‌ ଅଫିସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଦିଆଯିବ।
ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ନଭେମ୍ବର ୨୦ ତାରିଖରୁ ପକ୍କାଘର ଦେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ମରାଯିବା କଥା । ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ବିଳମ୍ବ କରିଛନ୍ତି। ସୋମବାରଠାରୁ ଏହି ତାଲିକା ମାରିବାକୁ ଏବେ ପଦକ୍ଷେପ ନେଇଛନ୍ତି। ଏହି ତାଲିକାରେ ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ପକ୍କାଘର ପାଉଛନ୍ତି ଓ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ୁଛନ୍ତି ତେବେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ। ସବୁ ବ୍ଲକ୍‌ ଅଫିସକୁ ତାଲା ପକାଇ ଦିଆଯିବ ବୋଲି ସେ କହିଛନ୍ତି।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ପକ୍କାଘର କାର୍ଯ୍ୟାଦେଶ ବଣ୍ଟନରେ ସରକାର ସ୍ବଚ୍ଛତା ରକ୍ଷା କରିବା ନିମନ୍ତେ ଗାଇଡ୍‌ଲାଇନ୍‌ କରିଛନ୍ତି। ମାତ୍ର ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାର ପକ୍କାଘର କାର୍ଯ୍ୟାଦେଶ ଦେବା ନିମନ୍ତେ ବିଭାଗୀୟ ୱେବ୍‌ସାଇଟ ଖୋଲୁନାହାନ୍ତି। କିନ୍ତୁ ଆମେ ଦେଇଦେଲୁ କହୁଛନ୍ତି। ଯେମିତି ଚାଉଳକୁ ନେଇ ରାଜନୀତି କରାଯାଉଛି, ଠିକ୍‌ ସେମିତି ପକ୍କାଘର ପ୍ରଦାନକୁ ନେଇ କେନ୍ଦ୍ର ସରକାର ଅଯଥା ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri