ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଭବାନୀପାଟଣା ବିଧାନସଭା ଆସନରୁ ଭାଜପା ତା’ର ସିଟିଂ ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କୁ ପୁଣି ଟିକେଟ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ତା’ର ପୂର୍ବ ପ୍ରାର୍ଥୀଙ୍କୁ ରିପିଟ୍‌ କରିଛି। ଭକ୍ତଚରଣ ଦାସଙ୍କ ପୁଅ ସାଗର ଚରଣ ଦାସ ପୁଣିଥରେ ଟିକେଟ ପାଇଛନ୍ତି। ହେଲେ ବିଜେଡି ଏଥର ପ୍ରାର୍ଥୀ ବଦଳାଇ ମହିଳା କାର୍ଡ ଖେଳିଛି। ଗତଥର ବିଜେଡି ପ୍ରାର୍ଥୀ ଥିବା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କୁ ବଦଳାଇ ତାଙ୍କ ସ୍ତ୍ରୀ ଲଳିତାଙ୍କୁ ଟିକେଟ ଦେଇଛି। ବିଜେଡିରୁ ବହୁ ଆଶାୟୀ ଥିଲେ ମଧ୍ୟ ଦଳ ଲଳିତାଙ୍କ ଉପରେ ଭରସା କରିଛି। କୁହାଯାଉଛି, ପ୍ରଦୀପ୍ତଙ୍କ ଗତିରୋଧ ପାଇଁ ବିଜେଡି ମହିଳା କାର୍ଡ ଖେଳିବାକୁ ପସନ୍ଦ କରିଛି।
ନିର୍ବାଚନମଣ୍ଡଳୀ ଭବାନୀପାଟଣା ବ୍ଲକର ୨୮ ପଞ୍ଚାୟତ, ପୌରପାଳିକା ସମେତ କେସିଙ୍ଗା ବ୍ଲକର ୧୭ ପଞ୍ଚାୟତ ଓ ଏନ୍‌ଏସିକୁ ନେଇ ଗଠିତ। ପ୍ରଦୀପ୍ତ ଭବାନୀପାଟଣାରୁ ଭାଜପା ଟିକେଟରେ ୪ଥର ବିଧାନସଭାକୁ ଯାଇଛନ୍ତି। ୧୯୯୫, ୨୦୦୦ ଓ ୨୦୦୪ରେ ଲଗାତର ତିନିଥର ସେହି ଆସନରୁ ବିଜୟୀ ହୋଇଥିଲେ। ସେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୪ରେ ପ୍ରଦୀପ୍ତ ବିଧାନସଭା ନିର୍ବାଚନ ଲଢ଼ି ନ ଥିଲେ। ଭାଜପା ଟିକେଟରେ ସେ କଳାହାଣ୍ଡି ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ। ସେହିବର୍ଷ ଭାଜପା ଏଠାରୁ ଦୟାନିଧି ନାଏକଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ବି ହାରିଯାଇଥିଲେ। ସେଠାରେ ବିଜେଡି ପ୍ରାର୍ଥୀ ଅନାମ ନାଏକ ଜିତିଥିଲେ। ୨୦୧୯ରେ ଭାଜପା ପୁଣିଥରେ ପ୍ରଦୀପ୍ତଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭବାନୀପାଟଣାରୁ ପ୍ରତିଥର ଅଲଗା ଅଲଗା ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ବିଜୟୀ ହୋଇଥିଲେ। ୨୦୧୪ରେ ଏଠାରୁ ବିଜେଡି ପ୍ରାର୍ଥୀ ଅନାମ ନାଏକ ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଲୋକେ ପୁଣି ଭାଜପା ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକଙ୍କୁ ଜିତାଇଥିଲେ।
ନିର୍ବାଚନରେ ଭାଜପା, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣାପଡ଼ିଛି। ଭାଜପା ପ୍ରାର୍ଥୀ ପ୍ରଦୀପ୍ତ କରୋନାରେ ଚିକିତ୍ସିତ ଥାଇ ମଧ୍ୟ ଲୋକଙ୍କ ସହ ଜଡ଼ିତ ଥିଲେ ବୋଲି କୁହାଯାଉଛି। ସୁସ୍ଥ ହେବାପରେ ନିଜ ମନୋବଳ ଓ ଲୋକଙ୍କ ସେବା କରିବାର ଦୃଢ଼ଇଚ୍ଛା ତାଙ୍କୁ ପୁଣିଥରେ ନିର୍ବାଚନ ମଇଦାନକୁ ଫେରାଇଆଣିଛି। ମୋଦି ସରକାରଙ୍କ ବିକାଶକୁ ନେଇ ସେ ଏବେ ଲୋକଙ୍କ ପାଖରେ ପହଞ୍ଚୁଥିବାବେଳେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଭାଜପା ସରକାରକୁ ବିଜୟୀ କରିବା ଲାଗି ଭୋଟରଙ୍କୁ ସେ ନିବେଦନ କରୁଥିବା ଦେଖିବାକୁ ମିଳିଛି। ସେହିପରି ବିଜେଡି ପ୍ରାର୍ଥିନୀ ଲଳିତା ନାଏକ ମଧ୍ୟ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା, ମହିଳା ସଶକ୍ତୀକରଣକୁ ନେଇ ଲୋକଙ୍କ ନିକଟକୁ ଯାଉଛନ୍ତି। କଂଗ୍ରେସ ପ୍ରାର୍ଥୀ ସାଗର ଦଳର ୧୦ ଗ୍ୟାରେଣ୍ଟି ଇସ୍ତାହାର ଉପରେ କହିବା ସହ ଏଥର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପ୍ରଦୀପ୍ତଙ୍କୁ ବିଜେଡିର ମହିଳା କାର୍ଡ ରୋକିପାରୁଛି ନା ୨୦୦୯ ଭଳି କଂଗ୍ରେସ ଚକ୍‌ମା ଦେବ, ତାହା ଭୋଟ ଗଣତି ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri