ବିଜେଡିର ବଡ଼ ସମସ୍ୟା: ଭାଗନେବା ନା ନେବାନି

ଭୁବନେଶ୍ୱର, ୨୪।୯(ସୁନିତ୍‌ ମିଶ୍ର): ବିଧାନସଭାରେ ବିଜେଡି ବିଭିନ୍ନ ପ୍ରସଙ୍ଗ ଉଠାଇ ବାରମ୍ବାର ପ୍ରତିବାଦ କରୁଛି। ସେଥିଲାଗି ଅନେକ ବିଷୟରେ ଆଲୋଚନା କରିବାରେ ବିରୋଧୀ ଦଳର ସଦସ୍ୟମାନେ ସକ୍ଷମ ହୋଇପାରୁ ନାହାନ୍ତି। ଏହାକୁ ନେଇ ବିଧାୟକ ଦଳ ଭିତରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଛି। ସରକାରଙ୍କୁ ଘେରିବାକୁ ହେଲେ ଗୃହରେ ଆଲୋଚନା କରିବା ନିହାତି ଦରକାର ବୋଲି କେତେଜଣ ସଦସ୍ୟ କହୁଥିବା ବେଳେ ଆଉ କେତେଜଣ ଏହାକୁ ମନା କରୁଛନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଗୃହରେ ବିନା ବିରୋଧୀରେ ସରକାର ଜିଏସ୍‌ଟି ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ନେଇ ଆଣିଥିବା ସଂକଳ୍ପ ପାରିତ କରିଛନ୍ତି। ସେହିପରି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ୨୦୨୫ ବିଲ୍‌ ମଧ୍ୟ ଗୃହରେ ପାରିତ ହୋଇଥିଲା। ଏହିସବୁ ଗୃହରେ ପାସ୍‌ ହେବା ସମୟରେ ବିଜେଡି ବିଧାୟକମାନେ ବିରୋଧୀ ଦଳ ନେତାଙ୍କ ପ୍ରକୋଷ୍ଠରେ ବୈଠକ କରିଥିଲେ। ବୈଠକରେ ହିଁ ଗୃହରେ ଆଲୋଚନା କରିବା ଏବଂ ଏଥିରେ ଭାଗନେବା ଓ ନ ନେବା ଉପରେ ଯୁକ୍ତିତର୍କ ଚାଲିଥିଲା। ଦଳର କେତେଜଣ ବରିଷ୍ଠ ନେତା ଗୃହକାର୍ଯ୍ୟରେ ଭାଗ ନ ନେବା ଅର୍ଥ ପରୋକ୍ଷରେ ସରକାରୀ ଦଳକୁ ସହଯୋଗ କରୁଛେ ବୋଲି ରାଜ୍ୟବାସୀଙ୍କ ପାଖକୁ ବାର୍ତ୍ତା ଯାଉଥିବା କହିଥିଲେ। ଆହୁରି ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି, ଗତ ୧୮ ତାରିଖରେ ଆରମ୍ଭ ହୋଇଥିବା ଅଧିବେଶନ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ୍‌ ୭ ଦିନିଆ ଅଧିବେଶନରୁ ୫ ଦିନ ସରିଗଲାଣି। ଏହା ଭିତରେ ଆମେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ ସାରିଲେଣି ପରୋକ୍ଷରେ ଆମ କାର୍ଯ୍ୟକଳାପ ସରକାରଙ୍କୁ ସୁହାଉଛି। ଆମେ ଯଦି ଆଲୋଚନାରେ ଭାଗ ନ ନେବା ତେବେ ସରକାରଙ୍କର ଏଥିରେ କ୍ଷତି କୋଉଠି ଅଛି। ସଂଖ୍ୟା ସେମାନଙ୍କର ରହିଛି, ବିନା ବିରୋଧୀରେ ସେମାନେ ସବୁ ପାସ୍‌ କରିଦେଇପାରିବେ। ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌ ୨୦୨୫ ଉପରେ ଆଲୋଚନା ହେବା ବେଳେ ଏଥିରେ ଭାଗନେବା ଦରକାର। ସେହିପରି ବହୁଚର୍ଚ୍ଚିତ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା ଗୃହରେ ଆଲୋଚନାହେବା ଦରକାର ବୋଲି କେତେଜଣ କହିଥିଲେ। କାରଣ ଏହାର ଅନେକ କଥା ଲୋକଲୋଚନକୁ ଆସିବା ଦରକାର। ସେହିପରି ପ୍ରଥମ ଏବଂ ୨ଥର ବିଧାୟକ ଯେଉଁମାନେ ହୋଇଛନ୍ତି ସେମାନେ ମଧ୍ୟ ଆଲୋଚନାରେ ଭାଗନେବା ଦରକାର ବୋଲି କହିଥିଲେ। ଏହାକୁ ଅନ୍ୟ କେତେଜଣ ବରିଷ୍ଠ ନେତା ମଧ୍ୟ ସମର୍ଥନ ଜଣାଇଥିଲେ। ହେଲେ ଦଳର ଆଢୁଆଳରେ ରହି ନିଜର କ୍ଷମତା ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଇଙ୍ଗିତରେ ବିଧାନସଭାରେ ଆଲୋଚନା ନ କରି ଏଥିରୁ ଦୂରେଇରହିବା ଦରକାର ବୋଲି କେତେଜଣ ଯୁକ୍ତି ରଖିଥିଲେ। ଫଳରେ ବିଜେଡି ଆଲୋଚନା କରିବ ନା ନାହିଁ କିଛି ନିଷ୍ପତ୍ତି ହୋଇପାରି ନ ଥିବାରୁ ବିଧାୟକମାନେ ଶେଷରେ ଉଠି ଚାଲିଯାଇଥିଲେ। ଅନ୍ୟ ଜଣେ ବିଧାୟକ କହିଛନ୍ତି, ବିଧାୟକ ଦଳର ନିଷ୍ପତ୍ତି ନେବାକୁ ଗଠନ ହୋଇଥିବା ୧୦ ଜଣିଆ କମିଟି ନାଁକୁ ମାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?