ବାଚସ୍ପତିଙ୍କୁ ବିଜେଡିର ବ୍ୟବହାର ଲଜ୍ଜାଜନକ: ଏଶ୍ୱର୍ଯ୍ୟା

ଭୁବନେଶ୍ୱର, ୨୪।୮(ସୁନିତ୍‌ ମିଶ୍ର): ବିଧାନସଭାରେ ବାଚସ୍ପତିଙ୍କୁ ବିଜେଡି ବିଧାୟକଙ୍କ ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ମହିଳା ବାଚସ୍ପତିଙ୍କୁ ସର୍ବାଧିକ ସମ୍ମାନ ଦେବା ବଦଳରେ ବିରୋଧୀ ଦଳର ଏପରି ବ୍ୟବହାର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ମହିଳାଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର। ଗତ ୨୪ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅପରାଧ ସୀମା ଲଙ୍ଘିଥିଲା। ବିଜେଡି ସରକାର ସମୟରେ ମହିଳାଙ୍କ ପ୍ରତି ଯେଉଁଭଳି ଅପରାଧ ହୋଇଥିଲା, ବୋଧହୁଏ ଅନ୍ୟ କୌଣସି ରାଜ୍ୟରେ ସେପରି ହୋଇ ନ ଥିଲା। ଏହି ସରକାର ସମୟରେ ସାଇବର କ୍ରାଇମଠାରୁ ଆରମ୍ଭକରି ଅନ୍ୟାନ୍ୟ ମହିଳା ବିରୋଧୀ ଆପରାଧିକ କାର୍ଯ୍ୟକଳାପରେ ଓଡ଼ିଶା ୧ନମ୍ବର ଥିଲା। ବିଜେଡି ସବୁବେଳେ ମହିଳାଙ୍କୁ ଅସମ୍ମାନ କରିଛି। ସେଥିପାଇଁ ଲୋକେ ତାଙ୍କୁ ଜବାବ ଦେଇଛନ୍ତି ବୋଲି ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଐଶ୍ୱର୍ଯ୍ୟା କହିଛନ୍ତି, ଗତ ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାକୁ ବିଜେଡି ନିଜର ଜାଗିର ବୋଲି ଭାବୁଥିଲା। କ୍ଷମତାଚ୍ୟୁତ ହେବା ପରେ ଦଳ ତାକୁ ସହଜରେ ଗ୍ରହଣ କରି ନ ପାରି ଗୃହରେ ନିଜର ହତାଶାଭାବ ପ୍ରଦର୍ଶିତ କରିଛି। ମହିଳାଙ୍କୁ ଅସମ୍ମାନ କରିବା ସେମାନଙ୍କ ସ୍ବଭାବ ହୋଇଥିବାରୁ ବର୍ତ୍ତମାନ ମହିଳା ବାଚସ୍ପତିଙ୍କୁ ମାଡ଼ମାରିବା ପାଇଁ ବିଜେଡି ବିଧାୟକମାନେ ପୋଡିୟମ ଉପରକୁ ଚଢ଼ି ଆସିଥିଲେ। ସଭ୍ୟ ସମାଜରେ ଏଭଳି ବ୍ୟବହାରକୁ ସହଜରେ ଗ୍ରହଣ କରାଯାଇ ନ ପାରେ। ବିଧାନସଭା ଭିତରେ ମହିଳା ବାଚସ୍ପତିଙ୍କୁ ସମ୍ମାନ ଦେଉ ନ ଥିବା ଦଳ ନିଜ ବିଧାନସଭା କ୍ଷେତ୍ରରେ ମହିଳାଙ୍କୁ କିପରି ସମ୍ମାନ ଦେଉଥିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାକୁ ଭାଜପା ତୀବ୍ର ନିନ୍ଦା କରୁଛି। ମହିଳାଙ୍କୁ ଏପରି ଲଜ୍ଜାଜନକ ବ୍ୟବହାର କରିଥିବାରୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ ବୋଲି ଏଶ୍ୱର୍ଯ୍ୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri