୨୮ ଆସନ ହରେଇବ ବିଜେଡି: ଦେବାଶିଷ

ଭୁବନେଶ୍ୱର, ୬ା୪(ସୁନିତ୍‌ ମିଶ୍ର): ଉପକୂଳ ଅଞ୍ଚଳର ୨୮ଟି ବିଧାନସଭା ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ବହୁ ଅଧିକ ରହିଛି। ଏଥିମଧ୍ୟରୁ ଗୋଟିଏ ଗୋଟିଏ ଆସନରେ ସଂଖ୍ୟାଲଘୁଙ୍କ ସଂଖ୍ୟା ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ମଧ୍ୟ ରହିଛି। ଓ୍ବକ୍‌ଫ ବିଲ୍‌କୁ ନେଇ ଯେଉଁଭଳି ପରିସ୍ଥିତି ସୃଷ୍ଟିକଲେ, ଏହିସବୁ ଆସନରେ ବିଜେଡି ହାରିବ ବୋଲି ଦଳର ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କହିଛନ୍ତି। ଦେବାଶିଷ ଆହୁରି କହିଛନ୍ତି, ବିଭିନ୍ନ ସମୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥାଏ। ଗତ ପାର୍ଲାମେଣ୍ଟ ଅଧିବେଶନ ଲାଗି ବିଜେଡିର ସଂସଦୀୟ ଦଳ ବୈଠକ ମଧ୍ୟ ହୋଇଥିଲା। ଏଥିରେ ଓ୍ବକ୍‌ଫ ବିଲ୍‌କୁ ବିରୋଧ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏପରି କି ୨ଥର ବିରୋଧ କରିବା ଲାଗି ସ୍ଥିର କରାଯାଇଥିଲା। ସଂଖ୍ୟାଲଘୁମାନଙ୍କ ବୈଠକରେ ଦଳର ସଭାପତି ମଧ୍ୟ ଏକଥା କହିଥିଲେ।

ଇଫ୍‌ତାର ପାର୍ଟିରେ ନବୀନ ବିଲ୍‌କୁ ବିରୋଧ କରାଯିବ ବୋଲି କହିଥିଲେ। ରାଜ୍ୟ ସଭାରେ ଏମ୍‌ପି ମୁଜିବୁଲ୍ଲା (ମୁନ୍ନା) ଖଁା ଓ୍ବକ୍‌ଫ ବିଲ୍‌ ଆଲୋଚନାରେ ଭାଗ ନେଇ କହିଥିଲେ, ଆମ ଦଳର ନେତା ତଥା ବିଜେଡି ସଭାପତି ନିଷ୍ପତ୍ତି ନେଇଛନ୍ତି ଏହି ବିଲ୍‌କୁ ବିଜେଡି ସମର୍ଥନ କରିବ ନାହିଁ। ରାତି ୧୨ଟା ସମୟରେ ବିଲ୍‌ ଉପରେ ଭୋଟିଂ ହେବାର ଥିଲା। ସା ୬ଟା ସମୟରେ ଏମ୍‌ପି ସସ୍ମିତ ପାତ୍ର ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟକରି କହିଲେ, ଏହି ବିଲ୍‌ ଉପରେ ସମସ୍ତେ ବିବେକ ଅନୁଯାୟୀ ଭୋଟ ଦେବେ, ଏହା ଉପରେ ଦଳର କିଛି ହୁଇପ୍‌ ନାହିଁ। ଏଭଳି ନିଷ୍ପତ୍ତି ବ୍ୟକ୍ତିଗତ ଭାବେ ଆଶ୍ଚର୍ଯ୍ୟ କଲା। ବିଜେଡି ଗୋଟେ ସେକ୍ୟୁଲାର ଦଳ ଭାବେ ନିଜର ପରିଚୟ ରଖିଛି। ଦିଲ୍ଲୀରେ ଦେଖିବାକୁ ମିଳିଲା ସସ୍ମିତ ଏବଂ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲି ବୁଲି ବିଲ୍‌ ସପକ୍ଷରେ ଭୋଟଦେବାକୁ ପ୍ରଚାର କରୁଛନ୍ତି। ସେଇଠୁ ଜଣାପଡ଼ିଗଲା କିଛି ଗୋଟେ ବଡ଼ ଡିଲ୍‌ ହୋଇଗଲା। ଏହା ପୂର୍ବରୁ ମଧ୍ୟ ସମସ୍ତେ ଜାଣନ୍ତି ଜଣେ ଆଇଏଏସ୍‌ ଅଫିସରଙ୍କ ୨ ଦିନ ଭିତରେ ଭିଆର୍‌ଏସ୍‌ ଆବେଦନ ଗ୍ରହଣ କରାଗଲା। ସସ୍ମିତ ପାତ୍ର ଏହି ଘଟଣାରେ ଭିଲେନ୍‌ ନୁହନ୍ତି। ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି। ସଭାପତିଙ୍କୁ ଅନୁରୋଧ କରୁଛି ଯେଉଁମାନଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନିଆଯାଇଛି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସସ୍ମିତ ଭିଲେନ୍‌ ନୁହନ୍ତି। ସେ ନିର୍ଦ୍ଦେଶ ନିଅନ୍ତି, ଦିଅନ୍ତି ନାହିଁ। ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନ ଥାଇ ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି। ସେହି ମୁଖ୍ୟ ପରାମର୍ଶଦାତା କିଏ ସେକଥା ସମସ୍ତେ ଜାଣିଛନ୍ତି ବୋଲି ଦେବାଶିଷ କହିଛନ୍ତି।
ବିଜେଡି ନେତା ପ୍ରତାପ ଜେନା ଚିଠି ଲେଖି ସେଥିରେ ଉଲ୍ଲେଖ କରିଛନ୍ତି, ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସ୍ବାର୍ଥ ଲାଗି ଦୀର୍ଘ ୨୪ ବର୍ଷ ହେଲା କାମ କରୁଛି। ହେଲେ ଓ୍ବକଫ୍‌ ସଂଶୋଧନ ବିଲ୍‌ ୨୦୨୫ ରାଜ୍ୟ ସଭାରେ ଭୋଟିଂ ପାଇଁ ଆସିଥିବାବେଳେ ଏହା ଉପରେ ସସ୍ମିତଙ୍କ ସୋସିଆଲ ମିଡିଆ ପୋଷ୍ଟ ଦଳ ବିରୋଧୀ ଥିଲା। ବିଲ୍‌କୁ ବିରୋଧ କରାଯିବ ବୋଲି ପ୍ରଥମରୁ ନିଷ୍ପତ୍ତି କରିଥିଲେ। ଏହାପରେ ସସ୍ମିତ କିପରି ଦଳ ବିରୋଧୀ ଆଭିମୁଖ୍ୟ ରଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ହୃଦ୍‌ବୋଧ ହେଉଛି। ଏହି ଷଡ଼ଯନ୍ତ୍ର ପଛରେ କିଏ ତାହା ତର୍ଜମା ହେବା ଦରକାର। ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବେ ବୋଲି ନବୀନଙ୍କୁ ଚିଠି ଜରିଆରେ ଜେନା କହିଛନ୍ତି। ଅନ୍ୟପଟେ ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ସସ୍ମିତ କେମିତି ଏତେ ବଡ଼ ସାହସ କଲେ। ଦଳ ସମଦୂରତା ନୀତି ରଖି ଚାଲୁଥିଲା। କିନ୍ତୁ ଏହି ନିଷ୍ପତ୍ତି ଅନୁରୂପ ହେଲା ନାହିଁ। କିଏ ଗୋଟିଏ ଖେଳ କରିଦେଲା। କେଉଁଠି ଖେଳ ହେଲା ସେକଥା ଜାଣିବା ଦରକାର। ଦଳ ଏବେ ଧର୍ମସଙ୍କଟରେ ଅଛି ବୋଲି ବଦ୍ରି କହିଛନ୍ତି। ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟରେ ଯେଉଁ ଚର୍ଚ୍ଚା ଆରମ୍ଭ ହୋଇଛି ସେ ତାସ୍‌କେଣ୍ଟରୁ ଫେରିବା ପରେ ପ୍ରତିକ୍ରିୟା ରଖିବେ। ସଂସଦ ପ୍ରତିନିଧିମାନଙ୍କ ସହ ସେ ତାସ୍‌କେଣ୍ଟ ଗସ୍ତରେ ଅଛନ୍ତି ବୋଲି ସେ କହିଛନ୍ତି।

ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡି ଭିତରେ ଆରମ୍ଭ ହୋଇଥିବା ବିସ୍ଫୋରକ ସ୍ଥିତି ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି। ବିଜେଡି ନେତାମାନେ ଏହି ଘଟଣା ପରଠାରୁ ସିଧାସଳଖ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କରିବା ଭଳି ସାହସ ଜୁଟାଇ ସାରିଥିବା ଦେଖିବାକୁ ମିଳିଛି। କାହିଁକି ଓ୍ବକଫ୍‌ ବିଲ୍‌କୁ ନେଇ ଦଳ ନିଜର ଆଭିମୁଖ୍ୟ ବଦଳାଇଲା ଯେଉଁଥିଲାଗି ବିଜେଡିର ବ୍ୟାପକ କ୍ଷତି ଘଟିଲା ତା’ର ସ୍ପଷ୍ଟୀକରଣ ନବୀନ ଦିଅନ୍ତୁ ବୋଲି ନେତାମାନେ ଦାବି କଲେଣି। ଏଥିପାଇଁ ଯିଏ ଦାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମଧ୍ୟ ଖୋଲାଖୋଲି ନେତାମାନେ କହିଲେଣି। ନବୀନଙ୍କ ଘନିଷ୍ଠ ସହଯୋଗୀ ବୋଲି ଯିଏ ଦୀର୍ଘଦିନ ହେଲା ବିଜେଡିକୁ ନିୟନ୍ତ୍ରଣରେ ରଖିଛନ୍ତି ତାଙ୍କୁ ବିଦା ନ କଲେ ନେତାମାନେ ଆଉ ଦଳୀୟ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ମଧ୍ୟ ସିଧାସଳଖ କହିଲେଣି। ଏଭଳି ସ୍ଥିତିରେ ଓ୍ବକ୍‌ଫ ବିଲ୍‌କୁ ନେଇ ଶେଷ ମୁହୂର୍ତ୍ତରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଲାଗି ନବୀନଙ୍କ ମୁଖ୍ୟ ପରାମର୍ଶଦାତା ଦାୟୀ ବୋଲି ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କହିଥିବା ବେଳେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଚିଠି ଲେଖି ଏହି ଘଟଣା ପଛର ଷଡ଼ଯନ୍ତ୍ରର ତର୍ଜମା କରିବାକୁ ନବୀନଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କାହା ନିର୍ଦ୍ଦେଶରେ ଓ୍ବକଫ୍‌ ବିଲ୍‌କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟିକଲେ ସେକଥା ଲୋକଲୋଚନକୁ ଆସୁ ବୋଲି ଦଳୀୟ ନେତାମାନେ ଜିଦ୍‌ ଧରିବା ଆରମ୍ଭ କଲେଣି।

ବିଜେଡିର ଏଭଳି ସ୍ଥିତି ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ବିଜେଡିର ନେତୃତ୍ୱ ସଙ୍କଟରେ। ଦଳର ଭବିଷ୍ୟତ ଅନ୍ଧାରରେ। ଦଳର ଯିଏ ଡାଇରେକ୍ଟର ଥିଲେ ସେ ଏବେ ଭାରତ ଛାଡ଼ିବା ଉଦ୍ଦେଶ୍ୟରେ ଅଛନ୍ତି। ତାଙ୍କ ଦଳର ବରିଷ୍ଠ ନେତାମାନେ କହିବା ଆରମ୍ଭ କଲେଣି, ନବୀନ ବୟସାଧିକ କାରଣରୁ ପାଣ୍ଡିଆନ୍‌ ହେଲିକପ୍ଟର ଧରି ରାଜ୍ୟ ସାରା ବୁଲୁଥିଲେ। ଏକୁଟିଆ ମଞ୍ଚରେ ଠିଆହୋଇ ଭାଷଣ ଦେଉଥିଲେ, ତାଙ୍କ ଦଳ ନେତାଙ୍କୁ ତଳେ ଠିଆ କରୁଥିଲେ ତାମିଲନାଡୁ ଷ୍ଟାଇଲ୍‌ରେ। ହେଲେ ସେ ଓଡ଼ିଶା ମାଟିକୁ ଜାଣିପାରିନାହାନ୍ତି। ଓଡ଼ିଶା ମାଟିରେ ବହୁ ବିଜ୍ଞ ଲୋକ ଅଛନ୍ତି। ଓଡ଼ିଶାକୁ ଲୁଟ୍‌ କରି କିଏ ପଳାଇବ ତାହା ଚଳିବନି, ଆଜି କାର୍ଯ୍ୟାନୁଷ୍ଠାନ ହେଉନି କାଲି ନିଶ୍ଚୟ ହେବ । ଓଡ଼ିଶାକୁ ଯିଏ ବି ଲୁଟିବାକୁ ଚେଷ୍ଟା କରିବ ତାକୁ ଛଡ଼ାଯିବ ନାହିଁ। ନବୀନଙ୍କ କଣ୍ଟ୍ରୋଲ ବାହାରକୁ ଦଳ ଚାଲିଗଲାଣି ଏକଥା ସ୍ପଷ୍ଟ ହୋଇସାରିଲାଣି। ପାଣ୍ଡିଆନ୍‌ ଯେଉଁ ଲୁଟ୍‌ କରିଛନ୍ତି କେବେ ବି ଆକ୍ସନ ହେବ ସେକଥା ଜାଣି ବିଦେଶ ପଳାଇବାକୁ ଯୋଜନା କରୁଛନ୍ତି ବୋଲି ପାତ୍ର କହିଛନ୍ତି।

ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଜୁ-ପାଣ୍ଡିଆନ୍‌ଙ୍କ ଲୋକ ଭିତରେ ବିଜେଡିରେ ଟଣାଟଣି ଆରମ୍ଭ ହେଲାଣି। ମୁସ୍‌ଲିମ୍‌ ଭୋଟ ସବୁବେଳେ ବିଜେଡିକୁ ଯାଉଥିଲା। ମୁସଲିମ ଲୋକଙ୍କୁ ନବୀନବାବୁ ବିଶ୍ୱାସ ଦେଇଥିଲେ ଓ୍ବକ୍‌ଫ ବିଲ୍‌କୁ ସମର୍ଥନ କରିବେ ନାହିଁ। ବିଜେଡି ସବୁବେଳେ ଭାଜପା ସହିତ ଏକାଠି ଅଛି। ସେମାନେ କେବଳ ଡ୍ରାମା କରୁଛନ୍ତି ବୋଲି ତାରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri