ହତାଶା ଲୁଚାଇବାକୁ ବୟାନବାଜି କରୁଛି ବିଜେଡି: ଜୁଏଲ ଓରାମ

ଭୁବନେଶ୍ୱର,୧୨।୧୧: ଭାଜପା ସରକାର ଭାଙ୍ଗିଯିବ ବୋଲି ବିଜେଡିର ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କଟାକ୍ଷ କରିଛନ୍ତି। ବିଜେଡି ନିଜ ହତାଶା ଲୁଚାଇବାକୁ ଏଭଳି କହୁଛି। ସେମାନେ ତାଙ୍କ କଥା ବୁଝନ୍ତୁ, ଆମେ ସରକାର ଠିକ ଭାବେ ଚଳାଇ ଜାଣିଛୁ। ତାଙ୍କର ଉପଦେଶ ଦରକାର ନାହିଁ, ଆମେ କାମ କରିବା ପାଇଁ ସକ୍ଷମ। ସେମାନେ ଅତୀତରେ କଣ କରିଛନ୍ତି ଆଗ ସେ ନେଇ ଚିନ୍ତା କରନ୍ତୁ ବୋଲି ଜୁଏଲ କହିଛନ୍ତି।

ନିକଟରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି) ପୁଣି ସରକାର ଗଢ଼ିବ ବୋଲି ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ଏହା କହିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତହସିଲ ସାମ୍ନାରେ ଅନୁଷ୍ଠିତ ସଭାରେ ଅତନୁ ଆହୁରି କହିଛନ୍ତି, ମହାକାଳପଡ଼ାର ବିକାଶ ରଥକୁ କେହି ଅଟକାଇ ପାରିବେ ନାହିଁ। ଉପସ୍ଥିତ ଦଳୀୟ କର୍ମୀଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି, ‘ଆପଣମାନେ ଭରସା ରଖନ୍ତୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଓଡ଼ିଶାବାସୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।’ ତାଙ୍କ କହିବା ଶୈଳୀ ଅତ୍ୟନ୍ତ କାଜୁଆଲ ଥିଲା ଭଳି ଲାଗୁଥିଲା। ସେ କହିଥିଲେ- ‘ଆମର ୫୧ ବିଧାୟକ, କଂଗ୍ରେସର ୧୪, ସ୍ବାଧୀନ ବିଧାୟକ ୩ ନା ଆଉ କେତେ ୭, ୮ , ୯ ନା ୧୦ଟା ’। ଏହା ପରେ କର୍ମୀମାନେ ୧୦ ସଦସ୍ୟ ହେଲେ ବଳିବ ବୋଲି କହି ସମସ୍ତେ ତାଳି ମାରି ତାଙ୍କ କଥାକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା।

ବିଜେଡି ସରକାର ଆସିଲା ନାହିଁ କାହିଁକି ଓ ଆପଣ ହାରିଲେ କାହିଁକି ବୋଲି ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅତନୁ ନିଜ ପାଇଁ ହାରିଥିବା କଥା ସ୍ବୀକାର କରିଥିଲେ। ଏଥିସହିତ ମନେପକାଇଥିଲେ ୨୦୦୪ ମସିହାରେ ସେ ନବାଗତ ହୋଇ ମଧ୍ୟ ଜଣେ ବଡ଼ ନେତାଙ୍କୁ କିଭଳି ହରାଇଥିଲେ। ସେ କହିଥିଲେ ପାଟକୁରାରେ ତାଙ୍କ ଜିତିବା ସେତେବେଳେ ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ତେଣୁ ଆଗାମୀ ଦିନରେ ଦଳୀୟ ସଙ୍ଗଠନ ପରିବର୍ଦ୍ଧିତ ହେବ ଓ ଆପଣମାନେ ଧୈର୍ଯ୍ୟ ଓ ସାହସ ରଖନ୍ତୁ ବୋଲି କହିଥିଲେ। ନୂଆ ସରକାର ସମୟରେ ଆମ୍ବଟାକୁଆ ଜାଉ ଖାଇ ଲୋକେ ମଲେଣି। ସେ ମନ୍ତ୍ରୀ ଥିବା ସମୟରେ ନବୀନ ପଟ୍ଟନାୟକ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଥିଲେ ବୋଲି ଅତନୁ ନିଜ ବାହାବା ବଖାଣିଥିବା ଦେଖିବାକୁ ମିଳିଥିଲା।

ସେହିପରି ବିଜେଡି ନେତା ଅତନୁ ସବ୍ୟସାଚୀଙ୍କ ମନ୍ତବ୍ୟକୁ ନେଇ ଆସିକାର ଭାଜପା ବିଧାୟକ ସରୋଜ ପାଢୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅତନୁଙ୍କୁ ସଂଖ୍ୟା ଗଣିତ ଠିକ୍‌ ଭାବେ ଜଣାନାହିଁ। ୭-୮ ଜଣ ଗଲେ କ’ଣ ହୋଇଯିବ। ବିଜେଡିର ୨୭ ଜଣ ବିଧାୟକ ଭାଜପା ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ମହମ୍ମଦ ମୋକିମ କହିଛନ୍ତି, ବିଜେଡି ଛିଡି ଛିଡି ଆସୁଛି। ଏ ନେଇ ବିଜେଡି ସହ କିଛି ଆଲୋଚନା ହୋଇନାହିଁ କିମ୍ବା ହାଇକମାଣ୍ଡଙ୍କ ପାଖରୁ ସେମିତି କିଛି ନିର୍ଦ୍ଦେଶ ଆସି ନାହିଁ। ବିଜେଡି ବିରୋଧୀଦଳ ଭୂମିକା ତୁଲାଇପାରୁନି କି ରାସ୍ତାକୁ ଆସି ବିରୋଧ କରିବାର ସତ୍‌ସାହସ ରଖିପାରୁନି ବୋଲି ମୋକିମ୍‌ କହିଛନ୍ତି।

କିଛିଦିନ ପୂର୍ବରୁ ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ କଂଗ୍ରେସ ସହ ମେଣ୍ଟ କରି କ୍ଷମତାକୁ ଫେରିବା ନେଇ ମନ୍ତବ୍ୟ ଦେଇଥିବା ବେଳେ ପ୍ରମିଳା ମଲ୍ଲିକ ନିର୍ବାଚନ ହେଲେ ବିଜେଡି ୧୪୦ ସିଟ୍‌ ଦଖଲ କରିବ ବୋଲି କହିଥିଲେ। ସେହିପରି ବିଜେଡି ରାଜ୍ୟ ସଭା ଏମପି ମୁନା ଖାଁ ୧୪ ଭାଜପା ବିଧାୟକ ବିଜେଡି ଆସିବା ନେଇ ମତ ଦେଇଥିଲେ। ବିଜେଡି ଯେପରି ରଣନୀତି କରୁଛି ତାହା ସଫଳ ହେଲେ ୫ ବର୍ଷ ପୂର୍ବରୁ ଦଳ ପୁଣି ଥରେ ସରକାରକୁ ଫେରିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?